ଆଜି ଠାରୁ ବିଭିନ୍ନ ଜୋନରେ ୮୯ ଟି ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି ଭାରତୀୟ ରେଳ
ମୁମ୍ବାଇ, ଦିଲ୍ଲୀ, ପୁଣେ, ହାଓଡ଼ା, ହାଇଦ୍ରାବାଦ ଇତ୍ୟାଦି ବଡ଼ ସହରକୁ ଆସୁଥିବା ଏବଂ ଫେରୁଥିବା ଯାତ୍ରୀଙ୍କ ଭିଡ଼କୁ କମ କରିବ ସ୍ବତନ୍ତ୍ର ଟ୍ରେନ୍
ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ଯରେ ୬ ଟି ଟ୍ରିପ୍ ଆରମ୍ଭ କରିଛି ଉତ୍ତର ପୂର୍ବ ରେଳପଥ
06.12.2025 : ବ୍ୟାପକ ଚାହିଦା ଶୀତ ଋତୁରେ ବ୍ୟାପକ ବିମାନ ବାତିଲ ଏବଂ ଅତିରିକୁ ଭିଡ଼କୁ ଦୃଷ୍ଟିରେ ରଖ୍ ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି। ଆଜିଠାରୁ ବିଭିନ୍ନ ଜୋନରେ ୮୯ ଟି ସ୍ବତନ୍ତ୍ର ଟ୍ରେନ୍ ସେବା (୧୦୦ ରୁ ଅଧୂକ ଯାତ୍ରା) ଆଗାମୀ ତିନି ଦିନରେ ଚାଲିବ। ଏହା ସୁଗମ ଯାତ୍ରାକୁ ସମର୍ଥନ କରିବାରେ ଏବଂ ରେଳ ଯାତ୍ରାର ବନ୍ଧିତ ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରିବ।
ବନ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ମଧ୍ୟ ରେଳପଥ ୧୪ ଟି ସ୍ବତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବ। ଏଥିରେ ୬ ଏବଂ ଡିସେମ୍ବରରେ ଟ୍ରେନ୍ ନମ୍ବର ୦୧୪୧୩ /୦୧୪୧୪ ପୁଣେ-ବେଙ୍ଗାଲୁରୁ-ପୁଣେ; ୭ ଏବଂ ୯ ଡିସେମ୍ବରରେ ୦୧୪୦୯/୦୧୪୧୦ ପୁଣେ-ହ ନିଜାମୁଦ୍ଦିନ-ପୁଣେ; ୭ ଏବଂ ୯ ଡିସେମ୍ବରରେ ୦୧୦୧୯/୦୧୦୨୦ ଲୋକମାନ୍ୟ ତିଲକ ଟର୍ମିନସ୍ (ଏଲ୍ଟିଟି)-ମଡଗାଓଁ- ଏଲ୍ଟିଟି; ୬ ଏବଂ ୭ଡିସେମ୍ବରରେ ୦୧୦୭୭/୦୧୦୭୮ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ (ସିଏସଏମଟି)-ହଜରତ ନିଜାମୁଦ୍ଦିନ- ସିଏସଏମ ୦୧୦୧୫/୦୧୦୧୬ ଏଲ୍ଟିଟି – ଲକ୍ଷ୍ନୌ - ଏଲ୍ଟିଟି ୬ ଏବଂ ୭ ଡିସେମ୍ବରରେ; ୦୧୦୧୨/୦୧୦୧୧ ନାଗପୁର - - ସିଏସଏମଟି - ନାଗପୁର ଏବଂ ୭ ଡିସେମ୍ବରରେ; ୦୫୫୮୭ / ୦୫୫୮୮ ଗୋରଖପୁର - ଏଲ୍ଟିଟି - ଗୋରଖପୁର ୭ ଏବଂ ୯ ୯ ଡିସେମ୍ବରରେ; ଏବଂ ୦୮୨୪୫ ୦୮୨୪୬, ୧୦ ଏବଂ ୧୨ ଡିସେମ୍ବରରେ ବିଲାସପୁର - ଏଲ୍ଟିଟି - ବିଲାସପୁର ରହିଛି। ४४/
ସମ୍ପ୍ରତି ବିମାନ ବାତିଲ ପରେ ଚାହିଦା ବୃଦ୍ଧିକୁ ପୂରଣ କରିବା ପାଇଁ ଦକ୍ଷିଣ ପୂର୍ବ ରେଳପଥ ସ୍ବତନ୍ତ୍ର ଟ୍ରେନ୍ ଯୋଜନା କରିଛି ରିଛି । ଏଥୂମଧ୍ୟରେ ଟ୍ରେନ୍ ନମ୍ବର ୦୮୦୭୩/୦୮୦୭୪ ସାନ୍ନାଗାଛି - ୟେଲାହାନକା - ସାନ୍ନାଗାଛି ଅନୁର୍ଭୁକ୍ତ, ୦୮୦୭୩, ୭ ଡିସେମ୍ବରରେ ସାନ୍ନାଗା ସାନ୍ନାଗାଚି ଛାଡ଼ୁଛି ଏବଂ ୦୮୦୭୪ ୯ ଡିସେମ୍ବରରେ ୟେଲାହାନକାରୁ ଆସୁଛି। ଟ୍ରେନ ନମ୍ବର ୦୨୮୭୦/୦୨୮୬୯ ହାଓଡ଼ା – ସିଏସଏମଟି – ହାଓଡ଼ା ସ୍ବତନ୍ତି ଟ୍ରେନ ୬ ଡିସେମ୍ବରରେ ହାଓଡ଼ାରୁ ଛାଡିବ ଏବଂ ୮ ଡିସେମ୍ବରରେ ସିଏସଏମଟି ରୁ ୦୨୮୬୯ ଛାଡିବ। ଟ୍ରେନ ନମ୍ବର ୦୭୧୪୮/୦୭୧୪୯ ଚେରଲାପାଲି ଶାଲିମାର – ଚେରଲାପାଲି ୬ ଡିସେମ୍ବରରେ ଚେରଲାପାଲିରୁ ଛାଡିବ ଏବଂ ୮ ଡିସେମ୍ବରରେ ୦୭୧୪୯ ଶାଲିମାରରୁ ପ୍ରସ୍ଥାନ କରିବ।
ଯାତ୍ରୀଙ୍କ ଅତିରିକୁ ଭିଡ଼କୁ ପରିଚାଳନା କରିବା ପାଇଁ, ଦକ୍ଷିଣ ମଧ୍ଯ ରେଳପଥ ଆଜି, ୬ ଡିସେମ୍ବର ୨୦୨୫ ରେ ତିନୋଟି ସ୍ବତନ୍ତ୍ର ଟ୍ରେନ ପରିଚାଳନା କରୁଛି। ଚେର୍ଲାପାଲିରୁ ଶାଲିମାରକୁ ଟ୍ରେନ ନମ୍ବର ୦୭୧୪୮, ସିକନ୍ଦରାବାଦରୁ ଚେନ୍ନାଇ ଏଗମୋରକୁ ଟ୍ରେନ ନମ୍ବର ୦୭୧୪୬ ଏବଂ ହାଇଦ୍ରାବାଦରୁ ମୁମ୍ବାଇ ଏଲଟିଟି କୁ ଟ୍ରେନ ନମ୍ବର ୦୭୧୫୦ ଆଜି ପ୍ରସ୍ଥାନ କରୁଛି।
ପୂର୍ବ ରେଳପଥ ହାଓଡ଼ା, ସିଆଲଦା ଏବଂ ପ୍ରମୁଖ ସ୍ଥାନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ସେବା ପରିଚାଳନା କରିବ। ଟ୍ରେନ ନମ୍ବର ୦୩୦୦୯/୦୩୦୧୦ ହାଓଡ଼ା-ନୂଆଦିଲ୍ଲୀ-ହାଓଡ଼ା ସ୍ପେଶାଲ୍ ୬ ଡିସେମ୍ବରରେ ହାଓଡ଼ାରୁ ୦୩୦୦୯ ଏବଂ ୮ ଡିସେମ୍ବରରେ ନୂଆଦିଲ୍ଲୀରୁ ୦୩୦୧୦ ଛାଡିବ। ଟ୍ରେନ ନମ୍ବର ୦୩୧୨୭/୦୩୧୨୮ ସିଆଲଦା-ଏଲଟିଟି-ସିଆଲଦା ସ୍ପେଶାଲ୍ ୬ ଡିସେମ୍ବରରେ ସିଆଲଦାରୁ ୦୩୧୨୭ ଏବଂ ୯ ଡିସେମ୍ବରରେ ଏଲଟିଟିରୁ ୦୩୧୨୮ ଛାଡିବ।
ବର୍ଷିତ ଯାତ୍ରା ଚାହିଦା ପୂରଣ କରିବା ପାଇଁ ପଶ୍ଚିମ ରେଳପଥ ସାତଟି ସ୍ବତନ୍ତ୍ର ଟ୍ରେନ ପରିଚାଳନା କରିବ। ଏଥୁମଧ୍ଯରେ ଟ୍ରେନ୍ ନମ୍ବର ୦୯୦୦୧ /୦୯୦୦୨ ମୁମ୍ବାଇ ସେଣ୍ଟ୍ରାଲ୍ - ଭବାନୀ ସୁପରଫାଷ୍ଟ ସ୍ପେସିଆଲ୍ (ସାପ୍ତାହିକ ଦୁଇଥର) ଅନୁର୍ଭୁକ୍ତ, ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ମୁମ୍ବାଇ ସେଣ୍ଟ୍ରାଲରୁ ୯ ରୁ ୩୦ ଡିସେମ୍ବର ମଧ୍ୟରେ ଏବଂ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ୧୦ ରୁ ୩୧ ଡିସେମ୍ବର ମଧ୍ୟରେ ଭବାନୀରୁ ସମୁଦାୟ ୧୪ ଟି ଯାତ୍ରା ହେବ। ଚିତ୍ତରଗଡ, ଭିଲୱାରା, ବିଜନାଗର, ନାସିରାବାଦ, ଅଜମେର, କିଶାନଗଡ, ଜୟପୁର, ଗାନ୍ଧୀ ନାଗର ଜୟପୁର, ବାନ୍ଦିକୁଇ, ଅଲୱାର, ରେୱାରୀ, କୋସଲି ଏବଂ ଚାର୍କି ଦାଦ୍ରି ଷ୍ଟେସନ ଉଭୟ ଦିଗରେ ଚାଲୁ ରହିବ। ଟ୍ରେନ ନମ୍ବର ୦୯୦୦୩/୦୯୦୦୪ ମୁମ୍ବାଇ ସେଣ୍ଟ୍ରାଲ – ଶାକୁର ବସ୍ତି ସୁପରଫାଷ୍ଟ ସ୍ପେଶାଲ ମଙ୍ଗଳବାର ଏବଂ ଶୁକ୍ରବାର ବ୍ୟତୀତ ପ୍ରତିଦିନ ମୁମ୍ବାଇ ସେଣ୍ଟ୍ରାଲରୁ ୮ ରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ଏବଂ ବୁଧବାର ଓ ଶନିବାର ବ୍ୟତୀତ ପ୍ରତିଦିନ ଶାକୁର ବସ୍ତିରୁ ୯ ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ, ମୋଟ ୩୨ ଟିପ୍ ହେବ, ଯାହାର ବୁକିଂ ୬ ଡିସେମ୍ବରରେ ଖୋଲିଛି। ଟ୍ରେନ ନମ୍ବର ୦୯୭୩୦/୦୯୭୨୯ ବାନ୍ଦ୍ରା ଟର୍ମିନସ – ଦୁର୍ଗାପୁରା ସୁପରଫାଷ୍ଟ ସ୍ପେଶାଲ ୮ ଡିସେମ୍ବରରେ ବାନ୍ଦ୍ରା ଟର୍ମିନସରୁ ୦୯୭୩୦ ଏବଂ ୭ ଡିସେମ୍ବରରେ ଦୁର୍ଗାପୁରାରୁ ୦୯୭୨୯ ଛାଡିବ, ଯାହାର ବୁକିଂ ୬ ଡିସେମ୍ବରରେ ଆରମ୍ଭ ହୋଇଛି। ଏହି ଟ୍ରେନରେ ପ୍ରଥମ ଏସି, ଏସି - ୨ ଟାୟାର, ଏସି - ୩ ଟାୟାର, ଫ୍ଲିପର କ୍ଲାସ ଏବଂ ସାଧାରଣ ଦ୍ବିତୀୟ ଶ୍ରେଣୀ କୋଚ୍ ରହିଛି।
ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖୁ, ଭାରତୀୟ ରେଳପଥ ଗୋରଖପୁରରୁ ଅତିରିକ୍ତ ସେବା ପରିଚାଳନା କରିବ। ଟ୍ରେନ୍ ନମ୍ବର
୦୫୫୯୧/୦୫୫୯୨ ଗୋରଖପୁର-ଆନନ୍ଦ ବିହାଗ ହାର ଟର୍ମିନାଲ-ଗୋରଖପୁର ଦୁଇଟି ଯାତ୍ରା ପାଇଁ ଚାଲିବ, ୭ ଏ ଏବଂ ୮ ଡିସେମ୍ବରରେ ଗୋରଖପୁରରୁ ଏବଂ ୮ ଓ ୯ ଡିସେମ୍ବରରେ ଆନନ୍ଦ ନନ୍ଦ ବିହାର ଟର୍ମିନାଲରୁ ପ୍ରସ୍ଥାନ କରିବ। ଟ୍ରେନ୍ ନମ୍ବର ୦୫୫୮୭/୦୫ ୦୫୫୮୭/୦୫୫୮୮ ଗୋରଖପୁର-ଏଲଟିଟି-ଗୋରଖପୁର ୭ ଡିସେମ୍ବରରେ ଗୋରଖପୁରରୁ ଏବଂ ୯ ଡିସେମ୍ବରରେ ଏଲଟିଟିରୁ ପ୍ରସ୍ଥାନ କରିବ ।
ବିହାରରୁ ଶୀତକାଳୀନ ଶୀତକାଳୀନ ଯାତ୍ରାକୁ ସୁଗମ କରିବା ପାଇଁ, ପୂର୍ବ କେନ୍ଦ୍ରୀୟ ରେଳବାଇ ପାଟନା ଏବଂ ଦରଭଙ୍ଗାରୁ ଆନନ୍ଦ ବିହାର ଟର୍ମିନାଲକୁ ସ୍ବତନ୍ତ୍ର ଟ୍ରେନ ପରିଚାଳନା କରିବ। ଟ୍ରେନ୍ ନମ୍ବର ୦୨୩୦୯/୦୨୩୧୦ ପାଟନା-ଆନନ୍ଦ ବିହାର ଟର୍ମିନାଲ-ପାଟନା ୬ ଏବଂ ୮ ଡିସେମ୍ବରରେ ପାଟନାରୁ ଏବଂ ୭ ୭ ଓ ୯ ଡିସେମ୍ବରରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ। ଟ୍ରେନ ନମ୍ବର ୦୨୩୯୫/୦୨୩୯୬ ୯୬ ପାଟନା ଆନଯ ଚନ୍ଦ ବିହାର ଟର୍ମିନାଲ – ପା ପାଟନା ଡିସେମ୍ବର ୭ ରେ ପାଟନା ଛାଡିବା ପାଇଁ ୦୨୩୯୫ ଏବଂ ଡିସେମ୍ବର ୮ ରେ ଆନନ୍ଦ ବିହାର ଟର୍ମିନ ଟର୍ମିନାଲ ଛାଡିବା ବା ପାଇଁ ୦୨୩୯୬ ସହିତ ସହିତ ଚଳାଚଳ କରିବ। ଟ୍ରେନ ନମ୍ବର ୦୫୫୬୩/୦୫୫୬୪ ଦରଭଙ୍ଗା – ଆନନ୍ଦ ବିହାର ଟର୍ମିନାଲ – ଦରଭଙ୍ଗା ଡିସେମ୍ବର ୭ଦରଭଙ୍ଗା ଛାଡ଼ୁଛି ଏବଂ ଡିସେମ୍ବର ୯ ରେ ଆନନ୍ଦ । ଆନନ୍ଦ ବିହାର ଟର୍ମିନାଲରୁ ପ୍ରସ୍ଥାନ କରୁଛି। -ରେ
ଆଗାମ 1ମୀ ଯାତ୍ରା ଅବଧୂରେ ଯାତ୍ରୀଙ୍କ ଅତିରିକୁ ଭିଡ଼କୁ ଦୂର କରିବା ପାଇଁ ଉତ୍ତର ପଶ୍ଚିମ ରେଳବାଇ ଗୋଟିଏ ଟ୍ରିପ୍ ଆଧାରରେ ଦୁଇଟି ଇଟି ସ୍ବତନ୍ତ୍ର ଟ୍ରେନ ପରି ପରିଚାଳନା କରିବ। ଟ୍ରେନ ନମ୍ବର ୦୪୭୨୫ ହିସାର-ଖଡକି ସ୍ପେଶାଲ୍ ୭ ଡିସେମ୍ବର ୨୦୨୫ରେ ହିସାରରୁ ଛାଡ଼ିବ, ଟ୍ରେନ ନମ୍ବର ०४०११ ଖଡକି-ହିସାର ସ୍ପେଶାଲ୍, ୮ ଡିସେମ୍ବର ୨୦୨୫ରେ ଖଡକିରୁ ପ୍ରସ୍ଥାନ କରିବ। ଉତ୍ତର ପଶ୍ଚିମ ରେଳପଥ ଥ ମଧ୍ୟ ଗୋଟିଏ ଟ୍ରିପ୍ ସ୍ପେଶାଲ୍ ଟ୍ରେନ ନମ୍ବର ୦୯୭୨୯ ଦୁର୍ଗାପୁରା-ବାନ୍ଦ୍ରା ଟର୍ମିନସ୍ ସ୍ପେଶାଲ୍ ଚଲାଇବ, ଯାହା ୭ ଡିସେମ୍ବର ୨୦୨୫ରେ ଦୁର୍ଗାପୁରାରୁ ଛାଡ଼ିବ। ଟ୍ରେନ ନମ୍ବର ୦୯୭୩୦ ବାନ୍ଦ୍ରା ଟର୍ମିନସ୍-ଦୁର୍ଗାପୁରା ସ୍ପେଶାଲ୍, ୮ ଡିସେମ୍ବର ୨୦୨୫ରେ ବାନ୍ଦ୍ରା ଟର୍ମିନସ୍ ରୁ ପ୍ରସ୍ଥାନ କରିବ।
ଯାତ୍ରୀଙ୍କ ସୁବିଧା ପାଇଁ, ଉତ୍ତର ମଧ୍ୟ ରେଳପଥ ପ୍ରୟାଗରାଜ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ପରିଚାଳନା କରିବ। ଟ୍ରେନ ନମ୍ବର ୦୨୪୧୭ ଡିସେମ୍ବର ୬ ଏବଂ ୮ ତାରିଖରେ ପ୍ରୟାଗରାଜରୁ ଛାଡ଼ିବ, ୭ ଏବଂ ୯ ତାରିଖରେ ନୂଆଦିଲ୍ଲୀରୁ ଟ୍ରେନ୍ ନମ୍ବର ୦୨୪୧୮ ଭାବରେ ଫେରିବ, ପ୍ରତ୍ୟେକ ଦିଗରେ ମୋଟ ଦୁଇଟି ଯାତ୍ରା ହେବ। ସେହିପରି, ଟ୍ରେନ ନମ୍ବର ୦୨୨୭୫ ଡିସେମ୍ବର ୭ ତାରିଖରେ ପ୍ରୟାଗରାଜରୁ ଛାଡ଼ିବ, ୮ ଡିସେମ୍ବରରେ ନୂଆଦିଲ୍ଲୀରୁ ଟ୍ରେନ ନମ୍ବର ୦୨୨୭୬ ଭାବରେ ଫେରିବ, ପ୍ରତ୍ୟେକ ଦିଗରେ ଗୋଟିଏ ଯାତ୍ରା କ କରିବ।
ଉତ୍ତର ରେଳବାଇ ୬ ଡିସେମ୍ବର ୨୦୨୫ରେ ୦୨୪୩୯ ନୂଆଦିଲ୍ଲୀ-ଶହୀଦ କ୍ୟାପଟେନ୍ ତୁଷାର ମହାଜନ ଉଧମପୁର ବନ୍ଦେ ଭାରତ ଏବଂ ସେହି ତାରିଖରେ ଅନୁରୂପ ୦୨୪୪୦ ଉଧମପୁର-ନୂଆଦିଲ୍ଲୀ ବନ୍ଦେ ଭାରତ ଚଳାଚଳ କରିବ, ଯାହା ଜାତୀୟ ରାଜଧାନୀ ନୀ ଏବଂ ଜମ୍ମୁ-କାଶ୍ମୀର ମଧ୍ୟରେ ଦ୍ରୁତ ଏବଂ ଅଧୂକ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ। ଉତ୍ତର ଏବଂ ପଶ୍ଚିମ ମଧ୍ୟରେ ଦୀର୍ଘ ଦୂରତା ଯାତାୟାତକୁ ସହଜ କରିବା ପାଇଁ, ଟ୍ରେନ ୦୪୦୦୨ ନୂଆଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ ୬ ଡିସେମ୍ବର ୨୦୨୫ ରେ ଚାଲିବ, ଓ ୦୪୦୦୧ ମୁମ୍ବା ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ ୭ଡିସେମ୍ବର ୨୦୨୫ ରେ ପ୍ରସ୍ଥାନ କରିବ। ଉତ୍ତର ରେଳପଥ ମଧ୍ଯ ୦୪୦୮୦ ହଜରତ ନିଜାମୁଦ୍ଦିନ-ତିରୁବନନ୍ଧପୁରମ ସେଣ୍ଟ୍ରାଲ ସ୍ବତନ୍ତ୍ର ମାଧ୍ୟମରେ ଦିଲ୍ଲୀକୁ ଦକ୍ଷିଣ ରେଳପଥ ସହିତ ସଂଯୋଗ କରିବ, ଯାହା ୬ ଡିସେମ୍ବର ୨୦୨୫ ରେ ସ୍ଥିର କରାଯାଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ନେଟୱାର୍କରେ ଆଞ୍ଚଳିକ ଗତିଶୀଳତାକୁ ସୁଦୃଢ଼ କରିବା ପାଇଁ, ଟ୍ରେନ ୦୭୭୦୩ ଚାଲିପାଲି-ଜାଲିମାର ୭ ଡିସେମ୍ବର ୨୦୨୫ ରେ ଚାଲିବ।
ଶୀତକାଳୀନ ଭିଡ଼ ପରିଚାଳନା ପାଇଁ, ଦୁର୍ଗ ଏବଂ ହଜରତ ନିଜାମୁଦ୍ଦିନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ ଚାଲୁଛି। ଟ୍ରେନ ୦୮୭୬୦ ୭ ଡିସେମ୍ବର ୨୦୨୫ ରେ ଦୁର୍ଗରୁ ଏବଂ ଟ୍ରେନ ୦୮୭୬୧, ୮ ଡିସେମ୍ବର ୨୦୨୫ ରେ ହଜରତ ନିଜାମୁଦ୍ଦିନରୁ ଯାତ୍ରା କରିବ।