ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି
ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି
କାଶ୍ମୀରରେ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ଯୁଗ ଜାମ୍ମୁ ଓ କାଶ୍ମୀର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଆଜି ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ୧,୬୭୭ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ପ୍ରସ୍ତାବିତ ସିଭିଲ୍ ଏନକ୍ଲେଭବା ବେସାମରିକ କୋଠାର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। କାଶ୍ମୀର ଉପତ୍ୟକାରେ ବିମାନ ଚଳାଚଳ ଭିତ୍ତିଭୂମି ଏବଂ ଯୋଗୀକରଣକୁ ସୁଦୃଢ଼ କରିବା ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଡ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପର ପରିସର ମଧ୍ୟରେ ସୁରକ୍ଷା କର୍ମୀଙ୍କ ପାଇଁ ବାରାକ୍ ନିର୍ମାଣ ମଧ୍ଯ ଅନ୍ତର୍ଭୁକ୍ତ ରହିଛି। ଭାରତୀୟ ବାୟୁସେନାର ବୁଡଗାମ୍ ଏୟାରବେସ୍ ମଧ୍ୟରେ ଭାରତୀଯ ତୀୟ ବିମାନବନ୍ଦର ପ୍ରାଧୂକ ଧୂକରଣ ଦ୍ବାରା ପରିଚାଳିତ ଏହି ବିମାନବନ୍ଦର ୨୦୦୫ ମସିହାରେ ଏକ ଅର୍ନ୍ତର୍ଜାତୀୟ ବିମାନବନ୍ଦର ଭାବେ ନାମିତ ହେ ହୋଇଥୁଲା, ଯାହା ଶ୍ରୀନଗର ସହରଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ।
ସମୁଦାୟ ୭୩.୧୮ ଏକର ପରିମିତ ଅଞ୍ଚଳରେ ବ୍ୟାପ୍ତି ହୋଇଥିବା ଏହି ନୂତନ ସିଭିଲ୍ ଏନକ୍ଲେଭ ପ୍ରକଳ୍ପରେ ୭୧,୫୦୦ ବର୍ଗ ମିଟର (ବର୍ତ୍ତମାନର ୨୦,୬୫୯ ବର୍ଗ ମିଟର ଭିତ୍ତିଭୂମି ସମେତ) ବିଶିଷ୍ଟ ଏକ ଅତ୍ୟାଧୁନିକ ଟର୍ମିନାଲ୍ ବିଲଡିଂ ରହିବ, ଯାହା ଗହଳି ସମୟରେ ୨,୯୦୦ ଯାତ୍ରୀ ଏବଂ ବାର୍ଷିକ ୧୦ ନିୟୁତ ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ପରିକଳ୍ପନା କରାଯାଇଛି। ସମ୍ପ୍ରସାରିତ ଆପ୍ରୋନ୍ରେ ଗୋଟିଏ ୱାଇଡ୍ବଡି (କୋଡ୍ ଇ) ସମେତ ୧୫ଟି ଏୟାରକ୍ରାଫ୍ଟ ପାର୍କି ବେ' ରହିବ (୯ଟି ବିଦ୍ୟମାନ ଏବଂ ୬ଟି ପ୍ରସ୍ତାବିତ)। ଏଥିସହିତ ବାୟୁ ସେନା ଦ୍ବାରା ପରିଚାଳିତ ୩,୬୫୮ ମିଟର × ୪୫ ମିଟର ରୱେ ପୂର୍ବ ଭଳି ବାୟୁସେନା ଦ୍ବାରା ପରିଚାଳିତ ହେବା ଜାରି ରହିବ। ଏହି ପ୍ରକଳ୍ପରେ ୧,୦୦୦ଟି କାର୍ ରହଣୀ ପାଇଁ ବହୁସୁରୀୟ କାର୍ ପାର୍କି ସୁବିଧାର ନିର୍ମାଣ ମଧ୍ଯ ଅନ୍ତର୍ଭୁକ୍ତ ହେବ।
ସ୍ଥାପତ୍ୟ ଦୃଷ୍ଟିକୋଣରୁ, ନୂତନ ଟର୍ମିନାଲ୍ ଆଧୁନିକ ଡିଜାଇନ୍ ଏବଂ କାଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ସମନ୍ଵୟ ପ୍ରଦର୍ଶନ କରିବ। ଏଥିରେ ଜଟିଳ କାଠକାମ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ବାରା ଅନୁପ୍ରାଣିତ ପାରମ୍ପରିକ ଉପାଦାନଗୁଡ଼ିକୁ ସାମିଲ କରାଯିବ, ଏଥିସହିତ ସୁବ୍ୟବସ୍ଥିତ ଯାତ୍ରୀ ପ୍ରକ୍ରିୟାକରଣ କ୍ଷେତ୍ର, ପ୍ରଶସୃ ଲାଉଞ୍ଜ ଏବଂ ଉନ୍ନତ ସୁରକ୍ଷା ତଥା ଚେ ଚେକ୍-ଇନ୍ ସୁବିଧା ମାଧ୍ଯମରେ କାର୍ଯ୍ୟକ୍ଷମ ଦକ୍ଷତା ବଜାୟ ବଜାୟ ରଖାଯିବ।
ସ୍ଥାୟୀତ୍ବ ଏହି ବିକାଶର ଏକ ମୁଖ୍ୟ ଆଧାର ହୋଇ ରହି ରହିଛି, ଯେଉଁଥ୍ରେ ଉନ୍ନତ ଜଳ ଅମଳ ପ୍ରଣାଳୀ, ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ସବ ସର୍ବାଧୂକ ପ୍ରାକୃତିକ ଆଲୋକ ଏବଂ କାର୍ବନ ର୍ବନ ଫୁଟପ୍ରିଣ୍ଟ କମାଇବା ପାଇଁ ସ୍ଥାନୀୟ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର ଭଳି ବୈଶିଷ୍ଟ୍ୟ ରହିଛି। ଏହି ପ୍ର ପ୍ରକଳ୍ପ ଏକ ପ୍ରତିଷ୍ଠିତ ୫-ଷ୍ଟାର୍ ଗୃହ ( GRIHA HA) ରେଟିଂ ଟିଂ ହାସଲ କରିବାକୁ ଲକ୍ଷ୍ୟ ରଖୁଛି।
ଭିତ୍ତଭୂମି ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ରାଜ୍ୟର ବିଶେଷ ପର୍ଯ୍ୟଟନ ସ୍ଥଳୀ ଯେମିତି: ଡାଲ୍ ହ୍ରଦ, ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ମୋଗଲ ଉଦ୍ୟାନ ସମେତ ପ୍ରମୁଖ ଆକର୍ଷଣଗୁ କର୍ଷଣଗୁଡ଼ିକ ସହିତ ସଂଯୋଗୀକରଣରେ ଉନ୍ନତି ଆଣି ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ ବୋଲି ଚାର୍ଲି ଆଶା କରାଯାଉଛି। ଏହାଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ପୁଞ୍ଜି ବିନିଯୋଗ ଉତ୍ସାହିତ ହେବ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ତଥା ଅର୍ଥନୈତିକ ଗନ୍ଧବ୍ୟ ସୁଳ ଭା ଭାବରେ ଶ୍ରୀନଗରର ସ୍ଥିତିକୁ ସୁଦୃଢ଼ ସୁଦୃଢ଼ କରିବ। ସିଭିଲ୍ ଏନକ୍ଲେଭର ବିକାଶ ଏହିପରି ଭାବରେ ବିଶ୍ବସ୍ତରୀୟ ଭିତ୍ତଭୂମି ପ୍ରଦାନ କରିବା ଦିଗରେ ରେ ଏକ ପରିବର୍ତ୍ତନକାର ପଦକ୍ଷେପକୁ ପ୍ରତିନିଧୂତ୍ବ କରୁଛି, ଯାହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ସଂଯୋଗୀକରଣ ପ୍ରଦାନ କରିବା ସହିତ କାଶ୍ମୀରର ସାଂସ୍କୃତିକ ଏବଂ ପ୍ରାକୃତିକ ଶୋଭାକୁ ବିଶ୍ବ ଆଗରେ ପ୍ରଦର୍ଶନ କରିବ