ଅପସରିତ ହେବ ମୌସୁମୀ ବାୟୁ ଅନୁଭୂତ ହେବ ଶୀତର ଥଣ୍ଡା ହାୱା...

Oct 11, 2025 - 12:28
 25
ଅପସରିତ ହେବ ମୌସୁମୀ ବାୟୁ ଅନୁଭୂତ ହେବ ଶୀତର ଥଣ୍ଡା ହାୱା...

ଓଡ଼ିଶାରେ ଧୀରେ ଧୀରେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବାକୁ ବସିଥିବା ବେଳେ ଶୀତର ପ୍ରଭାବ ଅନୁଭୂତ ହେବାକୁ ବସିଲାଣି |

ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। 

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। 

୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। 

୧୫ ତାରିଖରୁ ରାତିରେ ତାପମାତ୍ରା କ୍ରମଶଃ କମିବ। 

୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ତାପମାତ୍ରା କମିପାରେ। 

କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ତାପମାତ୍ରା ସବୁଠାରୁ କମ୍‌ ରହିବ।