ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

Sep 14, 2025 - 08:44
 5
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ବରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦' ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ । ଏହା ସେଚେତନତା ଓ ସକାରାତ୍ମକ କ୍ୟାରିୟର ପାଇଁ ଆଲୋକବର୍ଷିକା ବୋଲି ସେ କହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। କେଭିଏସ୍ ଭୁବନେଶ୍ବର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥ‌ିବା କ୍ୟାରିୟରଗୁଡ଼ିକର ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ଉପରେ ବିଶଦ ଭାବେ କହିଥିଲେ । ପ୍ରତିଷ୍ଠାନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ର ଅଧ୍ଯକ୍ଷା ଶ୍ରୀମତୀ ସନ୍ଧ୍ୟା ମହାନ୍ତି, ଲେଫ୍‌ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ, ଡ. ପୁଷ୍ପଲତା ନେଗୀ, ଶ୍ରୀ ବି.ଏନ୍. ଷଡ଼ଙ୍ଗୀ ଓ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ । ସହକାରୀ ପ୍ରଫେସର ଡ. ଭି. ଶଶିକଳାଙ୍କ ସଂଯୋଜନାରେ ହୋଇଥିବା ଏହି ପ୍ରଦର୍ଶନୀରେ ଏହି ପ୍ରଦର୍ଶନୀରେ ଭୁବନେ ନେଶ୍ବରର ବିଭିନ୍ନ ବିଦ୍ୟାଳୟର ୧୨ଶହରୁ ଅଧୂକ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେ ବେଳେ ସେମାନଙ୍କୁ ପ୍ରାୟ ୪୫ରୁ ଅଧୂକ କ୍ୟାରିୟର ବିଷୟରେ ଅବଗତ କରାଯାଇଥିଲା । ପ୍ରଫେସର ହୃଷୀ ପୀକେଶ ସେନାପତି ଓ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତିଙ୍କ ସମେତ ବହୁ ଶିକ୍ଷାବିତ୍ ପ୍ରଦର୍ଶନୀ ବୁଲି ଦେଖୁବା ସହିତ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।