CITU ର ସର୍ବ ଭାରତୀୟ ଉପସଭାପତି ତଥା ଓଡିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି ଙ୍କ ପରଲୋକ ରେ ଶୋକସଭା...
ବିଶିଷ୍ଟ ଶ୍ରମିକ ନେତା ତଥା ଛାତ୍ର ଜୀବନରୁ ପ୍ରଗତିଶୀଳ, ବାମପନ୍ଥୀ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା, ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର (CITU) ର
ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ ଦିବଙ୍ଗତ ସାଥି ବିଷ୍ଣୁ ଚରଣ ମହାନ୍ତିଙ୍କ ,୯ ମେ, ଶନିବାର
ଭୋର ୩-୧୫ ଘଟିକା ସମୟରେ ହୋଇଥିବା ପରଲୋକ ସ୍ମରଣରେ,
ସିଂ ଆଇ ଟି ୟୁ ଓ ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ, ସି ଆଇ ଟି ୟୁ ର
ସମ୍ବଲପୁର ଜିଲ୍ଲା ସଭାପତି ସାଥି ଗଦାଧର କୁଅଁରଙ୍କ ସଭାପତିତ୍ୱରେ,
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ଅଫିସରେ ସ୦ଧ୍ୟା ୬ ଘଟିକା ସମୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ସାଥି କୁଅଁରଙ୍କ ପ୍ରାରମ୍ଭିକ ସୂଚନା ପରେ ବରିଷ୍ଠ ଶ୍ରମିକ ନେତା, ଏତ ଏମ୍ ଏସ (HMS) ଓ କେନ୍ଦୁପତ୍ର କର୍ମଚାରୀ ସଂଘର ଓଡ଼ିଶା ରାଜ୍ୟ ସଭାପତି, ପୂର୍ବତ୍ତନ ସ୦ଗ୍ରାମୀ ସର୍ବଭାରତୀୟ ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ପୂର୍ବତ୍ତନ ଶ୍ରମିକ ଆନ୍ଦୋଳନର ଜଣେ ସ୦ଗ୍ରାମୀ ସାଥି ଓ ବର୍ତ୍ତମାନର ବି ଜେ ଡି ନେତା ସାଥି ସିଦ୍ଧାର୍ଥ ଦାସ , ସ୍ୱର୍ଗତ ସାଥି ବିଷ୍ଣୁ ମହାନ୍ତିଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଆବର୍ତ୍ତ ମାନରେ ଓଡ଼ିଶାର ଶ୍ରମିକ ଓ ବାମପନ୍ଥୀ ଆନ୍ଦୋଳନର ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବ ବୋଲି ଚିନ୍ତା
ପ୍ରକଟ କରିଥିଲେ।
ସେ ଜଣେ ମିଷ୍ଟଭାଷୀ, ମେଳାପୀ, ଓଡ଼ିଶାରେ ଐକ୍ୟବଦ୍ଧ ଆନ୍ଦୋଳନର ଅନ୍ୟତମ ପୁରୋଧା,ଓ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା, କୋଇଡା ଓ ବଣେଇ ଅଞଳର ଅପ୍ରତିଦ୍ୱନ୍ଦୀ ଶ୍ରମିକ ଓ ବାମପନ୍ଥୀ ଆନ୍ଦୋଳନର
ନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ।
କେନ୍ଦୁପତ୍ର କର୍ମଚାରୀ ସଂଘର ଓଡ଼ିଶା ସମ୍ପାଦକ, ଯୁବ ବିଜେଡି ନେତା ସାଥି ସ୦ଜିତ ମହାନ୍ତି , ବଣେଇ ବିଧାୟକ ଏକାକୀ ବିଧାୟକ ମାନଙ୍କ ଗରିବ ରାଜ୍ୟ
ଓଡ଼ିଶାରେ, ଅହେତୁକ ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କରିବା, ତାଙ୍କ ନୀତି ଓ ଆଦର୍ଶର ଦ୍ରୁଢ ତାକୁ
ପ୍ରତିପାଦନ କରେ ବୋଲି କହିବା ସହିତ ନିରାଶ ହେବା ମନୋଭାବକୁ ପରିହାର କରି ଐକ୍ୟ ବଦ୍ଧ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ଦେଇ ସ୍ୱର୍ଗତ
ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସମନ୍ୱୟ ସମିତି ର ଆବାହକ ସାଥି ଗୋକୁଳ ମେହେର, ଏ ଆଇ ଟି ୟୁ ସି ନେତା ସାଥି ନଟୁ ଗୋପାଳ, ସର୍ବସାଥି ଭି ରାମାରାଓ, ବୀରକିଶୋର ନାଏକ,
ସୁଶୀଳ କୁମାର ସେଠ, ଲକ୍ଷ୍ମଣ ଦେହୁରୀ, ସି ଆଇ ଟି ୟୁ ପକ୍ଷରୁ
ମହେଶ୍ୱର ଷଣ୍ଢ ଓ ଛାତ୍ର ଜନତା ତୁମର ପ୍ରଧାନ ପ୍ରମୁଖ ଦିବଙ୍ଗତ ସାଥିଙ୍କର ସ୍ମୃତି ଚାରଣ କରିବା ସହ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶେଷରେ ସଭାପତି ଅଭିଭାଷଣ ଦେଇ ସାଥି ଗଦାଧର କୁଅଁର, ଉପସ୍ଥିତ ପରିସ୍ଥିତିରେ ମତାଦର୍ଶ ନିର୍ବିଶେଷରେ, ଦିବଙ୍ଗତ ସାଥିଙ୍କ
ସ୦ଗ୍ରାମମୟ ଜୀବନ, ନୀତି, ଆଦର୍ଶକୁ ଅନୁସରଣ , ଅନୁକରଣ ଓ ପାଥେୟ କରି, ଭୋଟ ଓ ନିର୍ବାଚନ ମୂଲ୍ୟ ହୀନ ଓ ଗଣତନ୍ତ୍ରକୁ
ପଙ୍ଗୁ କରି ଦିଆଯାଇଥିବାରୁ, ଆଉ
ନିର୍ବାଚନ ଉପରେ ଆଶା ଓ ଭରସା ନକରି, ଭାରତର ୧୫୦ କୋଟି ଲୋକ ସ୦ଖ୍ୟାର ୬୫% ଯୁବଶକ୍ତି, ୬୦କୋଟି ଶ୍ରମିକ, କର୍ମଚାରୀ, ସେଥି ମଧ୍ୟରୁ ପ୍ରାୟ ୫୦ କୋଟି ଅସ୦ଗଠିତ ଶ୍ରମିକ, ଯେଉଁ ମାନେ ସମସ୍ତ ସୁବିଧା ସୁଯୋଗ ଓ ସୁରକ୍ଷାକୁ ବଞ୍ଚିତ, ସମସ୍ତ ମିଥ୍ୟା,
ଅପ ପ୍ରଚାର ଓ ଅନ୍ଧ ବିଶ୍ୱାସରେ ପ୍ରଭାବିତ ନହୋଇ, ଦୋଷ ବ୍ୟାପୀ
ବ୍ୟାପକ ଐକ୍ୟ, ସ୦ହତି ଓ ବଙ୍ଗଳାଦେଶ, ଶ୍ରୀଲଙ୍କା ଓ ନେପାଳ ଭଳି ଦୂର୍ବାର ଜନ ଓ ଯୁବ
ଆନ୍ଦୋଳନ , ପରିବର୍ତ୍ତନ ପାଇଁ , ଗଢ଼ି ତୋଳିବାକୁ ଆହ୍ୱାନ ଦେଇ, ଶୋକସଭାରେ ଉପସ୍ଥିତ ସମସ୍ତଙ୍କୁ
ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି
ସଭା ସାଙ୍ଗ ଘୋଷଣା କରିଥିଲେ।