ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା ; ରାଜଧାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ଭୁବନେଶ୍ୱର କମିଶନରେଟ ପୁଲିସ ନବଜାତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁଯାୟୀ, ରସୁଲଗଡ଼ର ୧୬ ନମ୍ବର ଜାତୀୟ ରାଜପଥରୁ ଅନତି ଦୂରରେ ଏକ କଣ୍ଟା ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ କନ୍ୟାର ମୃତଦେହ। ମୃତଦେହଟି ଗୋଟିଏ ଅଖାରେ ଗୁଡ଼ାଯାଇଥିଲା। ସେଇ ବାଟ ଦେଇ ଯା଼ଉଥିବା ସ୍ଥାନୀୟ ଲୋକେ ଅଖାଟିକୁ ଦେଖି ସନ୍ଦେହ କରିଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇ ଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଖାଟିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅଖାରୁ ଶିଶୁ କନ୍ୟାର ମୃତଦେହ ମିଳିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ହେଲେ ଶିଶୁ କନ୍ୟାର ପରିଚୟ ମିଳି ପାରିନାହିଁ। ତେବେ ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା ; ରାଜଧାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର