ଆଖୁଆପଦାରୁ ବିରୋଧୀଙ୍କୁ ସମାଲୋଚନା କଲେ ପାଣ୍ଡିଆନ

ଭଦ୍ରକ ଆଖୁଆପଦାରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ତେରେଚ୍ଛା ବାଣ। ବହୁତ ଲୋକ ଆସନ୍ତି।

Feb 24, 2024 - 17:33
 3
ଆଖୁଆପଦାରୁ ବିରୋଧୀଙ୍କୁ ସମାଲୋଚନା କଲେ ପାଣ୍ଡିଆନ

ଭଦ୍ରକ ଆଖୁଆପଦାରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ତେରେଚ୍ଛା ବାଣ। ବହୁତ ଲୋକ ଆସନ୍ତି। ମଞ୍ଚରେ ବଡ ବଡ଼ ଭାଷଣ ଦେଇ ଚାଲିଯାଆନ୍ତି। ଏହା ହୋଇଯିବ, ତାହା ହୋଇଯିବ କହିଥାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଭଣ୍ଡାରିପୋଖରୀ ର ଆଖୁଆପଦା ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧନ କରିଥିଲେ।

ଗତବର୍ଷ ଜୁନ ୧୨ରେ ସେ ଭଣ୍ଡାରିପୋଖରୀ ଆସିଥିଲେ। ସେତେବେଳେ ୨୨୭ଟି ଦରଖାସ୍ତ ମିଳିଥିଲା।

ସେମଧ୍ୟରୁ ୧୯୦ଟିର ସମାଧାନ ହୋଇଛି। ଭଣ୍ଡାରିପୋଖରୀ ଲାଗି ୭୨୦ କୋଟି ମଞ୍ଜୁର ହୋଇଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପଡା ରେଲୱେ ଓଭରବ୍ରିଜ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବିରିଡି ଲାଇନରୁ ତନ୍ତିଆ ଯାଏ ରାସ୍ତା ଓ ଏମ୍ବାକମେଣ୍ଟ ଲାଗି ୫୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଏମ୍ବାକମେଣ୍ଟ ଯୋଗୁ ଲୋକଙ୍କ ବନ୍ଯା ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ସେ କହିଛନ୍ତି। ଖୁବ ଶୀଘ୍ର ଏସଏଚଜି ମହିଳାଙ୍କ ପାଇଁ ଋଣ ସୀମା ବୃଦ୍ଧି ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ଆଖୁଆପଦା ଅଞ୍ଚଳରେ ଚାଷ ଲାଗି ୪୮୦ କୋଟି ମଞ୍ଜୁର ହୋଇଛି। ବିରିଡିରୁ ତନ୍ତିଆ ରାସ୍ତା ଲାଗି ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଖୁଆପଦାରେ ୫୦ ହଜାର ଏକରରେ ଜଳସେଚନ ସୁବିଧା ହୋଇଥିବାବେଳେ ୨ ଲକ୍ଷ ୩୦ ହଜାର ଲୋକଙ୍କୁ ପାନୀୟ ଜଳ ମିଳିବ। ୬୫୦ ଏକରରେ ମାଛଚାଷର ସୁଯୋଗ ସୃଷ୍ଟି ହୋଇଛି। ପୁରୀ ଶ୍ରୀମନ୍ଦିରର ରୂପାନ୍ତରୀକରଣ ହୋଇଛି। ପାଞ୍ଚଶହ ବର୍ଷରେ ଯାହା ହୋଇ ନଥିଲା ତାହା ମୁଖ୍ଯମନ୍ତ୍ରୀ ସମ୍ଭବ କରିଛନ୍ତି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବି ରୂପାନ୍ତରଣ ଚାଲିଛି। ଏହା ସହ ମମତା ଯୋଜନା, ବିଏସକେୱାଇ, ବିଭିନ୍ନ ଭତ୍ତା, ଛାତ୍ରଛାତ୍ରୀଙ୍କୁ ବୃତ୍ତି ଆଦି ସମ୍ପର୍କରେ ସରକାରଙ୍କ ଯୋଜନା ଓ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ