ବିଜେପିକୁ ଫେରିଲେ ଜଗଦୀଶ ଶେଟ୍ଟାର

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଜେପି ଛାଡି ଗତ ବର୍ଷ ଏପ୍ରିଲରେ କଂଗ୍ରେସରେ ଯୋଗ ଦେଇଥିଲେ । କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନ ସମୟରେ ଟିକେଟ୍ ନ ପାଇବାରୁ ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

ବିଜେପିକୁ ଫେରିଲେ ଜଗଦୀଶ ଶେଟ୍ଟାର