2025-26 ଆର୍ଥକ ବର୍ଷ ଲାଗି ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡିକୁ କ୍ୟାବିନେଟ୍ ମଞ୍ଜୁରି

Oct 30, 2025 - 14:18
 3
2025-26 ଆର୍ଥକ ବର୍ଷ ଲାଗି ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡିକୁ କ୍ୟାବିନେଟ୍ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରବି ଋତୁ 2025-26 (01.10.2025 ରୁ 31.03.2026) ପାଇଁ ଏହି ସବସିଡି ଲାଗୁ ହେବ। ରବି ଋତୁ 2025-26 ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକ‌ତା ପାଖାପାଖୂ 37,952.29 କୋଟି ଟଙ୍କା ହେବ। । ଏହା ଖରିଫ ଋତୁ 2025 ପାଇଁ ବଜେଟ ଆବଶ୍ୟକତା ଠାରୁ 736 କୋଟି ଟଙ୍କା ଅଧୂକ। ଡାଇ ଆମୋନିୟମ ଫସଫେଟ୍ (ଡିଏପି) ଏବଂ ଏନପିକେଏସ (ନାଇଟ୍ରୋଜେନ, ଫସଫରସ, ପଟାସ, ସଲଫର) ଗ୍ରେଡ୍ ସମେତ ପିଏଣ୍ଡକେ ସାର ଉପରେ ସବସିଡି ଦର 2025-26 ରବି ଋତୁ (01.10.2025 ରୁ 31.03.2026 ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦରରେ ଲାଗୁ ହେବ । ଏହାଫଳରେ ଚାଷୀମାନେ ଶସ୍ତା ଦରରେ ସହଜରେ ଏହି ସାର ପାଇପାରିବେ

ଚାଷୀମାନଙ୍କୁ ସବସିଡିଯୁକ୍ତ, ସୁଲଭ ଏବଂ ଯୁକ୍ତିଯୁକ୍ତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରାଯିବ।

ସାର ଏବଂ କୃଷି ଇନପୁଟର ଅନୁର୍ଜାତୀୟ ଦରର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖ୍ ପିଏଣ୍ଡକେ ଉପରେ ସବସିଡିକୁ ଯୁକ୍ତିସଂଗତ କରାଯାଇପାରିବ।