୨୧ରେ କଂଗ୍ରେସର ମହିଳା ସମାବେଶ
ଦମ ଦେଖାଇବେ ନୂଆ ମହିଳା ସଭାପତି ମିନାକ୍ଷୀ ।

ଦମ ଦେଖାଇବେ ନୂଆ ମହିଳା ସଭାପତି ମିନାକ୍ଷୀ । ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା । ଆସନ୍ତା ୨୧ରେ କଂଗ୍ରେସ ପକ୍ଷରୁ ହେବ ମହିଳା ସମାବେଶ ହେବ ବୋଲି ସୂଚନା ଦେଇଛନ୍ତି ସଭାପତି ମିନାକ୍ଷା ବାହିନୀପତି ।
ଖବର ଅନୁଯାୟୀ, ମହିଳା ସଭାପତି ହେବା ପରେ ଆକ୍ସନକୁ ଆସିଛନ୍ତି ମିନାକ୍ଷୀ ସେନାପତି ।
ସଭାପତି ହେବା ପରେ ପ୍ରଥମ ଥର ପାଇଁ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । କଂଗ୍ରେସ ଭବନ ବାହାରେ ଆସନ୍ତା ୨୧ ତାରିଖରେ ଏକ ବିରାଟ ମହିଳା ସମାବେଶର ଆୟୋଜନ କରାଯିବ । ଏଥିରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାପତି ଅଳକା ଲାମ୍ବା ।ସମସ୍ତ ସାଙ୍ଗଠନିକ ଜିଲ୍ଲାରୁ ମହିଳା ମାନେ ଆସି ଯୋଗ ଦେବେ ।