2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ: ଡକ୍ଟର ଜିତେନ୍ଦ୍ର ସିଂ

Nov 14, 2025 - 09:42
 9
2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ: ଡକ୍ଟର ଜିତେନ୍ଦ୍ର ସିଂ

2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତୁ) ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି । ଆଜି ଭୁବନେଶ୍ବରସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଲଙ୍ଗିଟ୍ୟୁଡିନାଲ କୋହର୍ଟ ଷ୍ଟଡିଜ୍ ଉପରେ ଜାତୀୟ ସମ୍ମିଳନୀ-କୋହୋର୍ଟ କନେକ୍ଟକୁ ଉଦଘାଟନ କରି ସେ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତକୁ ଏବେ ନିଦାନ ଆଧାରିତ ଦୀର୍ଘକାଳୀ ଳୀନ ସ୍ବତନ୍ତ୍ରି ରଣନୀତି ପ୍ରସ୍ତୁତ କରିବାକୁ ହେବ। ଡକ୍ଟର ସିଂ ଆହୁରି କହିଛନ୍ତି, “ଭାରତୀୟ ରୋଗୀଙ୍କ ପାଇ ଭାରତୀୟ ଉପଚାର, ଭାରତୀୟ ବିଷୟ ଲାଗି ଭାରତୀୟ ନିରାକରଣ ରଣନୀତି, ଭାରତୀୟ ସମାଧାନ ଲାଗି ଭାରତୀୟ ତଥ୍ୟ ଆମର ମନ୍ତ୍ର ହେବା ଉଚିତ୍।

ସୂଚନାଯୋଗ୍ୟ, କୋହୋର୍ଟ ଷ୍ଟଡିଜ୍ ଏପରି ଏକ ଅଧ୍ୟୟନକୁ ବୁଝାଇଥାଏ ଯେଉଁଥ୍ରେ ରେ ସମାନ ବୈଶିଷ୍ଟ୍ୟ ଥିବା ଏକ ଗୋଷ୍ଠୀର ସ୍ବାସ୍ଥ୍ୟବସ୍ଥା ଓ ଜୀବନଶୈଳୀକୁ ଳୀକୁ ଅନୁଧ୍ୟାନ କରାଯାଇଥାଏ ଯାହାଫଳରେ ସେମାନଙ୍କ ଠାରେ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସମସ୍ୟାର ବିପଦ କାରକକୁ ଚିହ୍ନଟ କରାଯାଇପାରିବ ।

ଆଜିର କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ କୋହୋର୍ଟ ପାଇଁ ରହିଥ‌ିବା ସୁଯୋଗ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି, ଏହା ସ୍ବାସ୍ଥ୍ୟର ଚାରିଟି ଗୁରୁତ୍ବପୂର୍ଣ ନିର୍ଦ୍ଧାରକ ଯଥା ଜୈବିକ, ପରିବେଶଗତ, ଆନୁବଂଶିକ ଏବଂ ଜୀବନଶୈଳୀ କାରକଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ପ୍ରତ୍ୟେକ କାରକ ଦେଶର ଆହାର, ପରିବେଶ ৩০° ଆନୁବଂଶିକ ଢାଞ୍ଚାରେ ଅସାଧାରଣ ବିବିଧତା ଦ୍ବାରା ଆକାର ନେଇଥାଏ।

ଡକ୍ଟର ସିଂ କହିଛନ୍ତି, ଭାରତରେ ପାଚନକ୍ରିୟା ସହ ଜଡ଼ିତ ବିକାର ପ୍ରାୟତଃ ପରସ୍ପର ସହ ଯୋଡ଼ି ହୋଇ ରହିଥ‌ିବା ସ୍ଥିତି ରୂପରେ ସାମ୍ନାକୁ ଆସିଥାଏ ଏବଂ ଏହାକୁ ସଂକ୍ରାମ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗର ବ୍ୟାପକ ପରିଦୃଶ୍ୟଠାରୁ ଅଲଗା କରାଯାଇପାରିବ ନାହିଁ। ଯକ୍ଷ୍ମା ଏବଂ ମଧୁମେହ ମ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଷୟରେ ଉଲ୍ଲେଖ କରି, ସେ କହିଥିଲେ ଯେ ଭାରତକୁ ରୋଗ ମୁକାବିଲା କ୍ଷେତ୍ରରେ ସଂକୀର୍ଣ୍ଣ ଦୃଷ୍ଟିକୋଣ ଠାରୁ ଆଗକୁ ବଢ଼ିବାକୁ ପଡ଼ିବ। ଦୀର୍ଘ ଦଶ ଦଶନ୍ଧିର ନିଦାନଗତ ଅଭିଜ୍ଞତାକୁ ଆଧାର କରି, ସେ କହିଥିଲେ ଯେ ଭାରତୀୟ ଫେନୋଟାଇପରେ ଏକ ସ୍ବତନ୍ତ୍ର ପାଚନକ୍ରିୟା ଜନିତ ଦୁର୍ବଳତା ରହିଛି ଯାହା ଅନେକ ପିଢ଼ି ଧରି ବିଦେଶରେ ବସବାସ

କରୁଥିବା ଭାରତୀୟଙ୍କ ଭିତରେ ମଧ୍ୟ ପରିଲକ୍ଷିତ ହୁଏ। ଯଦିଓ ଏପରି ଧାରା ଐତିହାସିକ ଭାବରେ ପରିଚିତ ଥୂଲା, ତଥାପି ବ୍ୟାପକ ସମୂହ ଅଧ୍ୟୟନ ମାଧ୍ୟମରେ ଏବେ ବଡ଼ ଧରଣର ବୈଜ୍ଞାନିକ ବୈଧତା ସମ୍ଭବ ହେଉଛି ବୋଲି ସେ କହିଥିଲେ।

ଜିନୋମିକ୍ସ ଏବଂ ଜୈବ ଚିକିତ୍ସା ବିଜ୍ଞାନରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ। ସେ ମଧ୍ୟ ବଡ଼ ଧରଣର ଜିନୋମ୍ ସିକୋଏଲିଂ ଏବଂ ହିମୋଫିଲିଆ ପାଇଁ ଦେଶର ପ୍ରଥମ ସ୍ବଦେଶୀ ନିଦାନଗତ ପରୀକ୍ଷଣ ଭଳି ମାଇଲଖୁଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ। ନୂତନ ଚିକିତ୍ସା ଏବଂ ଆଧୁନିକ ଔଷଧଗୁଡ଼ିକୁ ଦୀର୍ଘକାଳୀନ ତଥ୍ୟ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବା ଉଚିତ ବୋଲି ସେ ସତର୍କ କରାଇବା ସହ ଗୁରୁତ୍ବାରୋପ କରି କହିଥିଲେ ଯେ ପ୍ରାୟ 70% ଜନସଂଖ୍ୟା 40 ବର୍ଷରୁ କମ୍, ଭାରତକୁ ନିବାରଣ, ପ୍ରାରମ୍ଭିକ ହସ୍ତକ୍ଷେପ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସ୍ବାସ୍ଥ୍ୟ ସମାଧାନକୁ ପ୍ରାଥମିକତା ଦେବାକୁ ପଡିବ।

କୋହର୍ଟ କନେକ୍ଟ ସମ୍ମିଳନୀରେ ସାରା ଦେଶରୁ ବୈଜ୍ଞାନିକ, ଡାକ୍ତର, ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ କୋହର୍ଟ ଗବେଷଣାକାରୀ ଭାଗ ନେଇ ଲଙ୍ଗିଟ୍ୟୁଡିନାଲ କୋହୋର୍ଟ ଗବେଷଣାର ବିସ୍ତାରିତ ଦୃଶ୍ୟପଟ ଉପରେ ଆଲୋଚନା କରୁଛନ୍ତି। କାର୍ଯ୍ୟକ୍ରମରେ ପିଆଇ-ଚେକ୍ ପ୍ରଗତି, ମଲ୍ଟି-ଓମିକ୍ସ ଇଣ୍ଟିଗ୍ରେସନ୍, ଡିଜିଟାଲ୍ ସ୍ଵାସ୍ଥ୍ୟ ରେକର୍ଡ ପ୍ରଣାଳୀ, ବାଦ୍ଧକ୍ୟ ଏବଂ ଡିମେନ୍ସିଆ ଗବେଷଣା, ଜନଜାତି ସ୍ବାସ୍ଥ୍ୟ କୋହୋର୍ଟ, ମାତୃ ଶିଶୁ ସ୍ବାସ୍ଥ୍ୟ ପଦକ୍ଷେପ, କାର୍ଡିଓ ମେଟାବୋଲିକ୍ ଅଧ୍ୟୟନ, ଏକ୍ସପୋଜମ୍ ସାଇନ୍ସ ଏବଂ ଭାରତ ପାଇଁ ନିର୍ଦ୍ଦିଷ୍ଟ ବିପଦ ପୂର୍ବାନୁମାନ ମଡେଲ ଉପରେ ଅଧୂବେଶନ ଆୟୋଜନ କରାଯାଇଛି । ଏହା ଭାରତରେ ସଠିକ୍ ସ୍ବାସ୍ଥ୍ୟସେବାକୁ ଆଗକୁ ବଢାଇବା ପାଇଁ ବ୍ୟାପକ ବୈଜ୍ଞାନିକ ପ୍ରୟାସକୁ ପ୍ରତିଫଳିତ କରିଥାଏ। થાણા Ⓡ

ସମ୍ମିଳନୀର ଅଧୂବେଶନଗୁଡ଼ିକରେ ସମନ୍ବିତ ରୋଗ ନିରୂପଣ ମୂଲ୍ୟାଙ୍କନ, ବୃକକ୍-ରୋଗ ଗୋଷ୍ଠୀ ବଂ ସିଲିଆକ୍-ରୋଗ ଜୈବ ରିପୋଜିଟୋରୀ ଠାରୁ ଆରମ୍ଭ କରି ଜିଏଆରବିଏଚ-ଆଇଏନଆଇ ଅଧୀନ ମନରେ ଜନ୍ମ-ପରିଣାମ ଗବେଷଣା, ପ୍ରିଟର୍ମ-ଜନ୍ମ ଜିନୋମିକ୍ସ, ବୀରଭୂମ ଜନସଂଖ୍ୟା ପ୍ରକଳ୍ପ এর° ସିଏଆରଆରଏସ କାର୍ଡିଓମେଟାବୋଲିକ୍ ଗୋଷ୍ଠୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଆଇସିଏମଆର-ଇଣ୍ଡିଆବି ଅଧ୍ୟୟନ, ନୂଆଦିଲ୍ଲୀ ଜନ୍ମ ଗୋଷ୍ଠୀ ଏବଂ ଜାତୀୟ ଜନଜାତି-ସ୍ଵାସ୍ଥ୍ୟ ପଦକ୍ଷେପ ଉପରେ ମଧ୍ୟ ବିଚାରବିମର୍ଶ କରାଯାଇଛି। ପ୍ୟାନେଲ୍ ଆଲୋଚନାରେ ତଥ୍ୟ ଅଂଶୀଦାର, ମିଳିତ ଗବେଷଣାରେ ନୈତିକତା ଏବଂ ଭାରତର ଆଦିବାସୀ ସମ୍ପ୍ରଦାୟ ପାଇଁ ବିକଶିତ ଦୃଷ୍ଟିକୋଣ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ଶିଳ୍ପ ଅଂଶୀଦାରମାନେ ପରବର୍ତ୍ତୀ ପିଢ଼ିର ସ୍ବାସ୍ଥ୍ୟ ଗବେଷଣାକୁ ଚଲାଇ ଆସୁଥୁବା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ ଡକ୍ଟର ରାମାନୁଜ ନାରାୟଣ (ନିର୍ଦ୍ଦେଶକ, ସିଏସଆଇଆର-ଆଇଏମଏମଟି), ଡକ୍ଟର ସୌଭିକ ମାଇତି (ନିର୍ଦ୍ଦେଶକ, ସିଏସଆଇଆର-ଆଇଜିଆଇବି), ଡକ୍ଟର ବିନୟ ନନ୍ଦିଗୁରୀ (ସ୍ବାସ୍ଥ୍ୟସେବା ଦଳ ନିର୍ଦ୍ଦେଶକ, ସିଏସଆଇଆର-ସିସିଏମବି) ଏବଂ ଡକ୍ଟର ଦେବାଶିଷ ଦାଶ (ନିର୍ଦ୍ଦେଶକ, ବିଆରଆଇସି-ଆଇଏଲଏସ) ପ୍ରମୁଖଙ୍କ ସମେତ ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନର ପଦାଧୂକାରୀଙ୍କ ସମେତ ସିଏସଆଇଆର ମୁଖ୍ୟାଳୟ ଏବଂ ସହଭାଗୀ ପ୍ରତିଷ୍ଠାନର ବରିଷ୍ଠ

ବୈଜ୍ଞାନିକ ଏବଂ ଅଧୂକାରୀମାନେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଡକ୍ଟର ଏନ.କେ. ଗାଙ୍ଗୁଲି, ଡକ୍ଟର କୃଷ୍ଣ ରେଙ୍ଗୀ, ଡକ୍ଟର ଶାନୁନୁ ସେନଗୁପ୍ତା, ଡକ୍ଟର ଏ.ବି. ଦେ, ଡକ୍ଟର ବିବେକାନନ୍ଦ ଝା ଏବଂ ଡକ୍ଟର ନିଖୋଲ ଟଣ୍ଡନଙ୍କ ଭଳି ବିଶେଷଜ୍ଞମାନେ ଡିଜିଟାଲ୍ ସ୍ବାସ୍ଥ୍ୟ ଆନ୍ତଃକାର୍ଯ୍ୟକ୍ଷମତା, ଜନଜାତି ମିଳିତ ଗବେଷଣା, ଜିନୋମିକ୍ସ, କାର୍ଡିଓ ମେଟାବୋଲିକ୍ ରୋଗ ଢାଞ୍ଚା, ମାତୃ ପୁଷ୍ଟିସାଧନ, ତଥ୍ୟଗତ ନୈତିକତା ଏବଂ ସୁସ୍ଥ ବାଦ୍ଧକ୍ୟ ଉପରେ ଅଧୂବେଶନଗୁଡ଼ିକର ନେତୃତ୍ୱ ନେଇଥିଲେ।