"ଅନ୍ତରୀକ୍ଷ"ର ଅଷ୍ଟମ ବାର୍ଷିକ ଉତ୍ସବ...

Jan 19, 2026 - 08:23
 41
"ଅନ୍ତରୀକ୍ଷ"ର ଅଷ୍ଟମ ବାର୍ଷିକ ଉତ୍ସବ...

"ଅନ୍ତରୀକ୍ଷ"ର ଅଷ୍ଟମ ବାର୍ଷିକ ଉତ୍ସବ...

କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ସଭା ଗୃହରେ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ଅଷ୍ଟମ ବାର୍ଷିକ ଉତ୍ସବ ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। 

ଆୟୋଜିତ ଉତ୍ସବର ପ୍ରଥମ ପାହାଚରେ ମଞ୍ଚାସିନ ଅତିଥି ମାନଙ୍କ ଗହଣରେ , ପ୍ରଦ୍ୟୁମ୍ନ ପଟ୍ଟନାୟକ ସଭାପତିତ୍ଵ କରୁଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୋଲଖ ବିହାରୀ ବେହେରା , ମୁଖ୍ୟବକ୍ତା ବଂଶୀଧର ସାହୁ , ସମ୍ମାନିତ ଅତିଥି ସବିତା କର , ବିଶେଷ ଅତିଥି ମୂରଲୀଧର ନାଏକ, ସୁଧାଂଶୁ ଲେଙ୍କା ଓ ଶ୍ରୀମତୀ ପ୍ରଭାତୀ ରାଉତ ଙ୍କ ସଂଯୋଜନାରେ ଶତାଧିକ କବି କବିତା ଆବୃତ୍ତି କରିଥିଲେ |

ଦ୍ୱିତୀୟ ପର୍ଯ୍ୟାୟରେ ପାରାଦୀପ ୟୁନିଟ ର ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେଉରା ଉଦ୍ଘାଟକ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସଭା ଉଦ୍ଘାଟନ କରିଥିଲେ |

ବିଶିଷ୍ଟ କବି , ସମାଲୋଚକ୍ ଶ୍ରୀଯୁକ୍ତ ହିମାଂଶୁ ପରିଡ଼ା ଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ , ମୁଖ୍ୟବକ୍ତା ସଭାପତି କଟକ ମହାନଗର ଏକତା କମିଟି ଓ ଆକାଶ ବାଣୀ , ଦୂରଦର୍ଶନ ର ସ୍ଵୀକୃତି ପ୍ରାପ୍ତ କଳାକାର ଶ୍ରୀଯୁକ୍ତ ପ୍ରକାଶ କୁମାର ମହାନ୍ତି , ସମ୍ମାନିତ ବକ୍ତା ସ୍ତମ୍ବକାର, ପରିଷଦ ସଭ୍ୟ ମାନବ ଅଧିକାର ଆୟୋଗ ଓଡ଼ିଶା ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟ ବଂଶୀ ଯୋଗ ଦେଇଥିଲେ |

ସମ୍ମାନିତ ଅତିଥି ଶ୍ରୀଯୁକ୍ତ କ୍ଷେତ୍ରବାସୀ ତ୍ରିପାଠୀ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ | 

ଅନୁଷ୍ଠାନର ସ୍ଥାୟୀ ସଭାପତି ଆନନ୍ଦ କୁମାର ମାଇତି ସ୍ବାଗତ ଭାଷଣ ରଖିଥିବା ବେଳେ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ଓ ତ୍ରୟମାସିକ ସାହିତ୍ୟ ପତ୍ରିକାର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସଂପାଦକୀୟ ଅଭିଭାଷଣ ଦେଇଥିଲେ |

ରାଜ୍ୟର ୧୪ ଜଣ କବି ସାହିତ୍ୟିକ ସମାଜସେବୀ ଙ୍କୁ ସମ୍ଭର୍ଦ୍ଧନା କରାଯିବା ସହିତ ଅନ୍ତରୀକ୍ଷ ପତ୍ରିକାର ଅଷ୍ଟମ ବାର୍ଷିକ ସଂଖ୍ୟା ଉନ୍ମୋଚନ କରାଯାଇଥିଲା 

ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବରିଷ୍ଟ ଲେଖକ ଶ୍ରୀଯୁକ୍ତ ଡ . ସୁରେନ୍ଦ୍ର ପ୍ରସାଦ ମହାନ୍ତି ଙ୍କ ଏ ସ୍ପିରିତୁଆଲ ୱାଣ୍ଡର ଇନ୍ କନ୍ଧମାଳ ର ଲୋକାର୍ପଣ କରାଯାଇ ଥିଲା। 

ଅନୁଷ୍ଠାନର ସହ ସମ୍ପାଦିକା ସ୍ନେହଲତା ଧିର ଧନ୍ୟବାଦ୍ ଅର୍ପଣ କରିଥିଲେ ।