ଆମୱେ ଓ ଆମେରିକା CEO ମଧରେ କମ୍ପାନୀ ଉତ୍ପାଦର 10 ବର୍ଷ...

Oct 30, 2025 - 14:16
 11
ଆମୱେ ଓ ଆମେରିକା CEO ମଧରେ କମ୍ପାନୀ ଉତ୍ପାଦର 10 ବର୍ଷ...

ଆମୱେ ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‍ସନ ଦେଶରେ କମ୍ପାନୀର ଉତ୍ପାଦନକୁ ୧୦ ବର୍ଷ ପାଳନ ନିମନ୍ତେ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ- ଏହି ମାଇଲଖୁଣ୍ଟ ଆମୱେର ବୈଶ୍ୱିକ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଆମୱେ ପାଇଁ ଆମେରିକା ଓ ଚୀନ ସମେତ ମାତ୍ର ତିନିଟି ବୈଶ୍ୱିକ ଉତ୍ପାଦନକାରୀ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ଭାରତର ରଣକୌଶଳାତ୍ମକ ଗୁରୁତ୍ୱରେ ଏକ ମାଇଲଖୁଣ୍ଟ ହୋଇଛି 

ଏହି ମଜଭୁତ ମୂଳଦୁଆ ଉପରେ କମ୍ପାନୀ ଆମୱେ ବ୍ୟବସାୟ ମାଲିକ/ବିତରକଙ୍କ ସାମର୍ଥ୍ୟରେ ବୃଦ୍ଧି ଘଟାଇବା, ଏହାର ଶାରୀରିକ ଉପସ୍ଥିତିକୁ ସୁଦୃଢ ଓ ପରିବ୍ୟାପ୍ତ କରିବାଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସେପାନକୁ ନେବା ସକାଶେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ନିବେଶ ଯୋଜନା କରିଛି।

ପ୍ରେସିଡେଣ୍ଟ ଏବଂ ସିଇଓ ଭୂମିକା ଗ୍ରହଣ କରିବା ପରେ ନେଲ୍‍ସନଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଛି ଏବଂ ଏହା ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ରଣକୌଶଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହିତ ଏହି ଅଞ୍ଚଳରେ କମ୍ପାନୀର ସମାବେଶୀ ଏବଂ ଦୀର୍ଘସ୍ଥାୟୀ ପ୍ରଗତି ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି।

“ଭାରତ ଆମୱେର ବୈଶ୍ୱିକ ଦୃରଦୃଷ୍ଟିର ମୂଳ ସ୍ଥାନ ହୋଇ ରହିଆସିଛି”, ବୋଲି ମାଇକେଲ ନେଲ୍‍ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ। 

“ଭାରତ ତାହାର ଡିଜିଟାଲ ଉପାୟରେ ସଶକ୍ତ ଜନସଂଖ୍ୟା, ଏକ ଗତିଶୀଳ ଏବଂ ଯୁବ ଲୋକଶକ୍ତି ଏବଂ ଚଳଚଞ୍ଚଳ ସାମୟିକ ଉପାର୍ଜନ ଅର୍ଥନୀତି (ଗିଗ୍‍ ଇକୋନୋମି) ଦ୍ୱାରା ପରିଚାଳିତ ଶକ୍ତିର ଏକ ଗନ୍ତାଘର ଅଟେ। 

ଆମୱେ ପାଇଁ ଭାରତ ରୂପାନ୍ତରଣର ସନ୍ଧିକ୍ଷଣରେ ରହିଛି ଏବଂ ଏହି ପରିବର୍ତ୍ତନକୁ ଆଗେଇନେବା ସକାଶେ ଆମେ ଆମର ମୂଲ୍ୟବୋଧ ଓ ସଂସ୍କୃତିକୁ ସୁଦୃଢ କରି, ପରିବର୍ତ୍ତନଶୀଳ ଗ୍ରାହକ ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନକୁ ତ୍ୱରାନ୍ୱିତ କରି ଏବଂ ଶିକ୍ଷା ଓ ତାଲିମ ଜରିଆରେ ବିତରକ ସହଭାଗୀତାକୁ ଅଧିକ ନିବିଡ କରିବା ଭଳି ମୁଖ୍ୟ ଅଗ୍ରାଧିକାର ବିଷୟଗୁଡିକ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଆମେ ନିରନ୍ତର ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛୁ।

ଭାରତରେ ୨୭ ବର୍ଷରୁ ଅଧିକ କାଳ ବ୍ୟବସାୟ ସହିତ ଏକ ଦଶନ୍ଧିର ଉତ୍ପାଦନ ଉତ୍କର୍ଷକୁ ନେଇ ଆମୱେ ସ୍ଥାନୀୟ ଉତ୍ପାଦନ, ଆର ଆଣ୍ଡ ଡିକୁ ଆଗେଇନେବା ଏବଂ ଡିଜିଟାଲ ପ୍ରୟାସସମୂହରେ ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ କରିଛି, ଯେଉଁଥିରେ ଏକାଧିକ ସର୍ବାଧୁନିକ ଗବେଷଣା ଲାବ୍‍ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି। 

ଏହା ଆମୱେ ଭାରତୀୟ ବଜାରରେ ନବସୃଜନ ଏବଂ ପ୍ରଗତି ପ୍ରତି ଦୀର୍ଘାବଧି ପ୍ରତିବଦ୍ଧତା ସମ୍ପର୍କରେ ଦର୍ଶାଉଛି। 

ଏହି ସମସ୍ତ ପ୍ରୟାସ ଓ ପୁଞ୍ଜିନିବେଶ ଜରିଆରେ କମ୍ପାନୀ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ନିୟୁତ ପର୍ଯ୍ୟନ୍ତ ଜୀବନକୁ ଜନସମୁଦାୟ ନିର୍ବିଶେଷରେ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରୟାସ ଜରିଆରେ ସଶସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ସ୍ଥାନୀୟ ଉତ୍ପାଦନର ଦଶବର୍ଷ ପାଳନ କରିବାକୁ ଯାଇ ଆମୱେର ତାମିଲନାଡୁସ୍ଥିତ ଅତ୍ୟାଧୁନିକ କାରଖାନା ଏହାର ‘ମେକ୍‍ ଇନ ଇଣ୍ଡିଆ’ ଦୂରଦୃଷ୍ଟି ସହିତ ମେଳ ଖାଉଥିବା ଏକ ନିଦର୍ଶନ ହୋଇଛି। 

ଏହି କାରଖାନା ସ୍ଥାନୀୟ ନିଯୁକ୍ତ ସୃଷ୍ଟି ଏବଂ ଦକ୍ଷତା ବିକାଶ କ୍ଷେତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହା ଆମୱେର ଭାରତରେ ଉତ୍ପାଦନ, ଭାରତ ଏବଂ ବିଶ୍ୱ ପାଇଁ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି |