ଅଡୁଆରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ

ମୁମ୍ବାଇ : ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ ରେଭ୍‌ ପାର୍ଟି ମାମଲାରେ ଅସୁବିଧାରେ ଫସିଛନ୍ତି। ତେବେ ଏଫ୍‌ଏସ୍‌ଏଲ୍‌ ରିପୋର୍ଟ ସାପ ବିଷକୁ ନିଶ୍ଚିତ କରିଛି। ରିପୋର୍ଟରେ କୁହାଯାଇଛି, ସାପଠାରୁ ଉଦ୍ଧାର ହୋଇଥିବା ବିଷ କ୍ରାଇଟ ପ୍ରଜାତିର ସାପର ଅଟେ। ଗତ ବର୍ଷ ନଭେମ୍ବର ୧ରେ ପିଏଫ୍‌ଏର ଅଭିଯୋଗ ଉପରେ, ଏଲଭିଶ୍‌ଙ୍କ ସମେତ ମୋଟ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ପୋଲିସରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌ ଅନୁଯାୟୀ,ଏଲ୍‌ଭିଶ୍‌ ବିଦେଶୀ ଯୁବତୀମାନଙ୍କ ସହ ଏକ ବେଆଇନ ରେଭ୍‌ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ ଅନେକ ବିଷାକ୍ତ ସାପର ବିଷ ନିଶା ଭାବରେ ବ୍ୟବହୃତ ହୋଇଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଏହି ଲୋକମାନେ ପାର୍ଟିରେ ବିଷ ଯୋଗାଣ ପାଇଁ ବିପୁଳ ପରିମାଣର ଚାର୍ଜ କରୁଥିଲେ। ପୋଲିସ ଏବଂ ଜଙ୍ଗଲ ବିଭାଗ ଟିମ୍‌ ରେଭ ପାର୍ଟି ଉପରେ ଚଢ଼ାଉ କରି ଘଟଣାର ଖୁଲାସା କରିଛନ୍ତି।

Feb 16, 2024 - 17:18
 7
ଅଡୁଆରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗବସ୍‌ ଓଟିଟିର ବିଜେତା ଏଲଭିଶ ଯାଦବ