ଅବରୋଧ କଲେ ହାତୀ ପଲ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜେ ଗୁରୁବେଡ଼ା ଛକରେ ହାତୀପଲଙ୍କୁ ଘଉଡ଼ାଇବାକୁ ନାକେଦମ ହୋଇଛି ବନ ବିଭାଗ।ଏକାସଙ୍ଗେ ୧୭ଟି ହାତୀ। ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ରହିଲେ। ହାତୀ ପଲଙ୍କ ଯୋଗୁଁ ପ୍ରାୟ ୨ ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। ଏହି ରାସ୍ତା ଜୁରୁଡ଼ି-ବାମେବାରୀକୁ ଏବଂ ଯୋଡ଼ା ସହରକୁ ସଂଯୋଗ କରିଥାଏ। ଛୁଆଙ୍କୁ ଧରି ହାତୀପଲ ଦୀର୍ଘ ସମୟ ଧରି ରାସ୍ତା ଉପରେ ରହିବାରୁ ଉଭୟ ପାର୍ଶ୍ୱରେ ଲୋକ ଅଟକି ରହିଥିଲେ। ଶେଷରେ ବନ ବିଭାଗ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି।

Mar 18, 2024 - 17:11
 17
ଅବରୋଧ କଲେ ହାତୀ ପଲ