ଭୁଶୁଡିପଡିଲା ମେଟ୍ରୋ ଷ୍ଟେସନ ପାଚେରୀର ସ୍ଲାବ, ୪ ଆହତ
ନୂଆଦିଲ୍ଲୀ : ଭୁଶୁଡିଲା ଦିଲ୍ଲୀ ଗୋକୂଳପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ। ଷ୍ଟେସନ ପାଚେରୀର ଏକ ପାର୍ଶ୍ୱ ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ କିଛି ବାଇକ୍ ମଧ୍ୟ ଦିବି ଯାଇଛି। ସୂଚନା ମୁତବାକ ଆଜି ସାକଳୁ ମେଟ୍ରୋ ଷ୍ଟେସନ ପାଚେରୀ ଏକ ପାର୍ଶ୍ୱ ସ୍ଲାବ ହଠାତ୍ ଭୁଶୁଡି ପଡିଥିଲା। ଫଳରେ ଭଗ୍ନାବଶେଷ ତଳେ ୩ରୁ ୪ ଜଣ ଲୋକ ଦବି ଯାଇଥିଲେ। ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା।ଡିସିପି (ଉତ୍ତର ପୂର୍ବ) ଜୟ ତିର୍କୀ କହିଛନ୍ତି ଯେ ଆହତଙ୍କୁ ଉଦ୍ଧାର କରାଯାଇ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ଜେସିବି ଓ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷକୁ ହଟାଯାଉଛି। ସେପଟେ ଏହି ଘଟଣାରେ କିଛି ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ମେଟ୍ରୋ କର୍ମଚାରୀ ଉପସ୍ଥିତ ଅଛନ୍ତି।
