ସଦ୍ୟ ରାଜ୍ୟ ସଭା ସଦସ୍ୟ ଦୀଲପ ରାୟଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଯାଉଥିବା ବହିରେ ସ୍ଥାନ ପାଇବ ନବୀନଙ୍କ ଅନେକ ଗୁମର...
ସଦ୍ୟ ରାଜ୍ୟ ସଭା ସଦସ୍ୟ ଦୀଲପ ରାୟଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଯାଉଥିବା ବହିରେ ସ୍ଥାନ ପାଇବ ନବୀନଙ୍କ ଅନେକ ଗୁମର...
ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ବହି ଲେଖିବେ । ତାହା ପୁଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ।
ଏହି ବହିରେ ସେ ନବୀନ ପଟ୍ଟନାୟକଙ୍କ ବିଷୟରେ ଅନେକ କଥା ବି ଲେଖିବେ । ସାଧାରଣ ଲୋକ ଜାଣିନଥିବା ଅନେକ କଥା ଓ ବିଜୁ ବାବୁଙ୍କ ସହ ଦିଲ୍ଲୀପଙ୍କର ଥିବା ସଂପର୍କ ଏଥିରେ ସ୍ଥାନ ପାଇବ । ଅନେକ ଗୁମର ଖୋଲିବ ଏହି ବହି । ଅନେକ ଅନାଲୋଚିତ କଥା ମଧ୍ୟ ଆଲୋଚିତ ହେବ ।
ଓଟିଭିର ଏକ୍ଜିକ୍ୟୁଟିଭ ଏଡିଟର ରାଧାମାଧବ ମିଶ୍ରଙ୍କ ସହ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁରେ ଏହା କହିଛନ୍ତି ଦିଲ୍ଲୀପ ରାୟ ।
ଦିଲ୍ଲୀପଙ୍କ ବହି ଓଡ଼ିଶାରେ ହଇଚଇ ସୃଷ୍ଟି କରିପାରେ । ବିଜୁ ବାବୁଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ବିଜୁ ବାବୁ ତାଙ୍କୁ କେମିତି, କେବେ ଓ କାହିଁକି ରାଜନୀତିକୁ ଆଣିଥିଲେ ? ତାହା ବି ଲେଖା ହେବ।
ବିଜୁ ବାବୁଙ୍କର ଶେଷ ଜୀବନ ପ୍ରାୟ ଦେଢ଼ ବର୍ଷ କାଳ ମୋତେ ତାଙ୍କ ସେବାର ସୁଯୋଗ ଦେଇଥିଲେ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ସେ କହିଛନ୍ତି, ବିଜୁ ବାବୁ ତାଙ୍କ ଅନେକ ମନର କଥା ମୋତେ କହିଛନ୍ତି ।
ତାହା ଲୋକମାନେ ସବୁ ଜାଣିନାହାନ୍ତି । ସେ ଯାହା ଯାହା କହିଥିଲେ ଓ ମୋର ଯାତ୍ରାକୁ ନେଇ ଗୋଟିଏ ବହି ଲେଖିବାକୁ ମନସ୍ଥ କରିଛି ବୋଲି ସେ କହିଛନ୍ତି ।*
ସବୁଠୁ ବଡ଼ କଥା ହେଉଛି, ସମସ୍ତଙ୍କ ପ୍ରତି ବିଜୁବାବୁଙ୍କର ଫିଲିଂ କେମିତି ଥିଲା, ତାହା ଦିଲ୍ଲୀପ ରାୟ ଜାଣିଛନ୍ତି ।
ଏପରିକି ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ କିପରି ଥିଲା ବିଜୁ ବାବୁଙ୍କ ଫିଲିଂ, ତାହା ଦିଲ୍ଲୀପ ରାୟ ଏହି ବହିରେ ଲେଖିବେ ବୋଲି କହିଛନ୍ତି । ସେ ଯାହା ଜାଣିଛନ୍ତି, ତାହା ଲୋକଙ୍କ ସାମନାକୁ ଆଣିବେ ।
କାରଣ ସେ ବିଜୁ ବାବୁଙ୍କର ଜଣେ ଅତି ଘନିଷ୍ଠ ସହଯୋଗୀ ଥିଲେ । ବିଜୁ ବାବୁ ତାଙ୍କ ଜୀବନର ଶେଷ ସମୟରେ ତାଙ୍କ ନିଜ ଘରେ ନରହି କାହିଁକି ଦିଲ୍ଲୀପ ରାୟଙ୍କ ଘରେ ରହୁଥିଲେ, ତାର ବି ଖୁଲାସା କରିବେ ଦିଲ୍ଲୀପ ।*
ବହିରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ, ଓଡ଼ିଶାବାସୀ ଜାଣିବେ ।*
ଓଡ଼ିଶା ରାଜନୀତିରେ ଆଗକୁ ବଡ଼ ପରିବର୍ତ୍ତନ ହେବ ବୋଲି କହିଛନ୍ତି ଦିଲ୍ଲୀପ । ସେହି ପରିବର୍ତ୍ତନରେ ତାଙ୍କର ସକରାତ୍ମକ ଭୂମିକା ରହିବ ।
ନବୀନଙ୍କ ସହ ସଂପର୍କ ବିଷୟରେ ସେ କହିଛନ୍ତି ଯେ ତାଙ୍କ ସହ ମୋର କିଛି ତିକ୍ତତା ନାହିଁ । ବିଜୁ ବାବୁଙ୍କ ପୁଅ ସେ, ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ।
କିଛି ଦିନ ତଳେ ତାଙ୍କ ଦେହ ଖରାପ ବେଳେ ମୁଁ ତାଙ୍କୁ ଭେଟିଥିଲି ବୋଲି କହିଛନ୍ତି ଦିଲ୍ଲୀପ ।
ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ତାଙ୍କ ରଣନୀତି ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ୧୧ ନୁହେଁ, ୧୮ ବିଧାୟକ କ୍ରସ ଭୋଟିଂ କରିଥାନ୍ତେ ।
୧୮ ବିଧାୟକ ମୋତେ ଭୋଟ ଦେବାକୁ ରାଜି ହୋଇଥିଲେ, ସେମାନଙ୍କୁ ସଦସ୍ୟତା ଚାଲିଯିବାର ନାଲିଆଖି ଦେଖାଗଲା । ନେତାଙ୍କ ନାଲିଆଖିକୁ ଡରି ପ୍ରାୟ ୭ ଜଣ କ୍ରସଭୋଟିଂ କଲେନି ।
ସେ କହିଛନ୍ତି, ମୋତେ ଭୋଟ ନଦେଇ କିଛି ବିଧାୟକ ଏବେ ମନସ୍ତାପ କରୁଛନ୍ତି । ମୁଁ ଜିତିବା ପରେ କିଛି ବିଧାୟକ ମୋତେ ଫୋନ୍ କରିଥିଲେ । ସେମାନଙ୍କ କହିବା କଥା ଆମକୁ ଡରାଇ ଦିଆଗଲା, ସେଥିପାଇଁ ଭୋଟ ଦେଲୁନି । ସେମାନଙ୍କ ମଧ୍ୟରୁ ୩ ଜଣ ବିଧାୟକ ଏବେ ଗଭୀର ଭାବେ ମନସ୍ତାପ କରୁଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ୩ ମାସ ଆଗରୁ ପ୍ଲାନିଂ ହୋଇଥିଲା ବୋଲି ସୂଚନା ଦେଇ ସେ କହିଛନ୍ତି,ବିଜୟ ମହାପାତ୍ର, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଏବଂ ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲି ।
୭/୮ ଜଣ ବିଧାୟକଙ୍କ ସହ ଆଲୋଚନା କରି କୋର୍ ଗ୍ରୁପ୍ କରିଥିଲୁ । ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି ।
*????ବିଜେପି ଶୀର୍ଷ ନେତାଙ୍କ ସହ ଆଲୋଚନା*
କାରଣ ଦଳୀୟ ପ୍ରାର୍ଥୀ ହୋଇଥିଲେ ଏତେ ସମର୍ଥନ ମିଳିନଥାନ୍ତା । ଦିଲ୍ଲୀପ କହିଛନ୍ତି ଯେ ସେଥିପାଇଁ ମୁଁ ବିଜେପି ଶୀର୍ଷ ନେତାଙ୍କ ସହ କଥା ହୋଇଥିଲି ।
ସେମାନେ ମୋ ପ୍ରସ୍ତାବରେ ରାଜି ହୋଇଥିଲେ, ମୋତେ ସମର୍ଥନ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମୋତେ ପୂରା ସମର୍ଥନ ଦିଆଯିବ ବୋଲି କହିଥିଲେ ।
ସେ ଏହା ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏବଂ ଭକ୍ତ ଦାସଙ୍କୁ ମଧ୍ୟ ଫୋନ୍ କରିଥିଲି । ଦିଲ୍ଲୀପ ରାୟ କହିଛନ୍ତି,
ଯେଉଁଦିନ ପ୍ରାର୍ଥୀ ଘୋଷଣା ହେଲା ସେହିଦିନ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଥିଲି । ନବୀନଙ୍କ ଫୋନ୍ ତାଙ୍କ ପିଏ ଉଠାଇଲେ, କହିଲେ କଲ୍ ବ୍ୟାକ୍ କରିବେ ।
ନବୀନ କିନ୍ତୁ ଆଉ କଲ୍ ବ୍ୟାକ୍ କଲେନି କି କଥା ହେଲେନି ବୋଲି କହିଛନ୍ତି ଦିଲ୍ଲୀପ ।
ଏପରିକି ଭକ୍ତ ଦାସଙ୍କ ପାଖକୁ ମଧ୍ୟ ଫୋନ୍ କରିଥିଲି, ଭେଟିବାକୁ ଚାହିଁଥିଲି ।
ସେ ଘରେ ନଥିବା କହିଲେ, ଆସିଲେ ଫୋନ୍ କରିବେ କହିଥିଲେ, କିନ୍ତୁ ଫୋନ୍ କଲେନି ।