NCRB ରିପୋର୍ଟ 2023 (ଜାତୀୟ ଅପରାଧ ତଥ୍ୟ )
ଭୁବନେଶ୍ବର: ଆସିଲା ୨୦୨୩ର ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍ ସି ଆର୍ ବି) ରିପୋର୍ଟ। ରିପୋର୍ଟ ଅନୁସାରେ ୨୦୨୧-୨୨ ତୁଳନାରେ ୨୦୨୩ରେ ବଢ଼ିଥିଲା ଅପରାଧ। ୧୧ ନଂ ସ୍ଥାନରେ ଓଡ଼ିଶା ଥୂବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା ରୁଜୁ ହୋଇଛି। ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା ରହିଛି। ୨୯୫୬ ଚୋରି, ୩୭୦ ଡକାୟତି ଓ ୬୨୪ ଟି ଘର ପୋଡ଼ି ମାମଲା। ୨୦୨୩ରେ ମୋଟ ୧୩୬୨ଟି ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି। ୨୨୪ ଟି ଯୌତୁକ, ୪୨ଟି ପ୍ରେମ ଓ ୩ଟି ରାଜନୈତିକ ହତ୍ୟା ମାମଲା ଥୂବା ଜଣାପଡ଼ିଛି।