ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ .

ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ .

ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଟିକାବାଲି, ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ସ୍ନାତକ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ସ୍ନାତକ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପାର୍ଜିତ ଜ୍ଞାନକୁ ଦୈନଦିନ ଜୀବନରେ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ମୁଖ୍ୟ ଶଙ୍କର ପାଢୀ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପିକା ଶିବାନୀ କହଁର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସୁଶ୍ରୀ ଅର୍ଚ୍ଚିତା ବେହେରା ଅତିଥିମାନଙ୍କ ପରିଚୟ ପ୍ରଧାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ସହିତ ପରମ୍ପରା ଓ ବିଧି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ,  ଅଧ୍ୟାପକ ସନ୍ତୋଷ ରଥ, ରବିନାରାୟଣ ପାଣିଗ୍ରାହୀ, ସୁଶାନ୍ତ କୁମାର ଭୋଳ,ମନୋଜ ଭୋଇ, ଶ୍ରୀ ସୁମନ୍ତ କୁମାର ସାହୁ, ଶ୍ରୀ ରିଲୁ ପ୍ରଧାନ,ଶ୍ରୀ ରାଜେନ୍ଦ୍ର କୁମାର ନାୟକ,ଶ୍ରୀ ରାହୁଲ ଦିଗାଲ, ମନୋଜ କୁମାର ମହାରଣା, ସୋନା ରାଓ, ଅଧ୍ୟାପିକା ରଶ୍ମିତା ଦେହୁରୀ,ସ୍ମୃତିରେଖା ନାୟକ ନମିତା ମହାରଣା , ସ୍ମିତାରାଣୀ ସାହୁ ଯୋଗଦେଇ ବିଦାୟ ନେଉଥିବା ଛାତ୍ରଛାତ୍ରୀଙ୍କୁ  ସମାଜରେ କିପରି ପ୍ରତିଷ୍ଠା ଲାଭ କରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ .