ସଡ଼କ ଦୁର୍ଘଟଣା : ୨ ଆହତ
ପୁରୀ : ପୁରୀ -ପିପିଲି ୩୧୬ ନଂ ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ଏକ ସ୍କର୍ପିଓ ଗାଡି ଓଲଟି ପଡିଛି । ସୂଚନା ଅନୁସାରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ୬ ଜଣ ଶ୍ରଦ୍ଧାଳୁ ବିହାରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ପୁରୀ- ପିପିଲି ୩୧୬ନଂ ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ସ୍କର୍ପିଓଟି ଓଲଟି ପଡିଥିଲା । ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
