୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ...

Dec 7, 2025 - 11:47
 4
୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ...

୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ...

ଓଡ଼ିଆ ଖେଳାଳୀ ତନଭି ପତ୍ରିଙ୍କୁ ଦ୍ବିମୁକୁଟ

ଓଡ଼ିଆ ଖେଳାଳୀ ସ୍ଵାତି-ନିମିଶା ହେଲେ ରନର୍ସ ଅପ

ବାଳକ ୧୫ ବର୍ଷରୁ କମ୍ ପୁଷ୍କର ସାଇ ଚାମ୍ପିୟନ

୧୭ବର୍ଷ ରୁ କମ୍ ବାଳକରେ ଜଗସେର ସିଂ ଚମ୍ପିୟାନ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ

୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଅଛି l

ଚୂଡାନ୍ତ ଦିବସ ରେ ଖେଳାଯାଇଥିବା ୧୫ ଓ ୧୭ ବର୍ଷରୁ କମ୍ ଉଭୟ ବିଭାଗରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ବିଜୟୀ ହୋଇ ଦ୍ବିମୁକୁଟ ଲାଭ କରିଛନ୍ତି।

୧୫ବର୍ଷ ରୁ କମ୍ ବୟସ ବର୍ଗର ଫାଇନାଲରେ ତନଭି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ 21-9 ଓ 21-13 ପଏଣ୍ଟର ଦୁଇଟି ଗେମ୍‌ରେ ପରାଜିତ କରି ଚାମ୍ପିୟନ ହୋଇଥିବାବେଳେ,

୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ ଫାଇନାଲରେ ତନଭି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆର ଙ୍କୁ 20-21,21-17 ଓ 22-20 ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି l 

ବାଳକ ୧୫ ବର୍ଷରୁ କମ୍ ବିଭାଗର ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ 21-17,21-12 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି।

୧୫ ବର୍ଷ ରୁ କମ୍ ବାଳିକା ଡବଲସ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଓ ସୋୟାରା ସେଲାରଙ୍କ ଠାରୁ 15-21,14-21 ପଏଣ୍ଟରେ ହାରି ରନର୍ସ ଅପରେ ସନ୍ତୁଷ୍ଟ ହୋଇଛନ୍ତି l

୧୭ବର୍ଷରୁ କମ୍ ବାଳକ ବିଭାଗରେ ଟପସିଡ଼ ଜଗସେର ସିଂ ଖାଙ୍ଗୁରା ନିଜ ରାଜ୍ୟର ବିରାଜ ଶର୍ମାଙ୍କୁ 21-12,21-13 ର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। 

୧୫ ବର୍ଷରୁ କମ୍ ଡବଲ ବାଳକ ଫାଇନାଲରେ ପଶ୍ଚିମବଙ୍ଗ ଉତ୍ତରରାଖଣ୍ଡ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ସୌର୍ୟ ସିଂ ରଣା ହରିୟାଣା ଦିଲ୍ଲୀ ଯୋଡି ଜୟବର୍ଦ୍ଧନ ହୂଡା ଓ ହର୍ଷିତ ଖତ୍ରୀଙ୍କୁ 21-18,19-21 ଓ 21-14 ର ତିନୋଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି।

୧୫ ବର୍ଷରୁ କମ୍ ମିକ୍ସଡ଼ ଡବଲସ ଫାଇନାଲରେ ତାମିଲନାଡୁ ଆନ୍ଧ୍ର ଯୋଡି ନିଥିନ ପ୍ରକାଶ ଓ ବିଜୟ ତେଜସ୍ୱିନୀ ପଶ୍ଚିମବଙ୍ଗ ତାମିଲନାଡୁ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ନେହା ଏସଙ୍କୁ 21-11,19-21ଓ 21-13 ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି l

୧୭ ବର୍ଷରୁ କମ୍ ମିକ୍ସଡ଼ ଡବଲ ଫାଇନାଲରେ କର୍ଣ୍ଣାଟକ ଯୋଡି ପୁନିଥ ଏସ ଓ ଦୀପକ ରାଜ ଅଦିତି ରାଜସ୍ଥାନ ତାମିଲନାଡୁ ଯୋଡି ଅର୍ଣ୍ଣବ ଶର୍ମା ଓ ଅଞ୍ଜନା ମାଣିକନ୍ଦନଙ୍କୁ 21-16, 21-14ରେ ହରାଇ ଚାମ୍ପିୟନ ହୋଇଛନ୍ତି l

ବାଳକ ଡବଲସ ୧୭ ବର୍ଷରୁ କମ୍ ଫାଇନାଲରେ କର୍ଣ୍ଣାଟକ ଯୋଡି ପବନ ଏସ୍‌ ଓ ପୁନିଥ ଏସ୍‌ ଚମ୍ପିୟାନ ହୋଇଥିବାବେଳେ ବାଳିକାରେ ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବି. ଭି. ଦ୍ଭି. ଚାମ୍ପିୟନ ହୋଇଛନ୍ତି l

ଜାତୀୟ ଚମ୍ପିୟାନସିପ୍‌ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ଉନ୍ନୟନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କ୍ରୀଡା ଓ ଯୁବ ସେବା କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦେଶକ ଆବୋଲି ସୁନୀଲ ନର୍ବୋଣେ, ବ୍ୟାଡ଼ମିଣ୍ଟନ ଆସୋସିଏସନ ଇଣ୍ଡିଆର ଉପସଭାପତି ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶେଖର ବିଶ୍ୱାସ, ଟୁର୍ଣ୍ଣାମେଣ୍ଟ ପର୍ଯ୍ୟବେକ୍ଷକ କେ. କେ.ଶର୍ମା, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ସମ୍ପାଦକ ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେl 

ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ତରଫରୁ ଚମ୍ପିୟାନ ଖେଲାଳୀ ତନଭି ପତ୍ରିଙ୍କୁ ପାଞ୍ଚ ଲକ୍ଷ ଓ ଡବଲସ ରନର୍ସ ଅପ୍ ହୋଇଥିବା ନିମିଶା ଓଝା ଓ ସ୍ଵାତି ନାୟକଙ୍କୁ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ବୋଲି ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌

ସଭାପତି ତଥା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଘୋଷଣା କରିଥିଲେl

ଏହି ଜାତୀୟ ଚାମ୍ପିୟନସିପ୍‌ର ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ଯାହାକି ଚମ୍ପିୟାନ ଓ ରନର୍ସ ଉପ ଖେଳାଳୀମାନଙ୍କୁ ବଣ୍ଟନ କରାଯାଇଥିଲା।