ଆଜି ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ ,
ଆଜି ହୀରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ ,
। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ହୀରାକୁଦଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜି ସକାଳ ୬ଟା ୩୦ ସୁଦ୍ଧା ୬୦୪ .୪୩ ଫୁଟ ଜଳସ୍ତର ରହିଥିବାବେଳେ ଏହି ସ୍ତର ଅଧିକ ବଢ଼ିବା ସମ୍ଭାବନା ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ଲକ୍ଷ ୪୨ ହଜାର ଘନଫୁଟ ଜଳା। ସେପଟେ ବିଭିନ୍ନ କେନାଲ ଦେଇ ନିଷ୍କାସନ ହେଉଛି ୩୪ ହଜାର ଘନଫୁଟ ଜଳ। । ପୂଜାର୍ଚ୍ଚନା ପରେ ଖୋଲିବ ଗେଟ। ତଳିଆ ଅଞ୍ଚଳ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ଜଳଭଣ୍ଡାରର ଜଳସ୍ତର। ଶେଷ ଖବର ସୁଦ୍ଧା ଜଳସ୍ତର ୬୦୮.୦୬ ଫୁଟ୍ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୨୨୯ ଘନଫୁଟ ପାଣି। ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି ୩୭ ହଜାର ୩୬୫ ଘନଫୁଟ ବନ୍ୟା ଜଳ। ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନ ଯିବା ପାଇଁ ଆଲର୍ଟ କରାଯାଇଛି।