ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

Feb 10, 2026 - 09:19
 20
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନ

ଭୁବନେଶ୍ବର,ତା.୦୯.୦୨.୨୦୨୬:

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲ) ପାଳନ କରିଆସୁଛି। ଏହି କ୍ରମରେ ଆର୍ଥର୍କ ସାକ୍ଷରତା ତା ସପ୍ତାହ 9099 ଫେବୃଆରୀ ୦୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି। ଏହା ଏହି ଅ ଏକାଦଶ ସଂସ୍କରଣ । ଅଭିଯାନର

ଏହି ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହର ବିଷୟବସ୍ତୁ ହେଉଛି “KYC – ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡ଼କୁ ପ୍ରଥମ ପଦକ୍ଷେପ"। ଉପ ବିଷୟବସ୍ତୁ ଭାବେ "ତୁମର ଗ୍ରାହକଙ୍କୁ ଜାଣିବାର ମୌଳିକ ବିଷ (KYC)", “କେନ୍ଦ୍ରୀୟ KYC ରେଜିଷ୍ଟ୍ରି (CKYC)" ଏବଂ "ଆକାଉଣ୍ଡ ସ୍ବଚ୍ଛତା ଓ ଶୃଙ୍ଖଳା" ଉପରେ ରେ ଗୁରୁତ୍ବ ଦିଆ ଦିଆଯାଇଛି।

ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନୀ ଦ୍ଘାଟନୀ ଉତ୍ସବ ଆରବିଆଇ, ଭୁବନେଶ୍ବର ପକ୍ଷ କ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରବିଆଇଁ ଭୁବନେଶ୍ବରର ନେଶ୍ବରର ଆଞ୍ଚଳିକ ନିର୍ଦ୍ଦେଶ ନିର୍ଦ୍ଦେଶକ ଡକ୍ଟର ସାରଦ ରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଓ ବ୍ୟାଙ୍କ ଜମା ଖାତାରେ KYC ଅପଡେଟ୍ କରିବାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ। ଏହାସହ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ବିନୋଦ କୁମାର ଆର୍ୟା ଓ ଭାରତୀୟ ରିଜର୍ଭବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବ୍ୟାଙ୍କି ଅମ୍ବଡସମ୍ୟାନ, ଡିଆଇଏଫ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ନାବାର୍ଡ, ସିଡବି, ଏନଏଚବି ସହ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧୂକାରୀମାନେ ଉପସ୍ଥିତ ଥିଲେ। ସେସହ ସ୍ବୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଚାଷୀ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକ ଭଳି ବିଭିନ୍ନ ଲକ୍ଷ୍ୟ ଗୋଷ୍ଠୀର ପ୍ରତିନିଧୂମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆରବିଆଇ, ଭୁବନେଶ୍ବରର କର୍ମଚାରୀମାନଙ୍କ ଦ୍ବାରା ଆର୍ଥିକ ସାକ୍ଷରତା ଉପରେ ଏକ ସଚେତନତାମୂଳକ ନୁକ୍ଲଡ଼ ନାଟକ ପରିବେଷଣ କରାଯାଇଥିଲା ।