ଅତିବଡ଼ି ଜଗନ୍ନାଥ ଦାସ, ଶ୍ରୀମନ୍ଦିର ରେ ପଞ୍ଚୁକ, ଭକ୍ତ ମାଧବ କାହାଣୀ ପାଣ୍ଡରା ଶ୍ରୀଜଗନ୍ନାଥ ମନ୍ଦିର ରେ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ...

Nov 17, 2025 - 16:50
 5
ଅତିବଡ଼ି ଜଗନ୍ନାଥ ଦାସ, ଶ୍ରୀମନ୍ଦିର ରେ ପଞ୍ଚୁକ, ଭକ୍ତ ମାଧବ କାହାଣୀ ପାଣ୍ଡରା ଶ୍ରୀଜଗନ୍ନାଥ ମନ୍ଦିର ରେ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ...

ଅତିବଡ଼ି ଜଗନ୍ନାଥ ଦାସ, ଶ୍ରୀମନ୍ଦିର ରେ ପଞ୍ଚୁକ, ଭକ୍ତ ମାଧବ କାହାଣୀ ପାଣ୍ଡରା ଶ୍ରୀଜଗନ୍ନାଥ ମନ୍ଦିର ରେ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ...

ଏହି ଅବସରରେ ୟୁ ଟ୍ୟୁବ ରେ ସମସ୍ତ କାର୍ଯ୍ୟକ୍ରମମାନ ଲୋକାର୍ପିତ ହୋଇଯାଇଛି। 

ଡ଼ ନାରାୟଣ ମହାପାତ୍ର, ଭଗବାନ ଦାଶ ଓ ତନ୍ମୟ କୁମାର ସାହୁ ଙ୍କ ସଂଯୋଜନା ରେ ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଜୟ ଜଗନ୍ନାଥ ପରିବାର ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ ଅବସରରେ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଭିଡ଼ିଓ ଅତି ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତ ମାଧବ ଜଗନ୍ନାଥଙ୍କ ଭଉଣୀ ମାଳତୀ ର ଲୋକାର୍ପଣ ହୋଇଯାଇଛି। 

ଏହି ଅବସରରେ କୁଜଙ୍ଗ ର ବିସର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ୱର ରେ ସ୍ଥାପନା, ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ନାମ କେହି ନେଇ ପାରିବେନି ବା ପେଟେଣ୍ଟ କରିବା ଘୋଷଣା ଶୀଘ୍ର କାର୍ଯ୍ୟକରି କରିବାକୁ ପଦକ୍ଷେପ ନିଆ ଯାଉ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ କିମ୍ବା ଅନ୍ୟ ରେ ମହାପ୍ରଭୁ ଙ୍କ ୩୫୬ ଦିନ ର ସମସ୍ତ ତିଥି ବାର ନେଇ ଜାନି ଯାତ୍ରା ଓ ଭକ୍ତ ମାନଙ୍କ କାହାଣୀ କୁ ତିଆରି କରାଯାଇ ସାରା ବିଶ୍ୱରେ ବହୁଳ ପ୍ରଚାର ଓ ପ୍ରସାର କରିବାକୁ ପଦକ୍ଷେପ ନେବାକୁ ଆମେ ପୂଜ୍ୟ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ,ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପୁରୀ ଙ୍କୁ ବିନମ୍ରତା ର ସହ ଅନୁରୋଧ କରୁଅଛୁ ବୋଲି କହିଛନ୍ତି ଡ଼ ମହାପାତ୍ର। 

ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତି ରେ ବିସର ମହାନ୍ତି,ଶ୍ରୀମନ୍ଦିର ରେ ପଞ୍ଚୁକ,ଶ୍ରୀୟା ଚଣ୍ଡାଳୁଣୀ ଓ ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥ ବଡ଼ ଦେଉଳ, ଭକ୍ତ ଶିରୋମଣି ଦାସିଆ ଦାସିଆ, ପ୍ରଥମାଷ୍ଟମୀ, ରୋହିଣୀ କୁଣ୍ଡ ଓ ଭୂଷଣ୍ଡ କାକ, ମୁକ୍ତି ମଣ୍ଡପ, କାଣ୍ଡଗୋଦା ମନେଇ ସାହୁ, କରମାବାଇ ଖେଚୁଡ଼ି, ଗଜେନ୍ଦ୍ର ହାତୀ, ହରି କଥା ,ଅଅଁଳା ନବମୀ ଓ ରାଧା ପାଦ ଦର୍ଶନ, "ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ" "ଶ୍ରୀଜଗନ୍ନାଥ ମନ୍ଦିର " ଉପରେ କରାଯାଇଥିବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଭିଡ଼ିଓ ମଧ୍ୟ ଲୋକାର୍ପିତ କରାଯାଇଛି । 

ବିଭିନ୍ନ ସମୟ ରେ ବହୁ ସାଧୁ ସନ୍ଥ ଓ ଭକ୍ତ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିଯାଇଛନ୍ତି। ଜଗତ ର ନାଥ ଶ୍ରୀଜଗନ୍ନାଥ ସାରା ଜଗତ ର ନାଥ ଅଟନ୍ତି ତେଣୁ ତାଙ୍କୁ ଭାରତ ର ବିଭିନ୍ନ ମହାନ ଗୁରୁ, ଭକ୍ତ ଜଗନ୍ନାଥ ପ୍ରେମି ଓ ସଦଗୁରୁ ମାନେ ଆସି ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଯାଇଛନ୍ତି । ସେମାନଙ୍କ ବିଷୟରେ ମଧ୍ୟ ଆଗାମୀ ଦିନରେ ଭିଡ଼ିଓ କରାଯଆଇ ୟୁ ଟ୍ୟୁବ ରେ ଲୋକାର୍ପିତ କରାଯିବାକୁ ସ୍ଥିର କରା କରାଯାଇଛି। 

ମହାପ୍ରଭୁ ଙ୍କ ଲୀଳା ଓ ମହିମା ବିଷୟରେ ଜନସାଧାରଣ ଙ୍କ ଅବଗତି ଓ ପ୍ରଚାର ଓ ପ୍ରସାର ପାଇଁ ଏହି ପରି କାର୍ଯ୍ୟକ୍ରମ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ବିଷୟରେ ବହୁ ଭିଡ଼ିଓ କରାଯିବାକୁ ସ୍ଥିର କରାଯାଇଛି । 

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ବିଜୟ ପଣ୍ଡା, ଭାରତୀ ଭୂଷଣ ପଟ୍ଟନାୟକ, ଶରତ ମହାପାତ୍ର, ବଂଶୀଧର ନାୟକ, ତନ୍ମୟ ସାହୁ, ଶ୍ରୀନିବାସ ରାଓ, ବିଜୟଲଷ୍ମୀ ନନ୍ଦ, ପ୍ରଫୁଲ ଦାସ ପ୍ରମୁଖ ମାନଙ୍କ ଉପସ୍ଥିତି ରେ ଭଜନ ଶ୍ରୀଜଗନ୍ନାଥ ସହସ୍ରନାମ ପଠନ କରାଯାଇଥିଲା । 

ଶେଷରେ ଗୀତ ଗୋବିନ୍ଦ ର ଶ୍ରୀତ କମଳା... ଗାନ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।