ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୁତ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ବ୍ରହ୍ମପୁରୀରେ ବିଭତ୍ସ ହତ୍ୟାକାଣ୍ଡ । ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୁତ୍ତ । ରାଜଧାନୀ ଦିଲ୍ଲୀର ନୂଆ ଓସମାନପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବ୍ରହ୍ମପୁରୀ ଅଞ୍ଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଜଣେ ୧୪ ବର୍ଷର ଛାତ୍ରଙ୍କୁ ପିଟି ପିଟି ନିର୍ମମଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ବ୍ରହ୍ମପୁରୀର ଅଞ୍ଚଳର ଏକ ଗଳିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପାଠ ଯାଇଛି । ଏହି ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଅନୁସନ୍ଧାନ ପରେ ପୋଲିସ ଜାଣିବାକୁ ପାଇଥିଲା କି ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକ ଜଣକ ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସ୍କୁଲରୁ ଘରକୁ ଯିବା ସମୟରେ ଏଭଳି ହୋଇଥିଲା । ତେବେ ଛାତ୍ରମାନଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ସେମାନେ ଏଭଳି କରିଛନ୍ତି ବୋଲି ଅନୁମାନ କରୁଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ କରାଯିବା ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୁତ୍ତ