ପୁରୀରେ ଅହୋମ କବି ସମାଜ ପକ୍ଷରୁ ସମନ୍ୱୟ କବି ସମାରୋହ...
ଶ୍ରୀ ଶଙ୍କରଦେବ ସଂସ୍କୃତି ସମାଜ ପୁରୀ ପ୍ରକଳ୍ପ ଅହୋମ ନାମଘର ଆନୂକୂଲ୍ୟରେ କବି ସମିଳନୀ ମିଳିତ ଭାବେ ଆୟୋଜିତ ହୋଇଥିଲା ।
କବିୟତ୍ରୀ ଶୈଳବାଳା ମହାପାତ୍ର ଏହି ଓଡିଶା-ଆସାମ ସାହିତ୍ୟ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଲୋକ ସମ୍ପର୍କ ସୂଚନା ଉପ ନିର୍ଦ୍ଦେଶକ ସନ୍ତୋଷ ସେଠୀ ଯୋଗ ଦେଇଥିଲେ ।
ବରିଷ୍ଠ ସାହିତ୍ୟିକ ଓ ଏନବିଟିର ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର ଏହାର ସଭାପତିତ୍ୱ କରିଥିଲେ ।
ଓଡିଶା ଓ ଆସାମ ସାହିତ୍ୟର ମିଳନ ଏଠାରେ ଦେଖିବାକୁ ମିଳିଥିଲା । ଏହି ଅନୁଷ୍ଠାନର ସଭାପତି ରାଜୀବ କୁମାର ଫୁକନ ଓ ସମ୍ପାଦକ ବର୍ଣ୍ଣାଳୀ ବୋରା ବୈଶ୍ୟ ସୁଚାରୁରୂପେ ଏହାର ପରିଚାଳନା କରିଥିଲେ ।
କବି ସମ୍ମିଳନୀର ଉଭୟ ଆସାମ ଓ ଓଡିଶାର ଅନେକ କବି ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ ।
ଓଡିଶାର ସୁଚେତା ମିଶ୍ର, ଅଜୟ ପ୍ରଧାନ, ଅକ୍ଷୟ ବେହେରା, କେଦାର ମିଶ୍ର, ସନ୍ତୋଷ ସେଠୀ ଓ ଶ୍ୟାମ ସେନାପତିଙ୍କ ସମେତ ଅନେକ କବିତା ପାଠ କରିଥିଲେ ।
ସେହିପରି ଆସାମର ରିଦିପ ବରୁହା, କୋନିକା ମଜମୁଦାର, ସୋମେଶ ଡେକା, ଅରୂପ ଧର ବରୁହା ଓ ଦୁଲାଲ ମେଢ଼ି ସମେତ ଅନ୍ୟମାନେ କବିତା ପାଠ କରିଥିଲେ |