ଓଏଏସ ସ୍ତରରେ ଅଦଳବଦଳ I

Aug 12, 2025 - 16:01
 28
ଓଏଏସ ସ୍ତରରେ ଅଦଳବଦଳ I

ଓଏଏସ ସ୍ତରରେ ଅଦଳବଦଳ I

ସୁଜାତା ମେଶ୍ରା ହେଲେ ଉଚ୍ଚଶିକ୍ଷା ବିଭାଗ ସ୍ଵତନ୍ତ୍ର ସଚିବଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଇଡକୋ ସିଜିଏମ(ଚିଫ୍ ଜେନେରାଲ ମ୍ୟାନେଜର) ଭାବେ ଓଏଏସ ଅଧିକାରୀ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଉଚ୍ଚଶିକ୍ଷା ବିଭାଗ ସ୍ଵତନ୍ତ୍ର ସଚିବ ଭାବେ ସୁଜାତା ମେଶ୍ରାଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦେଶକ ହୋଇଛନ୍ତି ଓଏଏସ ଅଧିକାରୀ ନୀତି ରଞ୍ଜନ ସେନ। ଓଏଏସ ଅଧିକାରୀ ଗୌରବମୟ ପ୍ରଧାନ ଅନୁଗୁଳ ଜିଲା ପରିଷଦ ଅତିରିକ୍ତ ଇଓ ଭାବେ ନିଯୁକ୍ତ ହୋଇଛନ୍ତି। କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ ଶିବଶଙ୍କର ମିଶ୍ର ଏବଂ ସ୍ଵାସ୍ଥ୍ୟ ବିଭାଗ ଡେପୁଟି ସେକ୍ରେଟାରି ଭାବେ ପୁନମ ରାଉତ ନିଯୁକ୍ତ ହୋଇଛନ୍ତି।