ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ , ୮ ଗୁରୁତର

ଧର୍ମାପୁର : ତାମିଲନାଡୁ ଧର୍ମାପୁର ଜିଲ୍ଲାର ଥୋପ୍ପରଘାଟ ଜାତୀୟ ରାଜପଥରେ ଦ୍ରୁତଗତରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟ୍ରକକୁ ପିଟିଥିଲା । ଏହାପରେ ଅନ୍ୟଏକ ଟ୍ରକ ଦ୍ଵିତୀୟ ଟ୍ରକକୁ ଧକ୍କା ଦେଇଥିଲା । ଏହାଫଳରେ ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହେବା ପରେ ପୋଲ ତଳକୁ ଖସିପଡ଼ିଥିଲା । ଏଭଳି ସିରିଜ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ , ୮ ଗୁରୁତର