ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ...
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃମଣ୍ଡଳୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନାଲକୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନଗେନ୍ଦ୍ର ପ୍ରଧାନ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ଜିଆଉଲ ହକ, ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ସନ୍ତୋଷ ଜେନା, ମାନସ ଆଚାର୍ଯ୍ୟ, ସୁଦର୍ଶନ ଦାସ, ବାଙ୍କନିଧି ବେହେରା, ପ୍ରଦୀପ ମହାପାତ୍ର, ତରୁଣ ମିଶ୍ର, ଉଷାରାଣୀ ବେହେରା, ସୁନିତା ବିଶ୍ୱାଳ, ଭାସ୍କର ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମିହିର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ରଜନୀ ମହାନ୍ତି, ସଂଜୟ ମିଶ୍ର, ମନୋରଞ୍ଜନ ରାଉତରାୟ, ଅଜୟ ମହାପାତ୍ର, ଜଗନ୍ନାଥ ମିଶ୍ର, ନୌସୁର ଅଲ୍ଲି, ଜ୍ୟୋତିଷ ସାହୁ, ବୁବୁ ଦାସ, ଜୟନ୍ତ ଭୋଇ, ବାସନ୍ତୀ ନାୟକ, ଶୁଭଶ୍ରୀ ବେହେରା, ଜୟସ୍ମିତା ମହାନ୍ତି, ଗୋପାଳ ଖଣ୍ଡେଲଓାଲ, ନନ୍ଦିନୀ ଲାକ୍ରା, ନଳିନୀ ବେହେରା, ଏମଡି ସାହାଦୁଲ୍ଲା, ଦେବାଶିଷ ମହାପାତ୍ର, ଦେବେନ୍ଦ୍ର ଦାସ, ଜବାମଣି ଟୁଡୁ, ଖଗେଶ୍ୱର ମଲ୍ଲିକ, ବସନ୍ତ ପଣ୍ଡା, ଆତ୍ମାରାମ ପତି, ରସିକ ପଟ୍ଟନାୟକ, ମୋଟରାଜ ଡୁଙ୍ଗଡୁଙ୍ଗ, ଦେବାଶିଷ ମିଶ୍ର, ସିଲି ସେଠୀ, ମାଳତୀ ନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।