ପିଏମ୍-କିସାନ୍ ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

Sep 27, 2025 - 08:55
 16
ପିଏମ୍-କିସାନ୍ ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ୨୭ ଲକ୍ଷ କୃଷକ ଉପକୃତ

ପ୍ରଧାନମନ୍ତ୍ରୀ ।ନ୍ଧୀ କିସାନ ସମ୍ମାନ ନିଧୂ ( ପିଏମ୍ -କିସାନ୍ ) ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯାଇଛି। ଭିଡିଓ କନ୍ ଫଟୋ ଫରେନିଂ ମାଧ୍ଯମରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବର୍ଷା, ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ୩ ରାଜ୍ୟର Iର ଚାଷୀମାନଙ୍କୁ ଏହି କିସ୍ତି ପ୍ରଦାନରେ ପ୍ରାଥମିକତା ଦିଆଯାଇଛି। ଏହି କିସ୍ତି ପ୍ରଦାନ ପାଇଁ ଆୟୋଜିତ ଭଚୁଆଲ କାର୍ଯ୍ୟକ୍ରମରେ ପ୍ରଭାବିତ ତିନି ରାଜ୍ୟ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କୃଷିମନ୍ତ୍ରୀ, ସାଂସଦ ବରିଷ୍ଠ ପଦାଧିକାରୀଙ୍କ ସହ କୃଷକ ସଂଗଠନ ଠନର ପ୍ରତିନିଧୂମାନେ ଯୋଗ ଦେଇଥିଲେ।

ନିକଟ ଅତୀତରେ ବର୍ଷା ବିତ୍ପାତ ହେତୁ ତିନୋଟି ରାଜ୍ୟ ଭୟାବହ ବନ୍ୟା ଏବଂ ଭୂସ୍ଖଳନର ସମ୍ମୁଖୀନ ହୋଇ ବହୁ କ୍ଷୟକ୍ଷ କ୍ଷୟକ୍ଷତି ସହିଛନ୍ତି। ଏହି ପରିସ୍ଥି ରିସ୍ଥିତିରେ ଚାଷ କ୍ଷେତ୍ରରେ ବହୁତ କ୍ଷୟ ଷୟ କ୍ଷତି ହୋଇଥିବାରୁ, କୃଷକମାନେ ଓ ସେମାନ ନଙ୍କ ପରିବାର ଖୁବ ଦୁଃଖର ସମୟ ଅତିବାହିତ କରୁଛନ୍ତି। ଏହି ସ ସହାୟତା ସେମାନଙ୍କ ଙ୍କର ଏହି ଦୁଃଖକୁ ଲାଘବ କରିବାରେ ସ ସହାୟକ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଜିର ପିଏମ୍ -କିସାନ କିସ୍ତି ପ୍ରଦାନ ଅନେକ ଗୁରୁତ୍ବ ବହନ କରୁଛି। ୨୭ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି କିସ୍ତି ଆକାରରେ ୫୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ୨ଲକ୍ଷ ୭୦ ହଜାର ମହିଳା ଚାଷୀ ରହିଛନ୍ତି। ସେମା ସମାନେ ଏହି ସହାୟତାକୁ ସହ ବ୍ୟବହାର କରି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆବଶ୍ୟକ ସାହସ ଜୁଟାଇପାରିବେ ବୋଲି ଆଶା କରାଯାଇ ଇଛି।

ଏହି କାର୍ଯ୍ୟକ୍ରମରେ, କୃଷିମନ୍ତ୍ରୀ 1ନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତ୍ୟେକ ପରିସ୍ଥିତିରେ ସରକାର ଚାଷୀଙ୍କ ସହିତ ଠିଆ ହେବା ପାଇଁ ସରକାର ।ରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ୨୦୦୦ ଟଙ୍କାର କିସ୍ତି ସହାୟତା ଚାଷୀମାନଙ୍କୁ ତୁରନ୍ତି ଘମାନଙ୍କ ପରିବାର ଆବଶ୍ୟକତ ବ୍ୟକତା ପୂରଣ କରିବାରେ, ପରବର୍ତ୍ତୀ ବିହନ ଚକ୍ର ପାଇଁ ବିହନ ଏବଂ ସାର କିଣିବାରେ ଏବଂ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେମାନଙ୍କର ଆତ୍ମବିଶ୍ Įବିଶ୍ବାସ ଫେରାଇ ଆଣିବାରେ ସାହାଯ୍ୟ କରିବ। ସେ ଗୁରୁତ୍ବାରୋପ କରିଥିଲେ ଯେ ଆର୍ଥକ ସହ ଏହାୟତା ବ୍ୟତୀତ, ଏହି କିସ୍ତି ଏକ ଆଶ୍ବାସନ ଘନା ଯେ ସରକାର ପ୍ରତ୍ୟେକ ଚାଷୀଙ୍କ ପ୍ରତି ଯତ୍ନବାନ ଏବଂ ପ୍ରାକୃତିକ ପ୍ରତିକୂଳତା ବିରୁଦ୍ଧରେ ସେମାନଙ୍କ ସଂଘର୍ଷରେ କେହି ପଛରେ ରହିବେ ନାହିଁ।

ଭିଡିଓ କନଫରେନିଂ ସମୟରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଥ୍ରେ ତିନୋଟି ବନ୍ୟା ପ୍ରଭାବିତ ରାଜ୍ୟର ଚାଷୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ଏହି ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ସମର୍ଥନ କରିବା ପାଇଁ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଦର୍ଶାଯାଇଥିଲା। ଏହି ଚଳଚ୍ଚିତ୍ରଟି https://rb.gy/w673av ଲିଙ୍କରେ ମାଧ୍ୟମରେ ଉପଲବ୍ଧ ହୋଇପାରିବ।

କୃଷିମନ୍ତ୍ରୀ ଚଳିତ ମାସର ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକୁ ମଧ୍ୟ ମନେ ପକାଇଥିଲେ, ଯେଉଁଠାରେ ସେ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ପାଇଁ ଯଥାକ୍ରମେ ୧୫୦୦ କୋଟି, ୧୬୦୦ କୋଟି ଏବଂ ୧୨୦୦ କୋଟି ଟଙ୍କାର ଆର୍ଥକ ସହାୟତା ଘୋଷଣା କରିଥିଲେ, ମୃତକ ଏବଂ ଆହତଙ୍କ ପରିବାର ପାଇଁ ଅନୁକମ୍ପା ରାଶି ସହିତ ଶିଶୁଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯାଇଥିଲା । ପିଏମ୍ -କିସାନର ୨୧ତମ କିସ୍ତିର ପ୍ରକାଶନ ଏହି ପଦକ୍ଷେପ ଉପରେ ଆଧାରିତ ଏବଂ ଚାଷୀ ପରିବାରକୁ ସେମାନଙ୍କ ଆବଶ୍ୟକତା ସମୟରେ ସମୟୋଚିତ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପ୍ରତିଫଳିତ କରେ।

ଏହି କିସ୍ତି ପ୍ରଦାନ ସହିତ, ୨୪ ଫେବୃଆରୀ ୨୦୧୯ ମସିହାରେ ଯୋଜନା ଆରମ୍ଭ ହେବା ପରଠାରୁ ତିନୋଟି ରାଜ୍ୟକୁ ପିଏମ୍ - କିସାନ ଯୋଜନା ଅଧୀନରେ କ୍ରମାଗତ ଭାବେ ପ୍ରଦାନ କରାଯାଇଥ‌ିବା ଅର୍ଥର ପରିମାଣ ୧୩୨୬ କୋଟି ଟଙ୍କା ପାର କରିଛି।