ଆଇନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ; କିନ୍ତୁ ଦିନକୁ ଦିନ ବିଭାଗୀୟ ବିଶୃଙ୍ଖଳା ସାଙ୍ଘାତିକ ଭାବେ ବଢ଼ି ଚାଲିଛି...

May 8, 2026 - 08:32
 12
ଆଇନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ; କିନ୍ତୁ ଦିନକୁ ଦିନ ବିଭାଗୀୟ ବିଶୃଙ୍ଖଳା ସାଙ୍ଘାତିକ ଭାବେ ବଢ଼ି ଚାଲିଛି...

ଆଇନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ; କିନ୍ତୁ ଦିନକୁ ଦିନ ବିଭାଗୀୟ ବିଶୃଙ୍ଖଳା ସାଙ୍ଘାତିକ ଭାବେ ବଢ଼ି ଚାଲିଛି...

ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା ବୋଲି ସନ୍ଦେହ କରାଯାଉଛି|

ଦିନ ଦିପହରେ ଅମାନବୀୟ ବର୍ବର ହତ୍ୟାକାଣ୍ଡ । 

ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା । 

ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ । 

ମୃତ ଯୁବକ ହେଲେ ଅଡ଼ଶପୁର ଅଂଚଳର ସୌମ୍ୟରଂଜନ ଜେନା ଏବଂ ତାଙ୍କ ସହିତ ଥିବା ଓମପ୍ରକାଶ ରାଉତ ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ପୋଲିସ ସାମ୍ନାରେ ଉଭୟ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ତେବେ ସୌମ୍ୟରଂଜନ ଜେନା ଜିଆରପି ରେ କନଷ୍ଟେବଳ ଥିବା ଜଣାପଡିଛି । 

ଘଟନାନୁସାରେ ୨ ଜଣ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ସୌମ୍ୟରଂଜନ ଏବଂ ଓମପ୍ରକାଶ ଯାଉଥିବା ବାଇକ ସହ ତାଙ୍କର ଧକ୍କା ହୋଇଥିଲା । 

ଏଥିରେ ଯୁବତୀ ୨ଜଣ ତଳେ ପଡିଯାଇ ଚିତ୍କାର କରିଥିଲେ। 

ପରେ ପରେ ଯୁବକ ଏବଂ ଯୁବତୀ ମାନଙ୍କ ମଧ୍ୟରେ ବଚସା ହୋଇଥିଲା, ଦେଖଣାହାରୀ ଙ୍କ କଥା ମଧ୍ୟ ମାନିନଥିଲେ ଦୁଇ ଯୁବକ।  

ଘଟଣାପରେ ସ୍ଥାନୀୟ ଲୋକେ ଜମା ହୋଇ ଯୁବକ ୨ଜଣଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ନେଇ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ କମିଶନରେଟ ପୋଲିସ ର ଛାନଭିନ ଜାରି ରହିଛି I