ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ , ସାମିଙ୍କ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହମ୍ମଦ ସାମି ଜଣେ ସଫଳ ଷ୍ଟାର ବୋଲର ଭାବେ ଅଗଣିତ ହୃଦୟ ଜିତି ପାରିଛନ୍ତି । ପୂର୍ବ ମ୍ୟାଚରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କୁ ଆଇପିଏଲରୁ ମଧ୍ୟ ବାଦ୍ ଦିଆଯାଇଥିଲା। । ଏଥିପାଇଁ ସାମି ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇବେ ବୋଲି ଖବର ମିଳିଥିଲା।ଏବେ ତାଙ୍କର ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ସେ ସୁସ୍ଥ ଥିବା ନିଜେ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି। ସାମି ଏକ୍ସରେ ପୋଷ୍ଟ କରି ଜଣାଇଥିଲେ ଯେ, ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ।ପୁଣି ଥରେ କେବେ ଛିଡ଼ା ହେବି, ସେ ଦିନକୁ ଅପେକ୍ଷା। ତାଙ୍କର ଏହି ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ, “ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି। ମୁଁ ନିଶ୍ଚିତ ଯେ ଆପଣ ସାହସର ସହିତ ଏହି ସମୟର ସାମ୍ନା କରିବେ ଏବଂ ସୁସ୍ଥ ହେବେ। ”

Feb 28, 2024 - 18:18
 6
ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ , ସାମିଙ୍କ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ