ଅଗ୍ରଗଣ୍ୟ ସାମାଜିକ ଅନୁଷ୍ଠାନ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ କୁଆଁପାଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ...

Oct 4, 2026 - 10:54
 12
ଅଗ୍ରଗଣ୍ୟ ସାମାଜିକ ଅନୁଷ୍ଠାନ  ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ କୁଆଁପାଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ...

ସତ୍ୟ ଓ ଅହିଂସା ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜୟନ୍ତୀ ଉତ୍ସବ କ୍ଲବ ସଭାପତି ତଥା ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ମୁଖ୍ୟ ସମ୍ପାଦକ ଇଂଜିନିୟର ଜିତେନ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ସାଧାରଣ ସମ୍ପାଦକ ଶ୍ରୀ ରବିନ୍ଦ୍ର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ମହାତ୍ମା ଗାନ୍ଧୀ ଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକ ପାତ କରି ଥିଲେ। 

ସାଇ କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଘୁପତି ରାଘବ ରାଜାରାମ ସଂଗୀତ ପରିବେଷଣ କରାଯାଇଥିଲା। 

ସାଇ କୋଚିଂ ସେଣ୍ଟର ର ଅଧ୍ୟାପକ ତଥା ଶିକ୍ଷାବିତ ଶ୍ରୀ ତୁଷାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ବହୁ ଯୁବ ଛାତ୍ର ଛାତ୍ରୀ ଯୋଗଦେଇ ଉତ୍ସବ କୁ ସଫଳ କରିଥିଲେ।