ରଜ ପର୍ବର ବିଶେଷତ୍ୱ...
ରଜକୁ ଓଡିଶାର ପାରମ୍ପରିକ ପର୍ବ ଓ ଗଣପର୍ବ କୁହାଯାଏ l ବସୁଧା, ପ୍ରକୃତି ମାତାକୁ ପୂଜା କରିବାର ମହାର୍ଘ୍ୟ ପରମ୍ପରା ରଜ l କୃଷିଭିତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ରଜ l
ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ l
ଏହା ସାଧାରଣତଃ ଚାରି ଦିନ ଧରି ପାଳନ ହୋଇଥାଏ l ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ହୋଇଥାଏ l ରଜ ସଂକ୍ରାନ୍ତିର ପୂର୍ବଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଏ l
ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା l
ଏହି ରଜ ପର୍ବ ର ତାତ୍ତ୍ଵିକତା ହେଲା ମୁଖ୍ୟତଃ ‘ରଜ’ ଶବ୍ଦର ବିଭିନ୍ନ ଅର୍ଥ ରହିଥିଲେ ହେଁ ଏଠାରେ ‘ରଜ’ କହିଲେ ନାରୀମାନଙ୍କର ମାସିକ ଋତୁସ୍ରାବରେ ନିର୍ଗତ ଶୋଣିତକୁ ହିଁ ବୁଝାଇଥାଏ l
କିନ୍ତୁ ଏଠାରେ ମୂଳତଃ ଯେଉଁ ନାରୀଙ୍କୁ ଆଧାର କରି ଏହି ପର୍ବଟି କେନ୍ଦ୍ରୀଭୂତ, ସେ ମାନୁଷୀ ନୁହଁନ୍ତି, ସେ ହେଉଛନ୍ତି ବସୁମତୀ ବା ପୃଥିବୀ ବା ଭୂଦେବୀ l
“ ବୃଷାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେଽପି ଦିନତ୍ରୟଂ ରଜସ୍ଵଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗର୍ହିତା ।”
ଅର୍ଥାତ – ବୃଷ ମାସର ଶେଷ (ମାସାନ୍ତ), ମିଥୁନ ମାସର ଆରମ୍ଭ (ସଂକ୍ରାନ୍ତି) ଏବଂ ତାର ପରଦିନ ଏହିପରି ମୋଟ ତିନିଦିନ ପୃଥିବୀ ମାତା ବା ଭୂଦେବୀ ରଜସ୍ଵଳା ହୁଅନ୍ତି l ତେଣୁ ଏହି ତିନିଦିନ ଯାକ କୃଷି କାର୍ଯ୍ୟ ଗର୍ହିତ l
ଵିଷ୍ଣୁ ପୁରାଣ ଅନୁସାରେ ‘ପର୍ବ’ର ସଂଜ୍ଞା ନିର୍ଦ୍ଧାରଣରେ କୁହାଯାଇଛି ଯେ –
“ ଚତୁର୍ଦ୍ଦଶ୍ୟାଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ପର୍ବାଣ୍ୟେତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତିରେବ ଚ ”
ଅର୍ଥାତ – ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ରବି ସଂକ୍ରମଣ ବା ସଂକ୍ରାନ୍ତି ଏହି ପାଞ୍ଚଟିକୁ ପର୍ବ କୁହାଯାଏ l
ଅତଏବ ଏଥିରୁ ସୁସ୍ପଷ୍ଟ ଯେ ‘ରଜ ପର୍ବ’ ପୃଥିବୀ ମାତା ବା ବସୁମତୀଙ୍କର ମିଥୁନ ସଂକ୍ରାନ୍ତିକୁ କେନ୍ଦ୍ର କରି ତିନିଦିନ ରଜସ୍ୱଳା ହେବା ସମୟରେ କୃଷି କାର୍ଯ୍ୟକୁ ସ୍ଥଗିତ ରଖି ପାଳନ କରାଯାଉଥିବା ଉତ୍ସବକୁ ବୁଝାଇଥାଏ l
ରଜ ପର୍ବରେ ମଧ୍ୟ ନାରୀ ଏବଂ ବସୁମତୀ ମଧ୍ୟରେ ସାମ୍ୟତା ଦେଖିବାକୁ ମିଳିଥାଏ ଯାହାକି ସମ୍ଭବ ହୋଇଥାଏ ବର୍ଷା ଋତୁର ଆଗମନ ହେତୁ l
ପ୍ରାଚୀନ ଭାରତୀୟ ବିଧାନ ଅନୁସାରେ ରଜସ୍ୱଳା ନାରୀଙ୍କୁ ଯେପରି ତିନିଦିନ ପର୍ଯ୍ୟନ୍ତ ବିବିଧ ନିୟମ ପାଳନ ରୂପକ ଅସ୍ପୃଶ୍ୟ ଭାବରେ ରଖାଯାଏ ସେହିପରି ରଜ ତିନିଦିନ ଧରି ବସୁମତୀଙ୍କୁ ସ୍ପର୍ଶ (କର୍ଷଣ) କରିବା ବାରଣ କରାଯାଇଥାଏ l
ପୂର୍ବକାଳରେ ଏହି ରଜ ତିନିଦିନ ବ୍ୟାପୀ (ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ) ଲୋକମାନେ ଶୁନ୍ୟ ପାଦରେ ଭୂମିକୁ ସ୍ପର୍ଶ କରୁ ନ ଥିଲେ l
ଜରୁରୀ ଆବଶ୍ୟକତା ସ୍ଥଳେ ପାଦରେ ଗୁଆ ବା କଦଳୀ ଖୋଳପା ଲଗାଇ ଚାଲୁଥିଲେ l
ରଜ ପର୍ବର ଚତୁର୍ଥ ଦିନ ‘ବସୁମତୀ ସ୍ନାନ’ ପୂଜା ଅନୁଷ୍ଠିତ ହୋଇଥାଏ l
ଋତୁମତୀ ନାରୀ ଚତୁର୍ଥ ଦିନ ସ୍ନାନ ସାରି ଶୁଦ୍ଧ ହେବା ପରି ବସୁମତୀ ମଧ୍ୟ ତିନିଦିନ ପର୍ଯ୍ୟନ୍ତ ଋତୁସ୍ରାବ ଜନିତ ଅଶୁଦ୍ଧ ଅବସ୍ଥାରେ ରହି ଚତୁର୍ଥ ଦିନ ସ୍ନାନ କର୍ମ ଦ୍ୱାରା ଶୁଦ୍ଧ ହୁଅନ୍ତି l
ଏହାକୁ ‘ ବସୁମତୀ ସ୍ନାନ ’ କୁହାଯାଏ ଯାହାକି ରଜ ପର୍ବର ଅନ୍ତକୁ ସୂଚିତ କରେ l
ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ l
ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ l
ଏଥିରେ ଗ୍ରାମ ଠାକୁରାଣୀ ବା ଗୃହର ଠାକୁରାଣୀଙ୍କୁ ସ୍ନାନ ଅର୍ଚ୍ଚନା କରାଯାଇଥାଏ l
ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ l
ବସୁମତୀ ସ୍ନାନ ପରେ କୃଷକମାନେ କ୍ଷେତରେ ହଳ କରି ସେଥିରେ ବିବିଧ ପ୍ରକାରର ଶସ୍ୟର ବୀଜବପନ କରନ୍ତି l
ଏହି ବିଶ୍ବାସରେ ଯେ ଏହାଦ୍ବାରା କ୍ଷେତରେ ଭଲ ଫସଲ ଅମଳ ହେବ l
କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ
ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଏହି ରଜ ପର୍ବ ଅବସରରେ ଶିଖିବାକୁ ପଡ଼ିଥାଏ l
ରଜରେ ପୋଡ଼ ପିଠା ଖାଇବା ମଧ୍ୟ ଏକ ନିଆରା ପରମ୍ପରା l
ଆମ ଓଡ଼ିଆ ଘର ର ପାରମ୍ପରିକ ସର୍ବ ପ୍ରାଚୀନ ପିଠା l
????ଏହାର ଉତ୍ପତ୍ତି ଓଡ଼ିଆ ଘରୁ ହିଁ କାହିଁ କେଉଁ ଆବାହନ କାଳରୁ ହୋଇଛି l ଏହା ମଧ୍ୟ ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ସବୁଠୁ ପ୍ରିୟ ପିଠା l କୁହାଯାଏ ଛପନ ଭୋଗରେ ଶେଷରେ ପୋଡପିଠା ନଥିଲେ ଜଗନ୍ନାଥ ଙ୍କ ପେଟ ପୁରେନି
????ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା l
ପ୍ରୀତିର ବନ୍ଧନ ହେଉଛି ପାନ l ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି
????ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା l ????ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା l
????ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି l
????ପାନ ହେଉଛି ମୁଖବାସ, ପରିତୋଷ l
????ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ