BJPରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ
ରାଜ୍ୟ ରାଜନୀତିରେ ବଡ ହଲଚଲ୍ । ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଭାରତୀୟ ଜନତା ପାର୍ଟି(BJP)ରେ ସାମିଲ ହେଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ତାଙ୍କ ସହିତ ଅନେକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ । ବୁଧବାର ସେୟା ହୋଇଛି ।
ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୦ ନଭେମ୍ବର ୨୯ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ପ୍ରଦୀପ ପାଣିଗ୍ରାହୀ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କୁ ବିଜୁ ଜନତା ଦଳରୁ ବିଦା ହେବାକୁ ପଡିଥିଲା