ସରକାରଙ୍କ ତରଫରୁ ଉଛେଦ କରାଯିବା ପ୍ରତିବାଦରେ ହିନ୍ଦୁସେନା ତରଫରୁ ଧାରଣା

କଟକ ମେରିଆ ବଜ଼ାର ରେ ଦୀର୍ଘ 80 ବର୍ଷରୁ ଉର୍ଦ୍ଧ ହେବ ରହିଆସୁଥିବା 4ଟି ପରିବାରକୁ ବିନା କୌଣସି କାରଣ ଏବଂ ବିନା ନୋଟିସ ରେ ଥଇଥାନ କରାନଯାଇ ସରକାରଙ୍କ ତରଫରୁ ଉଛେଦ କରାଯିବା ପ୍ରତିବାଦରେ ହିନ୍ଦୁସେନା ତରଫରୁ ଆସନ୍ତା 06 ତାରିଖ ରେ cmc କମିଶନରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇ ସେହି କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ବାସପଯୋଗୀ ସ୍ଥାୟୀ ବାସଗୃହ ଯୋଗାଇ ଦେବାପାଇଁ ଦାବି କରାଯାଇଥିଲା ଏବଂ ଆଡିଶନାଲ କମିଶନର 7ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ମାତ୍ର ଦୁଃଖର ବିଷୟ 7 ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପରିବାରଙ୍କୁ ସରକାର ଥଇଥାନ କରାଇଲେ ନାହିଁ ଏବଂ ସେହି ପରିବାରର ସଦସ୍ୟ ମାନେ ଖୋଲା ଆକାଶ ତଳେ ଖରା ବର୍ଷାରେ ପଡିରହିଛନ୍ତି l ଏହି ବିଷୟରେ ବାରମ୍ବାର cmc ଅଧିକାରୀମାନଙ୍କୁ ଏବଂ କମିଶନରଙ୍କୁ ଜଣାଇଲେ ମଧ୍ୟ ସେମାନେ ଏଥିପ୍ରତି ଭୃକ୍ଷେପ କରୁନାହାନ୍ତି l ସେଥିପାଇଁ ମିଳିତଭାବରେ ହିନ୍ଦୁସେନା ଓ ସେହି କ୍ଷତିଗ୍ରସ୍ତ ପରିବାରର ସମସ୍ତ ସଦସ୍ୟମାନେ ସେମାନଙ୍କ ସମସ୍ତ ଗୃହ ଆସବାପତ୍ର ସହିତ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ଗୃହ ମିଳିବା ପର୍ଯ୍ୟନ୍ତ ରହିବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ପରେ ସନ୍ଧ୍ୟା 07ଘଟିକାରେ କମିଶନର ଏବଂ ଡେପୁଟି କମିଶନର ଶ୍ୱେତପଦ୍ମା ଶତପଥି ଧାରନସ୍ଥଳକୁ ଆସି ଆଲୋଚନା କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଆସନ୍ତା 2ଦିନ ମଧ୍ୟରେ ବାସଗୃହ ଯୋଗାଇଦେବାପାଇଁ ପ୍ରତିଶୃତି ଦେଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l ଏହି ଧାରଣାରେ ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତ, ଆଇନଜୀବୀ କ୍ଷିତୀଶ ଜଗତି, ଅଶୋକ ସାହୁ, ସୁଜିତ ଦାସ, ନୀଳାଦ୍ରି ବେହେରା, ଦେବାଶିଷ ପ୍ରଧାନ, ଭାଗ୍ୟଧର ବେହେରା, ଅଖିଲ ମୂଳିଆ, ରାଜକୁମାର ଜେନା, ଦୀପ୍ତି ସ୍ୱାଇଁ, ରାଜକୁମାର ଦାସ, ସାହିଲ ସିଂ, ରାକେଶ ସାମଲ, ରାହୁଲ ପ୍ରଧାନ, ଶୁଭମ ନାୟକ ସମେତ କ୍ଷତିଗ୍ରସ୍ତ ପରିବାରର ୱାଇ ଲଖ୍ମଣ ରାଓ, ୱାଇ ଜଗା ରାଓ, ୱାଇ ଲକ୍ଷ୍ମୀ, ତରୁଣ ରାଓଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି l

ସରକାରଙ୍କ ତରଫରୁ ଉଛେଦ କରାଯିବା ପ୍ରତିବାଦରେ ହିନ୍ଦୁସେନା ତରଫରୁ ଧାରଣା