ଆଜକୁ ୩ ଦିନ ଧରି ପାଣିପାଗରେ ଘଟିବ ପରିବର୍ତ୍ତନ...

Oct 6, 2026 - 16:42
 7
ଆଜକୁ ୩ ଦିନ ଧରି ପାଣିପାଗରେ ଘଟିବ ପରିବର୍ତ୍ତନ...

ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। 

ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ। 

ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି। 

ଅକ୍ଟୋବର ୭ ତାରିଖରେ ବଲାଙ୍ଗୀର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା ରହିଛି। 

୭ ଓ ୮ ତାରିଖରେ ୨୭ ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା ସମ୍ଭାବନା।