ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସତ୍ୟନଗର ଲେଡ଼ିଜ୍‌ ଫୋରମ୍ ତରଫରୁ

“ ଅଭିରୁଚି ନାରୀ ପ୍ରତିଭା ସମ୍ମାନ – ୨୦୨୬”...

Mar 18, 2026 - 10:37
 19
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସତ୍ୟନଗର ଲେଡ଼ିଜ୍‌ ଫୋରମ୍ ତରଫରୁ

ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାୟଳରେ ଫୋରମ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ

ଅଭିରୁଚି ନାରୀ ପ୍ରତିଭା ସମ୍ମାନ- ୨୦୨୬ ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । 

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟିକା ବାରବାଟୀ-କଟକ, ସୋଫିଆ ଫିରଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । 

ସମ୍ମାନନୀୟ ଅତିଥ୍‌ଭାବେ ସୁଲେଖକା ତଥା କାଦମ୍ବିନୀର ସମ୍ପାଦିକା ଶ୍ରୀମତୀ ଇତି ସାମନ୍ତ, ସମ୍ ହସ୍‌ପିଟାଲର ପ୍ରଫେସର ଡାକ୍ତର ଶ୍ରୀମତୀ ବନାନୀ ଜେନା ଏବଂ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇଥିଲେ ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନକରି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । 

ଅତିଥିମାନେ ଫୋରମ ର ଦୀର୍ଘଦିନ ଧରି ସମ୍ପାଦନ କରି ଆସୁଥ‌ିବା ସମାଜସେବା କାର୍ଯ୍ୟକ୍ରମଗୁଡ଼ିକୁ ଭୂୟସୀ ପ୍ରଶଂସା କରିଥିଲେ । 

ଉକ୍ତ କାର୍ଯ୍ୟକ୍ରମରେ ଫୋରମ୍ ତରଫରୁ ମହିଳାମାନଙ୍କର “ଅଧିକାର, ନ୍ୟାୟ ଓ

କାର୍ଯ୍ୟାନୁଷ୍ଠାନ ” ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନାଚକ୍ରରେ ସମ୍ମାନନୀୟ ଅତିଥ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ, 

ଜାଭିୟର ହାଇସ୍କୁଲ କେଦାରଗୌରୀ ଭୁବନେଶ୍ଵରର ଅଧ୍ଯକ୍ଷା ଶ୍ରୀମତୀ ଅର୍ଚ୍ଚନା ମିଶ୍ର ଏବଂ ଆଡ଼ଭୋକେଟ୍ ତଥା ସାମାଜିକ କର୍ମୀ ମୋନାଲିସା ଗନ୍ତାୟତ ଯୋଗଦାନ କରିଥିଲେ । 

ଏହି

ଆଲୋଚନାଚକ୍ରକୁ ଫୋରମ ର କୋଷାଧ୍ୟକ୍ଷା ଶ୍ରୀମତୀ ଶୋଭେଦିତା ରୟ ସଂଯୋଜନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଦୃଢ଼ସଂକଳ୍ପ, କଠିନ ଅଧ୍ୟବସାୟ ବଳରେ ସଫଳତାର ଶିଖର ଛୁଇଁଥିବା ୧୨ଜଣ ନାରୀ ପ୍ରତିଭା ଯଥା-ଅନୁସୟା ନାୟକ କର୍ମଣୀ,

ଅରୁଣନ୍ଧତି ମଲ୍ଲିକ-ସାମ୍ବାଦିକତା, ଡ଼. ମନିଷା ମହାନ୍ତି-ସ୍ୱାସ୍ଥ୍ୟ, ମନ୍ଦାକିନୀ ଜେନା-ନୃତ୍ୟ ନିର୍ଦ୍ଦେଶିକା, 

ଡ. ଅନୁସୟା ନାଥ-ସଙ୍ଗୀତ,

ଦେବଯାନୀ ଦେ ଘୁରିଆ ଚଳଚିତ୍ର, ସୁଷମା ନନ୍ଦ-କ୍ରୀଡ଼ା, 

ଅନାମିକା ସ୍ଵାଇଁ ପଟ୍ଟନାୟକ ଲେଖକା, 

ସୁଶ୍ରୀ ଶୀତଳ ବସ୍ତିଆ-ସମାଜସେବା, 

ଗୀତାଞ୍ଜଳି ପ୍ରଧାନ ସେବା, 

ଅନ୍ନପୂର୍ଣ ଦେହୁରୀ-ସେବା, 

ଲିନା ଦାସ-ସେବା “ଅଭିରୁଚି ନାରୀ ପ୍ରତିଭା ସମ୍ମାନ”ରେଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । 

କାର୍ଯ୍ୟକ୍ରମରେ ଏକ “ଫେସନ୍ ଶୋ” ଆୟୋଜନ କରାଯାଇଥିଲା ।

ପ୍ରତିଯୋଗୀମାନେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । 

କୃତି ପ୍ରତିଯୋଗୀମାନଙ୍କୁ ଫୋରମ୍ ଦ୍ଵାରା ପୁରସ୍କୃତ କରାଯାଇଥିଲା । 

ଏତଦ୍ ବ୍ୟତୀତ ଭୁବନେଶ୍ଵରର ବିଭିନ୍ନ ମହିଳା ଅନୁଷ୍ଠାନମାନଙ୍କୁ ଫୋରମ୍ ତରଫରୁ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଆନି ଶତପଥ ସଂଯୋଜନା କରିଥିଲେ ଏବଂ ଫୋରମ୍ବର ସଭାନେତ୍ରୀ ଶ୍ରୀମତୀ ଦିପ୍ତପ୍ରଭା ରଥ ଧନ୍ୟବାଦ ପ୍ରସ୍ତାବ

ଅର୍ପଣ କରିଥିଲେ । 

କାର୍ଯ୍ୟକ୍ରମରେ ଫୋରମ୍‌ର ସମସ୍ତ ସଦସ୍ୟା, ପରାମର୍ଶଦାତା ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ