OTET ପରୀକ୍ଷାରେ ତାରିଖ ପରିବର୍ତ୍ତନ...
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ର ତାରିଖ ପରିବର୍ତ୍ତନ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା,
ବର୍ତ୍ତମାନ ଏହା ଜୁନ୍ ୨୮ ତାରିଖରେ ଅନୁଷ୍ଠିତ ହେବ।
ଏ ସମ୍ପର୍କରେ ଶୁକ୍ରବାର ଦିନ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
OTET ପେପର-I
ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ
ପେପର-II
ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପରୀକ୍ଷାର୍ଥୀମାନେ ଜୁନ୍ ୧୭ ତାରିଖରୁ ବୋର୍ଡର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।