ସୁସ୍ଥ ଶିକ୍ଷକ, ସୁସ୍ଥ ସମାଜ: ୟୁନେସ୍କୋ-ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ତିନିଦିନିଆ କର୍ମଶାଳା
ଭୁବନେଶ୍ବର, ୨୯/୧୦/୨୦୨୫: ପ୍ରଶିକ୍ଷଣପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ
ସ୍ବାସ୍ଥ୍ୟ ଓ ସୁସୁତାକୁ ଅନୁର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ବରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭହୋଇଛି ।
ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ୧୪ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧୂମାନେ ଓ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷା ବିଶାରଦ, ପାଠ୍ୟଖସଡ଼ା ବିଶେଷଜ୍ଞମାନେ ଯୋଗଦେଇଛନ୍ତି ।
ଆର୍.ଆଇ.ଇ ଭୁବନେଶ୍ବରର ଅଧ୍ଯକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ କର୍ମଶାଳାର ଉଦ୍ଘାଟନ କରି ୟୁନେସ୍କୋର ନିରବଚ୍ଛିନ୍ନ ସହଯୋଗକୁ ସ୍ବାଗତ କରିଛନ୍ତି । ସେ କହିଥିଲେ, “ଶିକ୍ଷକମାନଙ୍କୁ ସ୍ବସୁ, ସମାନତାମୂଳକ ଓ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟିରେ ଦକ୍ଷ କରିବା ଏହି ପଦକ୍ଷେପର ପ୍ରାଧାନ୍ୟ ଲକ୍ଷ୍ୟ ।" ୟୁନେସ୍କୋର ଜାତୀୟ କାର୍ଯ୍ୟକ୍ରମ ଅଧୂକାରୀ (ଶିକ୍ଷା) ସୁଶ୍ରୀ ସରିତା ଯାଦବ କହିଛନ୍ତି ଯେ, ସ୍ବାସ୍ଥ୍ୟ ଓ ଜନକଲ୍ୟାଣ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ପାଇଁ ବାଧ୍ୟତାମୂଳକ ଅଂଶ । ୟୁନେସ୍କୋ ଓ ଆର୍.ଆଇ.ଇ ମଧ୍ୟରେ ସ୍ବାକ୍ଷରିତ ବୁଝାମଣା ଆଧାରରେ ଆୟୋଜିତ ଏହି କର୍ମଶାଳା ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟକୁ ଅଗ୍ରସର କରିବ ।
ଏହି ଅବସରରେ ଏନ୍.ସି.ଇ.ଆର୍.ଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଫେସର ରୀତାଞ୍ଜଳି ଦାଶ, ପ୍ରଫେସର ସରୋଜ ବାଳା ଯାଦବ ଓ ୟୁନେସ୍କୋର ସହଯୋଗୀ କାର୍ଯ୍ୟକ୍ରମ ଅଧୂକାରୀ ପ୍ରଶାନ୍ତ ଯାଦବ ଉପସ୍ଥିତ ଥିଲେ । ସୁସ୍ଥ ଜୀବନ, ଗୁଣାତ୍ମକ ଶିକ୍ଷା ଓ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ରହିଛି ।