୨୬ ଡିସେମ୍ବରରେ ‘ବୀର ବାଲ ଦିବସ' ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
୨୬ ଡିସେମ୍ବରରେ ‘ବୀର ବାଲ ଦିବସ' ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଦିନ ୧୨:୧୫ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ 'ବୀର ବାଲ ଦିବସ' ଉପଲକ୍ଷେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧୂତ ମଧ୍ୟ କରିବେ ।
ବୀର ବାଲ ଦିବସ ଉପଲକ୍ଷେ, ଭାରତ ସରକାର ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ସାହିବଜାଦେ ବାବା ଜୋର ରାୱର ସିଂହ ଏବଂ ବାବା ଫତେହ ସିଂହଙ୍କ ଅସାଧାରଣ ସାହସ ଏବଂ ସର୍ବୋଚ୍ଚ ବଳିଦାନ ବିଷୟରେ ନାଗରିକମାନଙ୍କୁ ସୂଚନା ଦେବା ଓ ଶିକ୍ଷିତ କରିବା ତଥା ଭାରତୀୟ ଇତିହାସର ଯୁବ ନାୟକମାନଙ୍କ ଅଦମ୍ୟ ସାହସ, ତ୍ୟାଗ ଏବଂ ବୀରତ୍ଵକୁ ସମ୍ମାନିତ କରିବା ତଥା ସ୍ମରଣ କରିବା । ଏହି କାର୍ଯ୍ୟକଳାପ ମଧ୍ୟରେ ନାୟକମାନଙ୍କ ବିଷୟରେ କାହାଣୀ ଅଧୂବେଶନ, କବିତା ପାଠୋତ୍ସବ, ପୋଷ୍ଟର ତିଆରି ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଇତ୍ୟାଦି ହେବାର କାର୍ଯ୍ୟକ୍ରମ ରହିଛି । ଏଗୁଡିକ ସ୍କୁଲ, ଶିଶୁ ଯନ୍ତ୍ର ପ୍ରତିଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଅନୁଷ୍ଠାନରେ ତଥା ମାଇଗଭ୍ ଏବଂ ମାଇଭାରତ ପୋର୍ଟାଲରେ ଅନ୍ଲାଇନ୍ କାର୍ଯ୍ୟକଳାପ ମାଧ୍ଯମରେ ଆୟୋଜିତ ହେବ ।
୯ ଜାନୁଆରୀ ୨୦୨୨ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପରବ ଅବସରରେ, ପ୍ରଧାନମନ୍ତ୍ର ମନ୍ତ୍ରୀ ୨୬ ଡିସେମ୍ବରକୁ ‘ବୀର ବାଲ ଦିବସ' ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । ଏହା ଦ୍ବାରା ସାହିବଜାଦେ ବାବା ଜୋରାୱର ସିଂହଙ୍କ ଏବଂ ବାବା ଫତେହ ସିଂହଙ୍କ ସହିଦ ଦିବସକୁ ସ୍ମରଣ ରଖାଯିବ, ଯାହାଙ୍କ ଅତୁଳନୀୟ ବଳିଦାନ ପିଢ଼ିମାନଙ୍କୁ ପ୍ରେରଣା ଦେଇ ଆସୁଛି ।
ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆର୍ବିପି) ବିଜେତାମାନେ ศย ଉପସ୍ଥିତ ରହିବେ ।