'ଅନ୍ତରୀକ୍ଷ' ର ଅଷ୍ଟମ ବାର୍ଷିକ ତଥା ରଜ ଉତ୍ସବ ପାଳନ...

Jun 1, 2026 - 07:54
 44
'ଅନ୍ତରୀକ୍ଷ' ର ଅଷ୍ଟମ ବାର୍ଷିକ ତଥା ରଜ ଉତ୍ସବ ପାଳନ...

ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଓ ତ୍ରୟ ମାସିକ ସାହିତ୍ୟପତ୍ରିକା 'ଅନ୍ତରୀକ୍ଷ' ପକ୍ଷରୁ ତାର ଅଷ୍ଟମ ବାର୍ଷିକ ରଜ ଉତ୍ସବ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନ ରେ ସଫଳତାର ସହିତ ପାଳିତ ହୋଇଯାଇଛି। 

ଆୟୋଜିତ ଏହି ଉତ୍ସବରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏକ ସଭାର ଆୟୋଜନ କରାଯାଇଥିଲା। 

ସଭାର ପ୍ରଥମାର୍ଦ୍ଧରେ ବରିଷ୍ଟ କବି ଶ୍ରୀଯୁକ୍ତ ଚିନ୍ତାମଣି ମହାଳିକ ଙ୍କ ସଭାପତିତ୍ବ ରେ ଶତାଧିକ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ 

 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି , ସମାଜ ସେବୀ , ସୁସଂଘଠିକା ପ୍ରାକ୍ତନ ଶିକ୍ଷୟତ୍ରୀ ଡ. ଗୀତାଞ୍ଜଳି ମହାପାତ୍ର , ମୁଖ୍ୟ ବକ୍ତା କବି ସମାଜସେବୀ ସଂଘଠକା ଶ୍ରୀମତୀ କୌଶଲ୍ୟା ବେଉରିଆ , ସମ୍ମାନୀତ ବକ୍ତା ସୁପରିଚିତ କବି , ଗାଳ୍ପିକା ଶ୍ରୀମତୀ ସନ୍ତୋଷିନୀ ଦାଶ (ଗିରି) , ସମ୍ମାନୀତ ଅତିଥି ସୁଲେଖିକା ଶ୍ରୀମତୀ ହେମାଙ୍ଗିନୀ ପଟ୍ଟନାୟକ ଯୋଗଦେଇଥିବା ବେଳେ କଟକ ରୁ ଶୁଲେଖିକା ଶ୍ରୀମତୀ ସ୍ନିଗ୍ଧା ନାୟକ ଓ କନ୍ଧମାଳ ନ୍ୟାୟିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଳାଦ୍ରୀ କେଶରୀ ସାହାଣୀ ଆବୃତ୍ତି ହୋଇଥିବା କବିଙ୍କର୍ କବିତା ସମସ୍ତ ସଂଯୋଜନା କରିଥିଲେ।

ସଭାର ଦ୍ୱିତୀୟ ପର୍ଯ୍ୟାୟ ରେ ବରିଷ୍ଟ କବି , ସମାଲୋଚକ ଓ ପ୍ରାକ୍ତନ ସହାୟକ ମହାପ୍ରବନ୍ଧକ ଏସ ବି ଆଇ ର ଶ୍ରୀଯୁକ୍ତ ହିମାଂଶୁ ପରିଡ଼ା ଙ୍କ ପାଇରୋହିତ୍ୟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ 

ଓଡ଼ିଶା ସରକାରଙ୍କ ପ୍ରାକ୍ତନ ନଗର ଉନ୍ନୟନ ଅଧିକାରୀ , ବରିଷ୍ଟ କବି ଶ୍ରୀଯୁକ୍ତ ମୀନକେତନ ଦାସ , ମୁଖ୍ୟ ବକ୍ତା ବରିଷ୍ଟ , ଚର୍ଚ୍ଚିତ ବ୍ୟଙ୍ଗ କବି , ଅଭିନେତା ଶ୍ରୀ ଯୁକ୍ତ ଜ୍ଞାନ ହୋତା , ସମ୍ମାନୀତ ବକ୍ତା ଭାବରେ ଯୋଗ 

ଦେଇଥିଲେ |

ବରିଷ୍ଟ ସାହିତ୍ୟିକ , ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସମ୍ମାନୀତ ଅତିଥି ବରିଷ୍ଟ ଭେଷଜ ବିଶେଷଜ୍ଞ, କଟକ ଡାକ୍ତର ବିଶ୍ୱଜିତ୍ କର, ବରେଣ୍ୟ ଅତିଥି ବ୍ୟଙ୍ଗ କବି , ନାଟ୍ୟକାର , ଅଭିନେତା, ଡ. ବୈରାଗୀ ଚରଣ ମଲ୍ଲିକ , ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ | 

ବରିଷ୍ଟ ଅଧ୍ୟାପକ , ଇଂରାଜୀ ବିଭାଗୀୟ ମୁଖ୍ୟ ପୁଷ୍ପଗିରି ମହାବିଦ୍ୟାଳୟ ରୁ ଡ. ମନୋରଞ୍ଜନ ବୁହୁରା ଓ ଉକ୍ତ ପର୍ଯ୍ୟାୟ ସଭାକୁ ସଞ୍ଚାଳନ , ପରିଚାଳନା , ସଂଯୋଜନା କରିଥିଲେ ବିଶିଷ୍ଟ ବରେଣ୍ୟ ପ୍ରବୀଣ ସାମ୍ୱାଦିକ, ସମାଜସେବୀ ଓ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର ର ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ପାଣି ।

ଉକ୍ତ ସଭାରେ ଅନ୍ତରୀକ୍ଷ ସାହିତ୍ୟ ପତ୍ରିକାର ବିଷୁବ ଓ ରଜ ସଂଖ୍ୟା ଉନ୍ମୋଚନ ହେବା ସହିତ କବୟିତ୍ରୀ ଶ୍ରୀମତୀ ସବିତା କର ( ତ୍ରିପାଠୀ) ଙ୍କ ଦ୍ୱିତୀୟ କବିତା ସଂକଳନ 'ତୁମ ପାଇଁ', ଉନ୍ମୋଚନ ହୋଇଥିଲା ଯାହା ଅନ୍ତରୀକ୍ଷ ପ୍ରକାଶନ ରୁ ପ୍ରକାଶିତ। 

ତତ୍ସହିତ ୧୩ ଜଣ ପ୍ରତିଭା ଙ୍କୁ ଅନ୍ତରୀକ୍ଷ ପତ୍ରିକା ତରଫରୁ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ଭର୍ଦ୍ଧିତ କରାଯାଇଥିଲା |

ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ଓ ପତ୍ରିକାର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସ୍ବାଗତ ଭାଷଣ ଦେଇଥିଲେ 

 

ମଞ୍ଚାସୀନ ଅତିଥି ବୃନ୍ଦ ଓଡ଼ିଆ ସଂସ୍କୃତି ରେ ରଜ ପର୍ବ ଓ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଇତ୍ୟାଦି ସମ୍ବେଦନଶୀଳ ବିଷୟ ଉପରେ ଏକ ମନୋଜ୍ଞ ଆଲୋଚନା କରିଥିଲେ ।  

ଟ୍ରଷ୍ଟ ର ସହଯୋଗୀ ବନ୍ଧୁ , ବାନ୍ଧବୀ ଭାବେ ଶ୍ରୀଯୁକ୍ତ ସୁଧାଂଶୁ ଲେଙ୍କା ଓ ସୁଶ୍ରୀ ଅନୁପମା ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ଶାନ୍ତି ପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ସମସ୍ତ ଦାୟିତ୍ବ ବହନ କରିଥିଲେ 

ଶେଷରେ ଅନ୍ତରୀକ୍ଷର ସହ ସମ୍ପାଦିକା ଶ୍ରୀମତୀ ସ୍ନେହଲତା ଧୀର ଧନ୍ୟବାଦ୍ ଅର୍ପଣ କରିଥିଲେ।