ଉତ୍ତର ପ୍ରଦେଶରେ ଅଛନ୍ତି କେତେ ପାକିସ୍ତାନୀ ? ସ୍ବଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ .

ଉତ୍ତର ପ୍ରଦେଶରେ ଅଛନ୍ତି କେତେ ପାକିସ୍ତାନୀ ? ସ୍ବଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ . ଉତ୍ତର ପ୍ରଦେଶରେ ଅଛନ୍ତି କେତେ ପାକିସ୍ତାନୀ ? ସ୍ବଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ ଲକ୍ଷ୍ନୌ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଆତଙ୍କବାଦର ମାଷ୍ଟରମାଇଣ୍ଡ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଦିଆଯାଇଥିବା ଭିସା ବାତିଲ କରିଦେଇଛନ୍ତି ଏବଂ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ୱାଘା ସୀମାରେ ଫେରୁଥିବାର ନଜର ଆସିଛନ୍ତି। ଏବେ ଉତ୍ତର ପ୍ରଦେଶରେ ମଧ୍ୟ ପାକିସ୍ତାନୀ ନାଗରିକଙ୍କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ କେତେ ପାକିସ୍ତାନୀ ନାଗରିକ ଅଛନ୍ତି ସେ ସମ୍ପର୍କରେ ସୂଚନା ପ୍ରକାଶ କରିଛି ୟୁପି ପୋଲିସ । ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କୁ ପାକିସ୍ତାନ ଫେରାଇବା ପାଇଁ ୟୁପି ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଉତ୍ତର ପ୍ରଦେଶରେ ପ୍ରାୟ ୧୦୦୦ ରୁ ୧୨୦୦ ପାକିସ୍ତାନୀ ନାଗରିକ ଅଛନ୍ତି ଯେଉଁମାନଙ୍କୁ ସ୍ବଦେଶ ପଠାଯିବ । ସରକାରଙ୍କଠାରୁ ନିର୍ଦ୍ଦେଶ ମିଳିବା ପରେ, ପାକିସ୍ତାନୀ ନାଗରିକଙ୍କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହେବ। ପାକିସ୍ତାନ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀମାନଙ୍କୁ ନିଜ ନିଜ ରାଜ୍ୟରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ଭାରତ ସରକାର ତତ୍କାଳ ପ୍ରଭାବରେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ନାଗରିକମାନଙ୍କୁ ଜାରି କରାଯାଇଥିବା ସମସ୍ତ ବୈଧ ଭିସା ୨୭ ଏପ୍ରିଲ୍, ୨୦୨୫ ରୁ ବାତିଲ ହୋଇଯିବ । ସେହିପରି ପାକିସ୍ତାନୀ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ମେଡିକାଲ୍ ଭିସା କେବଳ ୨୯ ଏପ୍ରିଲ୍, ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ । ସଂଶୋଧିତ ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ପଡିବ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24

ଉତ୍ତର ପ୍ରଦେଶରେ ଅଛନ୍ତି କେତେ ପାକିସ୍ତାନୀ ? ସ୍ବଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ .