ଆଇଏଫଏଫଆଇ 2025ର ବିଶ୍ବସ୍ତରୀୟ ପ୍ରସାର ଓ ସାଂସ୍କୃତିକ ମୁରୁଗନ ପ୍ରଭାବ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଡ. ଏଲ
ଆଇଏଫଏଫଆଇ 2025ର ବିଶ୍ବସ୍ତରୀୟ ପ୍ରସାର ଓ ସାଂସ୍କୃତିକ ମୁରୁଗନ ପ୍ରଭାବ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଡ. ଏଲ
ପାଣାଜୀଠାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୂତ କଲେ କେନ୍ଦ୍ର ମନ୍ତ୍ରୀ
୫୬ତମ ଅର୍ନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଚ୍ଚ ଆଇଏଫଏଫଆଇ) ପାଞ୍ଚ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଆଜି ପାଣାଜୀରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତି ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏହି ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନ ସମ୍ମିଳନୀକୁ ସମ୍ବୋଧୂତ କରିଛନ୍ତି ।
ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତି କହିଛନ୍ତି, ମହୋହ ହାତ୍ସବର ଅଂଶବିଶେଷ ସ୍ବରୂପ, ଆଇନକ୍ସ ପାଣାଜୀ, ଆଇନକ୍ସ ପୋରଭୋରିମ୍, ମାକ୍ସିନେଜ୍ ପ୍ୟାଲେସ୍ ପ୍ୟାନେ ପାଣାଜୀ, ରବିନ୍ଦ୍ର ଭବନ ମଡଗାଓଁ, ମ୍ୟାଜିକ୍ ମୁଭିଜ୍ ପୋଣ୍ଡା, ଅଶୋକା ଏବଂ ସମ୍ରାଟ ଟ ସ୍କ୍ରିନ୍ସ ପାଣାଜୀରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଚଳିତ ବର୍ଷ, ମହୋତ୍ସବର ଉଦଘାଟନ ଅବସରରେ ଏକ ଭବ୍ୟ ପରେଡ୍ ଆୟୋଜିତ ହେବ। ଏହି ପରେଡ୍ 20 ନଭେମ୍ବର ଅପରାହ୍ଣ ସାଢ଼େ 3ଟାରେ ଗୋଆର ମନୋରଞ୍ଜନ ସୋସାଇଟି କାର୍ଯ୍ୟାଳୟରୁ କଳା ଏକାଡେମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିନିଧୂମାନଙ୍କ ସୁବିଧା ପାଇଁ ସବୁ ସ୍ଥାନକୁ ମାଗଣା ପରିବହନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାବ୍ୟତୀତ, ମିରାମାଗ ବିଚ୍, ରବିନ୍ଦ୍ର ଭବନ ମଡଗାଓଁରେ ଥିବା ଖୋଲା ସ୍ଥାନ ଏବଂ ଭାଗାଟୋର୍ ବେଳାଭୂମିରେ ମୁକ୍ତାକାଶ ସ୍କ୍ରିନିଂ ଆୟୋଜନ କରାଯିବ ବୋଲି ଶ୍ରୀ ସାୱନ୍ତି କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ୨୦ ନଭେମ୍ବରରୁ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଅନେକ କିଛି ପ୍ରଥମ ଥର ପ୍ରଦର୍ଶନ କରାଯିବ। ଏହା ମହୋତ୍ସବ ବନ୍ଧିତ ବିଶ୍ବସ୍ତରୀୟ ପ୍ରତିଷ୍ଠା, ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଭାରତୀୟ ସିନେମାକୁ ପ୍ରୋତ୍ସାହନ ଦେବା ସହିତ ଅନ୍ତର୍ଜାତୀୟ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହିତ କରିବାରେ ଏହାଗ ଗୁରୁତ୍ବପୂର୍ଣ ଭୂମିକାକୁ ବ୍ୟାପକ ଭାବେ ପ୍ରଦର୍ଶିତ କରିବ।
ଡକ୍ଟର ମୁରୁଗନ କହିଛନ୍ତି, ଆଇଏଫଏଫଆଇ 2025ରେ 127 ଦେଶରୁ ଅଭୂତପୂର୍ବ 3,400 ଚଳଚ୍ଚିତ୍ର ପ୍ରଦର୍ଶନ ଆବେଦନ ଆସିଛି । ଏହା ଏସିଆର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ
ଅନ୍ୟତମ ରୂପେ ନିଜର ସ୍ଥିତି ସୁଦୃଢ଼ କରିଛି । 84 ଟି ଦେଶରୁ 270 ରୁ ଅଧୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯେଉଁଥ୍ରେ 26ଟି ବିଶ୍ବ ପ୍ରିମିୟର, 48ଟି ଏସିଆ ପ୍ରିମିୟର ଏବଂ ୨୨ଟି ଭାରତୀୟ ପ୍ରିମିୟର ଅନ୍ତର୍ଭୁକ୍ତ। ଏହି ବର୍ଷିତ ଅଂଶଗ୍ରହଣ କେବଳ ମହୋତ୍ସବର ମର୍ଯ୍ୟାଦା ନୁହେଁ ବରଂ ବିଶ୍ବ ସିନେମାରେ ଭାରତର ଉଦୀୟମାନ ସ୍ଥିତିକୁ ମଧ୍ୟ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି।
ଚଳିତ ବର୍ଷ, ଆଇଏଫଏଫଆଇର ସ୍ବତନ୍ତ୍ର ଅତିų ଦେଶ ରୂପେ ଜାପାନ ସାମିଲ ହେଉଥିବା ବେଳେ ସ୍ପେନ ଏବଂ ଅଷ୍ଟ୍ରେଲିଆରୁ ସ୍ବତନ୍ତ୍ର ଅତିଥ୍ ରାଷ୍ଟ୍ର ଭାବେ ସେମାନଙ୍କର ପ୍ୟାକେଜ ପ୍ରଦର୍ଶନ କରିବେ । ଏହି ମହୋତ୍ସବରେ ଗୁରୁ ଦତ୍ତ, ରାଜ ଖୋସଲା, ଋତ୍ମିକ ଘଟକ, ପି, ଭାନୁମତି, ଭୂପେନ ହଜାରିକା ଏବଂ ସଲିଲ ଚୌଧୁରୀଙ୍କ ଭଳି ପ୍ରସିଦ୍ଧ ଭାରତୀୟ ସିନେମା କିମ୍ବଦନ୍ତୀଙ୍କ ପ୍ରତି ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି ମଧ୍ଯ ଅର୍ପଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଚଳଚ୍ଚିତ୍ର ଜଗତରେ 50 ବର୍ଷ ପୂରଣ କରିବା ପାଇଁ ଅଭିନେତା ରଜନୀକାନ୍ତିଙ୍କୁ ଉଦଯାପନୀ ଉତ୍ସବରେ ସମ୍ମାନିତ କରାଯିବ ବୋଲି ଡକ୍ଟର ମୁରୁଗନ ଘୋଷଣା କରିଛନ୍ତି । ତାଙ୍କ ଚଳଚ୍ଚିତ୍ର, ଲାଲା ସଲାମ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି। ଗୋଆର ପ୍ରସିଦ୍ଧ ସିନେମାଟୋଗ୍ରାଫର ଶ୍ରୀ କେ, ବୈକୁଣ୍ଠଙ୍କୁ ମଧ୍ୟ ମହୋତ୍ସବରେ ସମ୍ମାନିତ କରାଯିବ।
କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ଯମରେ 799 ଆବେଦନ ମଧ୍ୟରୁ 124 ଜଣ ଯୁବ ସ୍ରଷ୍ଟାଙ୍କୁ ଚୟନ କରାଯାଇଛି। ଡକ୍ଟର ମୁରୁଗନ ଏହା ମଧ୍ୟ କହିଛନ୍ତି, ୱେଭୃ ଫିଲ୍ମ ବଜାରର 19ତମ ସଂସ୍କରଣ ଭାରତ ଏବଂ ବିଦେଶର ଶହ ଶହ ପ୍ରକଳ୍ପ ପାଇଁ ସହ-ପ୍ରଯୋଜନା ଏବଂ ବଜାର ସୁଯୋଗ ପ୍ରଦାନ କରିବ। ଏଥିରେ ଏଆଇ, ଭିଏଫକ୍ସ ଏବଂ ସିଜିଆଇ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନ କରିବା ପାଇଁ ଏକ ଉତ୍ସର୍ଗୀକୃତ ଟେକ୍ ପାଭିଲିୟନ ରହିବ
ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନାରୀ ଶକ୍ତିର ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଇଏଫଏଫଆଇ 2025ରେ ମହିଳା ନିର୍ଦ୍ଦେଶକଙ୍କ ଦ୍ବାରା ନିର୍ମିତ 50 ରୁ ଅଧୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ମହୋତ୍ସବରେ 21ଟି ଓସ୍କାର ମନୋନିତ ଏବଂ ପଦାର୍ପଣକାରୀ ଫିଲ୍ମ ନିର୍ମାତାଙ୍କ 50 ରୁ ଅଧୂକ ସର୍ଜନା ପ୍ରଦର୍ଶିତ ହେବ। 56ତମ ଆଇଏଫଏଫଆଇରେ ବିଶ୍ବର ଶ୍ରେଷ୍ଠ ଚଳଚ୍ଚିତ୍ର ମହୋତ୍ସବର ଶ୍ରେଷ୍ଠ ପୁରସ୍କାର ବିଜେତା ଚଳଚ୍ଚିତ୍ରଗୁଡ଼ିକ ମଧ୍ଯ ପ୍ରଦର୍ଶିତ ହେବ।
ଚଳଚ୍ଚିତ୍ରରେ ସୃଜନଶୀଳତା ଏବଂ ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମୁରୁଗନ ଦୋହରାଇଛନ୍ତି । ସେ କହିଛନ୍ତି, ସିନେମା ଏଆଇ ହାକାଥନ୍ ଏବଂ ଥୂଏଟରରେ ସୁଗମ୍ୟତା ବୈଶିଷ୍ଟ୍ୟଗୁଡ଼ିକ ସିନେମାକୁ ଅଧୂକ ସମାବେଶୀ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ବିଶ୍ବବ୍ୟାପୀ ସହଯୋଗପୂର୍ଣ୍ଣ କରିବାର ଆମର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ।