ଷ୍ଟାର୍ଟଅପ୍ ଇଣ୍ଡିଆର ଦଶ ବର୍ଷ ପୂର୍ତି ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Jan 17, 2026 - 15:22
 8
ଷ୍ଟାର୍ଟଅପ୍ ଇଣ୍ଡିଆର ଦଶ ବର୍ଷ ପୂର୍ତି ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଷ୍ଟାର୍ଟଅପ୍ ଇଣ୍ଡିଆର ଦଶ ବର୍ଷ ପୂର୍ତି ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭାରତର ଯୁବପିଢ଼ି ପ୍ରକୃତ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଉଛନ୍ତି: ପ୍ରଧାନମନ୍ତ୍ରୀ

ମାତ୍ର 10 ବର୍ଷ ମଧ୍ୟରେ, ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏକ ବିପ୍ଳବ ପାଲଟିଛି; ଭାରତ ଆଜି ବିଶ୍ବର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ: ପ୍ରଧାନମନ୍ତ୍ରୀ

ସାହସିକ ପଦକ୍ଷେପ ନେବା ଆଜି ମୁଖ୍ୟଧାରାରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପ୍ ଇଣ୍ଡିଆ କେବଳ ଏକ ଯୋଜନା ନୁହେଁ, ଏହା ବିଭିନ୍ନ କ୍ଷେତ୍ରକୁ ନୂତନ ସୁଯୋଗ ସହିତ ସଂଯୋଗ କରୁଥିବା ଏକ ସାମଗ୍ରିକ ଦୃଷ୍ଟିକୋଣ: ପ୍ରଧାନମନ୍ତ୍ରୀ

ଏବେ ଆମର ଷ୍ଟାର୍ଟଅପ୍ ପାଇଁ ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦେବାର ସମୟ ଆସିଛି: ପ୍ରଧାନମନ୍ତ୍ରୀ

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ବାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଦଶ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମରେ ଉଦ‌ବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମସ୍ତେ ଏକ ବିଶେଷ ଅବସରରେ, ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳନ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି। ଏକ ଏକ ନୂତନ ଏବଂ ବିକାଶଶୀଳ ଭାରତର ଭବିଷ୍ୟତ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ଉଦ୍ଭାବକ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, କିଛି ସମୟ ପୂର୍ବରୁ ସେ କୃଷି, ଫିନଟେକ୍, ପରିବହନ, ସ୍ବାସ୍ଥ୍ୟ ଏବଂ ସ୍ଥାୟିତ୍ଵ କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ଆତ୍ମବିଶ୍ବାସ ଏବଂ ମହତ୍ତ୍ବାକାଂକ୍ଷା ଦ୍ବାରା ଆହୁରି ପ୍ରଭାବିତ ହୋଇଥିବା ଶ୍ରୀ ମୋଦୀ କହିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ 10 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି ମନେ ପକାଇ ଶ୍ରୀ ମୋଦୀ ଏହି ପଦକ୍ଷେପର ଅଭିବୃଦ୍ଧିରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଯୁବପିଢ଼ିଙ୍କୁ ଭେଟି ଖୁସି ହୋଇଥିବା କହିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଭାରତର ଯୁବପିଢ଼ି ପ୍ରକୃତ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଉଛନ୍ତି। ଶ୍ରୀ ମୋଦୀ ନୂତନ ସ୍ବପ୍ନ ଦେଖୁବାର ସାହସ ଦେଖାଇଥିବା ଯୁବ ଉଦ୍ଭାବକଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ, ଆଜି ଷ୍ଟାର୍ଟଅପ୍ ଇଣ୍ଡିଆର ଦଶ ବର୍ଷର ମାଇଲଖୁଣ୍ଡ, ଏବଂ ଏହି ଯାତ୍ରା କେବଳ ଏକ ସରକାରୀ ଯୋଜନାର ସଫଳତା କାହାଣୀ ନୁହେଁ ବରଂ ଲକ୍ଷ ଲକ୍ଷ ସ୍ବପ୍ନ ଏବଂ ଅଗଣିତ କଳ୍ପନାର ସାକାରର ଯାତ୍ରା। ଦଶ ବର୍ଷ ପୂର୍ବେ ବ୍ୟକ୍ତିଗତ ପ୍ରୟାସ ଏବଂ ନବସୃଜନ ପାଇଁ ବହୁତ କମ୍ ସୁଯୋଗ ଥୂଲା, କିନ୍ତୁ ସେହି ପରିସ୍ଥିତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହା ଯୁବପିଢ଼ିଙ୍କୁ ଏକ ଖୋଲା ଆକାଶ ଦେଇଥିଲା ଏବଂ ଆଜି ଏହାର ଫଳାଫଳ ଦେଶ ସମ୍ମୁଖରେ ଅଛି । ମାତ୍ର 10 ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଏକ ବିପ୍ଳବରେ ପରିଣତ ହୋଇଛି। ଆଜି ଭାରତ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ। ସେ କହିଥିଲେ, ଦଶ ବର୍ଷ ପୂର୍ବେ ଦେଶରେ 500 ରୁ କମ୍ ଷ୍ଟାର୍ଟଅପ୍ ଥୂଲେ, ଆଜି ଏହି ସଂଖ୍ୟା 2 ଲକ୍ଷରୁ ଅଧିକ ହୋଇଛି। 2014 ରେ ଭାରତରେ କେବଳ ଚାରୋଟି ୟୁନିକର୍ଣ୍ଣ ଥୁଲା, ଆଜି ପ୍ରାୟ 125 ସକ୍ରିୟ ୟୁନିକର୍ଣ୍ଣ ଅଛନ୍ତି, ଏବଂ ବିଶ୍ବ ଏହି ସଫଳତାର କାହାଣୀକୁ ଆଶ୍ଚର୍ଯ୍ୟର ସହିତ ଦେଖୁଛି। ଆଗାମୀ ସମୟରେ, ଯେତେବେଳେ ଭାରତର ଷ୍ଟାର୍ଟଅପ୍ ଯାତ୍ରା ବିଷୟରେ ଆଲୋଚନା କରା‌ଯିବ, ଆଜି ଏଠାରେ ଉପସ୍ଥିତ ଅନେକ ଯୁବକଯୁବତୀ ଆଦର୍ଶ ଉଦାହରଣ ପାଲଟିଯାଇଥିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ବାସ ପ୍ରକଟ କରିଥିଲେ। ସେ ଆହୁରି କହିଥିଲେ, ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ରୁତ ଗତିରେ ଆଗେଇ ଚାଲିଛି, ଆଜିର ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ ହୋଇଯାଉଛି, ଆଇପିଓ ଶୁଭାରମ୍ଭ ହେଉଛି ଏବଂ ଅଧୂକରୁ ଅଧୂକ ନିଯୁକ୍ତି ସୃଷ୍ଟି ହେଉଛି। ସେ କହିଥିଲେ, କେବଳ 2025 ମସିହାରେ ପ୍ରାୟ 44,000 ନୂତନ ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛି, ଯାହା ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବା ପରଠାରୁ କୌଣସି ଗୋଟିଏ ବର୍ଷରେ ସର୍ବାଧୂକ ବୃଦ୍ଧି। ଏହି ସଂଖ୍ୟାଗୁଡ଼ିକ ଭାରତର ଷ୍ଟାର୍ଟଅପ୍ କିପରି ନିଯୁକ୍ତି, ନବସୃଜନ ଏବଂ ଅଭିବୃଦ୍ଧିକୁ ଆଗେଇ ନେଉଛି ତାହା ପ୍ରମାଣିତ କରେ।

ଷ୍ଟାର୍ଟଅପ୍ ଇଣ୍ଡିଆ ଦେଶରେ ଏକ ନୂତନ ସଂସ୍କୃତିକୁ ଜନ୍ମ ଦେଇଛି ବୋଲି ଖୁସି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ପୂର୍ବରୁ, ନୂତନ ବ୍ୟବସାୟ ଏବଂ ଉଦ୍ୟୋଗ ମୁଖ୍ୟତଃ ବଡ଼ ଶିଳ୍ପ ପରିବାରର ପିଲାମାନଙ୍କ ଦ୍ବାରା ଆରମ୍ଭ କରାଯାଉଥୁଲା, କାରଣ ସେମାନଙ୍କ ପାଖରେ ହିଁ କେବଳ ପାଣ୍ଠି ଓ ସମର୍ଥନର ଉପଲବ୍ଧତା ଥୂଲା। ଅନ୍ୟପକ୍ଷରେ ଅଧୂକାଂଶ ମଧ୍ୟବିତ୍ତ ଏବଂ ଗରିବ ପିଲାମାନେ କେବଳ ଚାକିରିର ସ୍ବପ୍ନ ଦେଖୁପାରୁଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଏହି ମାନସିକତାକୁ ପରିବର୍ତ୍ତନ କରିଛି, ଏବଂ ବଉଁମାନ ଟିୟର-2 ଏବଂ ଟିୟର-3 ସହର, ଏପରିକି ଗ୍ରାମାଞ୍ଚଳର ଯୁବକମାନେ ନିଜର ଷ୍ଟାର୍ଟଅପ୍ ଖୋଲି ସବୁଠାରୁ ‌‌ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ସମାଜ ଏବଂ ଦେଶ ପାଇଁ କିଛି କରିବାର ଏହି ମନୋଭାବ ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ସେ ଜୋର ଦେଇ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଝିଅମାନେ ଏହି ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 45 ପ୍ରତିଶତରୁ ଅଧୂକ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ଗୁଡ଼ିକର ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ କିମ୍ବା ଅଂଶୀଦାର ଅଛନ୍ତି। ମହିଳାମାନଙ୍କ ନେତୃତ୍ୱରେ ଷ୍ଟାର୍ଟଅପ୍ ପାଣ୍ଠିରେ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଇକୋସିଷ୍ଟମ ପାଲଟିଛି। ଏହି ସମାବେଶୀ ଗତି ଭାରତର ସମ୍ଭାବନାକୁ ଆହୁରି ମଜବୁତ କରୁଛି।