ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର ୦୧/୧୧- ବ୍ୟକ୍ତିଗତ ସ୍ତରରେ ନିଜେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେଇ ଏହାର ବିରୋ ରୋଧ ନ କ କରାଗଲେ କେବଳ ସରକାରୀ କଟକଣାରେ ଏହାକୁ ରୋକାଯାଇ ପାରିବନାହିଁ ବୋଲି ବରିଷ୍ଠ ଆରକ୍ଷୀ ଅଧୂକାରୀ ତଥା ତଥା ଓଏଏସ୍ସି ସିର ଅଧ୍ଯକ୍ଷ ଡ. ଲଳିତ ଦାସ ମତବ୍ୟକ୍ତି କରିଛନ୍ତି । ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଦୁର୍ନୀତି ନିବାରଣ ସଚେ ଚେତନତା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଲଳିତ ଦାସ ନିଜ ଅନୁଭୂତିରୁ ଅନେକ ଉଦାହରଣ ଦେଇ ଦୁର୍ନୀତିର ତିର ମୂଳୋତ୍ପାଟନ କରିବା ଉପରେ ବ୍ୟକ୍ତିଗତ ଉଦ୍ୟମ କିଭଳି ଫଳପ୍ରଦ ତାହା ବୁଝାଇ କହିଥିଲେ । ପ୍ରତିଷ୍ଠାନର ଅଧ୍ଯକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ ସ୍ବାଗତ ସମ୍ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଫୁଲଚାନ୍ଦ ମୀନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ଗୋସ୍ବାମୀ, ଭାରତୀୟ ପ୍ରଶାସନିକ ସେବାକୁ ବ୍ୟବସ୍ଥିତ କରିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ରାଷ୍ଟ୍ରୀୟ ଏକତା ଦିବସର ଆଭିମୁଖ୍ୟ ଉପରେ ପ୍ରଫେସର ଗୋସ୍ବାମୀ ଅବଗତ କରାଇ ବିଭାଜନ ପ ପରେ ଦେଶୀୟ ରାଜ୍ୟ ଓ ଗଡ଼ଜାତ ଅଞ୍ଚଳଗୁଡ଼ିକର ଏକୀକରଣ ଉପରେ ସଦ୍ଦାର ପ୍ର ପଟେଲଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ।
ଡ. କଳିଙ୍ଗ ଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଚାରଣ କରାଯାଇଥିଲା । ଅଭିବ୍ୟକ୍ତି ସିରିଜ୍ ଅଧୀନରେ ଛାତ୍ରଛାତ୍ରୀମାନେ ଭିଜିଲାନ୍ସ ସଚେତନତା: ଆମର ସହଭାଗୀ ଦାୟିତ୍ବ ଉପରେ କହିଥିଲେ | ପ୍ରଭୁପ୍ରୀତମ ରାଉଳ, ଇଶିତା ପଣ୍ଡା, ଖୁସି କୁମାରୀ, ମହମ୍ମଦ, ସୌମିକ୍, ତ୍ରିଶା ତ୍ରିଶା ଶୁକ୍ଳା ପ୍ରମୁଖ ଛାତ୍ରଛାତ୍ରୀ ଦୁନୀତିମୁକ୍ତ ଭାରତ ଗଠନ ନିର୍ମାଣ ଦୁର୍ନୀତି ନିବା ନିର୍ମାଣରେ ସମସ୍ତଙ୍କ ଭୂମିକାର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନିବାରଣ ସଚେତନତା ପାଇଁ କେବଳ ଗୋଟିଏ ସପ୍ତାହ ବା କିଛି ଦିବସ ମଧ୍ୟରେ ଏହାକୁ ସଙ୍କୁଚିତ ନ କରି ବ୍ୟକ୍ତିଗତ, ସାମାଜିକ ଓ ସାମୂହିକ ସ୍ବରରେ ଏହା ବିରୋଧରେ ସ୍ବର ଉଠାଇବା ଆବଶ୍ୟକ ବୋଲି ପ୍ରଫେସର ଗୋସ୍ବାମୀ ମତ ଦେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଯେହେତୁ ଆଗାମୀ ଦିନର ଶିକ୍ଷକ ସମାଜ, ତେଣୁ ସେମାନେ ଦୁର୍ନୀତି ମୁକ୍ତ ଭାରତ ଗଢ଼ିବେ ବୋଲି ମତପ୍ରକାଶ କରିଥିଲେ ।
ଏହି ଅବସର ଅବସରରେ ପ୍ରତିଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦଙ୍କ ଅଭିନୀତ ନାଟକ ‘ପ୍ରତିଫଳନ’ ମଞ୍ଚସ୍ଥ ହୋଇଥିଲା । ନାଟକର ବିଭିନ୍ନ ଭୂମିକାରେ ଡ. କଳିଙ୍ଗ କେତକୀ, ପ୍ର. ରଶ୍ମିରେଖା ସେଠୀ, ଡ. ଅମ୍ବେଶ କୁମାର ପାଣ୍ଡେ, ଡ. ସୁମିସ୍ରା ରାନୀ, ସହଦେବ ଧାରୁଆ, ଶ୍ରୀକୁମାର ତ୍ରିପାଠୀ, ସୁଶାନୁ କୁମାର ରାଉତ, ମାନସରଂଜନ ପଣ୍ଡା, ମନୋଜକୁମାର ସାହୁ, ମନୋଜ ମହାପାତ୍ର, ରାମ ହଂସଦା,ନିରକାର ନାୟକ, କପିଲ, ତୋଫାନ, ରଞ୍ଜନ, ନିରଞ୍ଜନ ପ୍ରମୁଖ ଅଭିନୟ କରିଥିଲେ । ଏହି ନାଟକଟିର ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଅନୁପ ପରିଡା । ନାଟକଟି କର୍ତ୍ତବ୍ୟନିଷ୍ଠା ଓ ସାଧୁତାର ବାର୍ତ୍ତା ଉପରେ ଆଧାରିତ ଥୂଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ରୀତାଞ୍ଜଳି ଦାଶ, ଡ. ବେଦପ୍ରକାଶ ବର୍ମା, ଶ୍ରୀସବିତା ପଟ୍ଟନାୟକ, ସୁଶାନ୍ତ କୁମାର ରାଉତ, ଅଶୋକ କୁମାର ବଳିଆରସିଂହ ଏବଂ କର୍ମଚାରୀମାନେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।