ସଡ଼କ ଦୁର୍ଘଟଣା : ୩ ଆହତ
ଫୁଲବାଣୀ ଫିରିଙ୍ଗିଆ ଘଟିଛି ଦୁର୍ଘଟଣା । ୨ ବାଇକ ମୁହାଁମୁହାଁ ଧକ୍କା ହୋଇଛନ୍ତି । ଫଳରେ ଦୁଇଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜଣେ ଗର୍ଭବତୀ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ନେଡିସାହି ଗାଁର ସରୋଜ ନାୟକ ତାଙ୍କ ସ୍ତ୍ରୀଙ୍କୁ ନେଇ ଖଜୁରୀପଡା ବ୍ଲକ ଦରଡା ଗାଁକୁ ତାଙ୍କ ଶଶୁର ଘରକୁ ଯାଇଥିଲେ । ଏବଂ କାମ ସାରି ଘରକୁ ଫେରୁଥିବା ସମୟରେ ଫୁଲବାଣୀ ପଟକୁ ଯାଉଥିବା ଏକ ବାଇକ କୁହୁଡି ଛକ ନିକଟରେ ଧକ୍କା ଦେଇଥିଲା । ଫଳରେ ସ୍ୱାମୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବାଇକକୁ ଜବତ କରିବା ସହ ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଏବଂ ଗର୍ଭବତୀ ମହିଳା ଜଣଙ୍କ ପେଟରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ମହିଳା ଓ ଶିଶୁ ଚିକିତ୍ସା ବିଭାଗରେ ଭର୍ତି କରାଯାଇଛି ।
