୮ମ ବେତନ କମିଶନ ଲାଗୁରେ କଣ ସବୁ ରହିଛି...

Oct 29, 2025 - 18:34
 18
୮ମ ବେତନ କମିଶନ ଲାଗୁରେ କଣ ସବୁ ରହିଛି...

କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମବେତନ କମିସନର ଟର୍ମସ ଅଫ୍ ରେଫରାନ୍ସକୁ ମଞ୍ଜୁରି ପ୍ରଦାନ କରିଛନ୍ତି । 

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯ ଲକ୍ଷ ପେନସନ୍ ଧାରୀ ଉପକୃତ ହେବାକୁ ଯାଉଛନ୍ତି । ସୂଚନା ଓ ପ୍ରଯ୍ୟୁକ୍ତି ବିଦ୍ୟା ମନ୍ତ୍ରୀ ଅଶନ୍ୱୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

ଜାନୁଆରୀ ୧୬, ୨୦୨୫ରେ ଘୋଷଣା କରାଯାଇଥିବା ୮ମ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଗଠନ, ଭତ୍ତା ଏବଂ ପେନସନ ମୂଲ୍ୟାଙ୍କନ କରିବ ବୋଲି ଆଶା କରାଯାଉଛି।  

ଅଷ୍ଟମ ବେତନ କମିଶନରେ କର୍ମଚାରୀମାନଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟରକୁ ନଜରରେ ରଖି ଦରମା ବୃଦ୍ଧି କରାଯିବ ।

ToR ହେଉଛି କମିଶନଙ୍କ କାର୍ଯ୍ୟ ପାଇଁ ଏକ ମାର୍ଗଦର୍ଶିକା ଡକ୍ୟୁମେଣ୍ଟ। ଏହା କମିଶନଙ୍କ ପରିସର, ଉଦ୍ଦେଶ୍ୟ ଏବଂ ସୀମାକୁ ପରିଭାଷିତ କରେ। ଏହା କମିଶନଙ୍କ ସମୀକ୍ଷା ଆବଶ୍ୟକତା, ଯେପରିକି ଦରମା ଗଠନ, ଭତ୍ତା, ପେନସନ, ଇତ୍ୟାଦିକୁ ମଧ୍ୟ ନିର୍ଦ୍ଦିଷ୍ଟ କରେ। 

ToR ବିନା, କମିଶନଙ୍କ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ।

ଦରମା ବୃଦ୍ଧି ପାଇଁ ଏକ ନିର୍ଦ୍ଦିଷ୍ଟ ସୂତ୍ର ଅଛି, ଯେଉଁଥିରେ ଫିଟମେଣ୍ଟ ଫ୍ୟାକ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। 

ସପ୍ତମ ବେତନ କମିଶନରେ ଏହା ୨.୫୭ ପ୍ରତିଶତ ଥିଲା। 

ସେତେବେଳେ ସର୍ବନିମ୍ନ ମୌଳିକ ଦରମା ୬,୦୦୦ ଟଙ୍କାରୁ ବୃଦ୍ଧି ପାଇ ୧୮,୦୦୦ ଟଙ୍କା ହୋଇଥିଲା। 

ଏଥର, ଯଦି ୨.୪୭ ପ୍ରତିଶତର ଫିଟମେଣ୍ଟ ଫ୍ୟାକ୍ଟର ପ୍ରୟୋଗ କରାଯାଏ, ତେବେ ନୂତନ ମୌଳିକ ଦରମା ୩୦,୦୦୦ ଟଙ୍କା ପାଖାପାଖି ପହଞ୍ଚିପାରେ।

ବର୍ତ୍ତମାନର ମୌଳିକ ଦରମା ୧୮,୦୦୦ ଟଙ୍କା, ତେବେ ୨.୪୭ ପ୍ରତିଶତର ଫିଟମେଣ୍ଟ ଫ୍ୟାକ୍ଟର ସହିତ, ଏହି ଦରମା ୪୪,୪୬୦ ଟଙ୍କାକୁ ବୃଦ୍ଧି ପାଇବ। 

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ପ୍ରତିଶତରେ ରହିଥାଏ, ତେବେ ନୂତନ ମୌଳିକ ଦରମା ୩୩,୪୮୦ ଟଙ୍କା ହେବ।

ମୋଟ ଦରମାରେ ମୂଳ ଦରମା ସହିତ ଘର ଭଡ଼ା ଭତ୍ତା ଏବଂ DA ଅନ୍ତର୍ଭୁକ୍ତ।

DA, ବା ମହଙ୍ଗା ଭତ୍ତା, ମୁଦ୍ରାସ୍ଫୀତି ଅନୁସାରେ ଦିଆଯାଏ। ଏହାକୁ ବର୍ଷକୁ ଦୁଇଥର ଅପଡେଟ୍ କରାଯାଏ। 

ବର୍ତ୍ତମାନର ଗଣନା ପାଇଁ, ଆମେ DA ଶୂନ୍ୟ ବୋଲି ଧରି ନେଉଛୁ। ଘର ଭଡ଼ା ଭତ୍ତା ମଧ୍ୟ ତିନୋଟି ବର୍ଗରେ ବିଭକ୍ତ। 

ମେଟ୍ରୋ ସହରରେ ରହୁଥିବା ଲୋକମାନେ ମୂଳ ଦରମାର ୩୦ ପ୍ରତିଶତ, ଟାୟାର-୨ ସହରରେ ରହୁଥିବା ଲୋକମାନେ ୨୦ ପ୍ରତିଶତ ଏବଂ ଟାୟାର-୩ ସହରରେ ରହୁଥିବା ଲୋକମାନେ ୧୦ ପ୍ରତିଶତ ପାଆନ୍ତି।