ସାନିଆ ମିର୍ଜାଙ୍କ ଇଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ଏହାକୁ ନେଇ ସାନିଆ ମିର୍ଜା କୌଣସି ବୟାନ ଦେଇ ନ ଥିଲେ । କିନ୍ତୁ ଏବେ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ଅବଶ୍ୟ ଶୋଏବଙ୍କ ସମ୍ପର୍କ ନେଇ କିଛି ଲେଖି ନାହାନ୍ତି ହେଲେ ସେ ପୋଷ୍ଟ କୁ ନେଇ ତାଙ୍କ ଫ୍ୟାନ ମାନଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି । ସେ ସେହି ପୋଷ୍ଟରେ ଦର୍ପଣ ସମ୍ମୁଖରେ ଛିଡା ହୋଇଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତ ରିଫ୍ଲେକ୍ଟ । ସୂଚନା ଯୋଗ୍ୟ, ସନା ଜାଭେଦଙ୍କ ସହ ଶୋଏବ ତୃତୀୟ ବିବାହ କରିବା ପରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ସାନିଆଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ଯେ, ସେ ସର୍ବଦା ତାଙ୍କ ବ୍ୟକ୍ତିଗତ ଘଟଣା ଲୋକଙ୍କଠାରୁ ଦୂରେଇ ରଖିଥାନ୍ତି । ତେବେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ସେମାନଙ୍କ ଛାଡପତ୍ର ହୋଇ ସାରିଛି । ଆମେ ଶୋଏବଙ୍କ ନୂତନ ବିବାହ ନେଇ ଶୁଭେଚ୍ଛା ଜଣାଉଛୁ । ୨୦୧୦ରେ ସାନିଆ ଓ ଶୋଏବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପୂର୍ବରୁ ଶୋଏବ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଜଣେ ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିବା ନେଇ ଭାରତର ଟେନିସ ତାରକା ସାନିଆ ସର୍ବଦା ପ୍ରଶଂସକମାନଙ୍କଠାରୁ ସମାଲୋଚିତ ହୋଇ ଆସିଛନ୍ତି ।

Jan 26, 2024 - 22:44
 25
ସାନିଆ ମିର୍ଜାଙ୍କ ଇଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା