ରାଜସ୍ବମନ୍ତ୍ରୀଙ୍କ ସମୀକ୍ଷା ବୈଠକ...
ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପୁରୀ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲା ରାଜସ୍ବ ବିଭାଗର ସମୀକ୍ଷା ବୈଠକର ଅଧ୍ଯକ୍ଷତା କରିଥିଲେ। ବୈଠକରେ ଜିଲ୍ଲାର ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ କାର୍ଯ୍ୟ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ସମଗ୍ର ରାଜ୍ୟରେ ରାଜସ୍ବ ସେବାକୁ ସରଳି କରଣ କରିବା ଏବଂ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ। ଏହି ମହତ କାର୍ଯ୍ୟରେ ନିଶ୍ଚିତ ଭାବେ ସଫଳ ହେବ ବୋଲି ମାନ୍ୟବର ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି।